ହେଡଲାଇନସ୍:

ମେକ ଅପର ଯାଦୁ ଦେଖାଇଲେ ବଲିଉଡ ମେକ ଅପ ମ୍ୟାନ ରାଜୁ ଓର୍ପେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଉଟିସିଆନ କ୍ଷେତ୍ରରେ ନୂଆ ସମ୍ଭାବନା, .ବଲାଙ୍ଗିରରେ ବିଉଟିସିଆନ କର୍ମଶାଳା ।

14-04-bol-bridal.jpg - 73.92 kB

ବଲାଙ୍ଗିର(ନିରୋଜ ମିଶ୍ର)- ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡିଶା ସ୍ତରୀୟ ଏକଦିବସୀୟ ବିଉଟିସିଆନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ବିଉଟିସିଆନ ସଂଘ ଆୟୋଜନ କରିଥିବା ବେଲେ, ନିଖିଳ ଭାରତ ବିଉଟିସିଆନ ଆସୋସିଏସନର କାର୍ଯ୍ୟକାରୀ କମିଟୀ ସଦସ୍ୟ ଉମାକାନ୍ତ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ଏହି ବିଉଟିସିଆନ କର୍ମଶାଳାରେ ପଶ୍ଚିମ ଓଡିଶାର ୧୫୦ ଜଣ ବିଉଟିସିଆନ ଭାଗ ନେଇଥିଲେ । ସକାଳୁ ଆଇ.ଏମ୍.ଏ ମୁମ୍ବାଇରୁ ଆସିଥିବା ପ୍ରଖ୍ୟାତ ବଲିଉଡ ମେକଅପ ଆର୍ଟିଷ୍ଟ , ରାଜୁ ଓର୍ପେ ଉପସ୍ଥିତ ଥିବା ବିଉଟିସିଆନ ମାନଙ୍କୁ ତାଲିମ  ପ୍ରଦାନ କରିଥିଲେ ।ବର୍ତ୍ତମାନର ଆଧୁନିକ ଯୁଗରେ ମେକଅପ କ୍ଷେତ୍ରରେ କେମିତି ତାଳ ଦେଇ ବିଉଟିସିଆନ ମାନେ ଉନ୍ନତ ଧରଣର ମେକଅପ କରିପାରିବେ ସେ ନେଇ ତାଲିମ ଦେଇଥିଲେ ରାଜୁ ଓର୍ପେ  । ଏହି ତାଲିମ  ଶିବିରରେ ବିଶେଷ ଭାବରେ ଏଚ.ଡି , ତ୍ରି.ଡି , ଏଆର ବ୍ରସ ଭଳି ଅତ୍ୟାଧୁନିକ ମେକଅପ ଉପରେ ତାଲିମ  ପ୍ରଦାନ କରିଥିଲେ । କର୍ମଶାଳା ପରେ ୧୫ ଜଣ ମୋଡେଲଙ୍କୁ ନେଇ ରା଼ମ୍ପ ସୋ ଆୟୋଜିତ ହୋଇଥିଲା । ୧୫ ଜଣ ମୋଡେଲଙ୍କୁ ୧୫ ଜଣ ବିଉଟିସିଆନ ନିଜ ନିଜର ମେକଅପ ଯାଦୁରେ ସଜାଇଥିଲେ ।ରା଼ମ୍ପସୋ ପରେ ବିଚାରକ ମାନେ ମାର୍କ ପ୍ରଦାନ କରିଥିଲେ  । ୧୫ ଜଣଙ୍କ ମଧ୍ୟରେ ବିଉଟିସିଆନ, ପ୍ରିତି ଘିବେଲା  ପ୍ରଥମ, ରଶ୍ଚି ଦ୍ୱିତୀୟ, ବିକାଶ ତୃତୀୟ ପୁରସ୍କାର ପାଇଥିଲେ  । ଏହି କାର୍ଯ୍ୟାକ୍ରମରେ ବିଚାରକ ଭାବରେ ମିନତୀ ସାହୁ, ରାଜୁ ଓର୍ପେ ଦାୟିତ୍ୱ ତୁଳାଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଐଶ୍ୱର୍ଯ୍ୟା  ଓ ଲିସା  । କର୍ମଶାଳାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ  ଲଲିତ କୁମାର ନାୟକ ଏବ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀ, ବିଶିଷ୍ଟ ସାମ୍ବାଦିକ ପଶ୍ଚିମ ଓଡିଶା ବ୍ୟୁରୋ ଚିଫ ମନୋରଂଜନ ଯୋଷୀ, ଯୁବ ସମାଜସେବୀ ଚେତନାନନ୍ଦ ପଣ୍ଡା ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଏହି ଏକଦିବସୀୟ କାର୍ଯ୍ୟାକ୍ରମରେ ଷ୍ଟାର ବିଉଟି ପାର୍ଲରର ପରିଚାଲିକା ଇତି ଘିବେଲା ଓ ଡେକଅପ ବିଉଟିପାର୍ଲରର ପରିଚାଲିକା ରଶ୍ମି ମହାରଣା ସହଯୋଗ କରିଥିଲେ  ।  

 

0
0
0
s2sdefault