ହେଡଲାଇନସ୍:

ମାଗି ଆଣିବା ତିଅଣ ହାପୁର, ସୁଆଦ ବି ଜଣା ପଡ଼ିବନି |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଗି ଆଣିବା ତିଅଣ ହାପୁର, ସୁଆଦ ବି ଜଣା ପଡ଼ିବନି | ଆଉ ଯଦି ଅସତର୍କ ବି ହୋଇଗଲେ ତେବେ ହାପୁର ଟିକକ କରୁ କରୁ ବି ବିଲେଇ ଖାଇଦେବାର ସମ୍ଭାବନା ବି ଅଛି | ସେମିତି ଘଟଣା ଘଟିଛି ଆନନ୍ଦପୁର ପଲିଟିକ୍ସରେ | କିଛି ଦିନ ତଳେ ବିଜେଡି ଛାଡି ବିଜେପି ଯାଇଥିବା ପୂର୍ବତନ ବିଧାୟକ ଭାଗିରଥି ସେଠି ବିଜେପିକୁ ଅତି ଲଜ୍ଜାକର ପରିସ୍ଥିତିରେ ହାତ ଛାଡି ପୁଣି ପୁରୁଣା ପ୍ରେମ(ବିଜେଡି)କୁ ଆଦରି ନେଇଛନ୍ତି | ସବୁଠୁ ବଡ଼କଥା ହେଲା  ତାକୁ ବିଜେପି ଟିକେଟ ଦେଇ ସାରିଥିଲା ଆନନ୍ଦପୁରରୁ ଲଢ଼ିବା ପାଇଁ | ହେଲେ ଭାଗିରଥି ବିଜେପିକୁ ପାନେ ଚଖାଇ ବେକମୁଣ୍ଡା ସମୟରେ ପୁଣି ଲେଉଟି ଆସିଛନ୍ତି ବିଜେଡ଼ିକୁ | ପଡିଶା ଘର ମାଗି ଆଣିବା ମଟନ ଚିକେନ ଝୋଳଠୁ ନିଜ ଘରରେ ଥିବା ପଖାଳ ଲୁଣ ଆମ୍ବୁଲ ବାଇଗଣ ପୋଡା ବେଶ ଭଲ | ଏହା ସବୁ ଦଳ ପାଇଁ ଲାଗୁ | ନିଜ ଦଳର କର୍ମୀ ଓ ନେତାଙ୍କୁ ହତାଦର କରି ବାହାର ଦଳର ନେତାଙ୍କୁ ଉଦ୍ଧାର ଆଣିଲେ ଦଶା ଏଇଆ ହୁଏ | ଭାଗିରଥି ତ ଛାଡ଼ିଦେଇ ଗଲେ, ଆଉ କିଛି ଇମ୍ପୋଇଟେଡ଼ ନେତା ଦଳ ଭିତରେ ରହି ବି ଡ୍ୟାମେଜେ  ନକରିବେ କିଏ କହିବ ! ତେଣୁ ପଡିଶା ଘରର ମସଲା ଦିଆ ଡାଲଚିନି,ଗୁଜୁରାତି ବସେନା ହେଉଥିବା ଗିନାଏ ତରକାରୀ ଠୁ ନିଜ ଘରର ଲୁଣ ଆମ୍ବୁଲ ଶ୍ରେୟସ୍କର, ତାକୁ ଭରସା କରିହେବ ଓ ଆତ୍ମତୃପ୍ତି ବି ମିଳିବ |  

ଆମେ ଏଠି ସୂଚାଇ ଦେବୁ,  ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ଚଳିତ ସାଧାରଣ ନିର୍ବାଚନରେ ଟିକେଟ୍‍ ପାଇଥିବା ପୂର୍ବତନ ବିଧାୟକ ଶ୍ରୀ ଭାଗୀରଥି ସେଠୀ ନିଜର ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡିରେ ଯୋଗ ଦେବା ଅବସରରେ ଶ୍ରୀ ସେଠୀ କହିଥିଲେ ଯେ ଜିଲ୍ଲାରେ ବିଜେପିର ସ୍ଥିତି ଠିକ୍‍ ନାହିଁ । ଦଳରେ ପ୍ରବଳ ଅନ୍ତଦ୍ୱର୍ନ୍ଦ୍ୱ ଲାଗି ରହିଛି । ମୋତେ ଭାରତୀୟ ଜନତା ପାର୍ଟିରେ ଅଣନିଃଶ୍ୱାସୀ ଲାଗୁଥିଲା, ଯାହାଫଳରେ ନିଜକୁ ସୁରକ୍ଷା ମଣୁନଥିଲି । ମୁଁ ହେଉଛି ବିଜୁ ପରିବାରର ଲୋକ, ତେଣୁ ମୁଁ ମୋର ପୁରୁଣା ଘରକୁ ଚାଲିଆସିଲି ।

 

0
0
0
s2sdefault