ଆଜି ହେଉଛି ବିଶ୍ୱ ପଖାଳ ଦିବସ। ପଖାଳ ହେଉଛି ଓଡିଶା, ବିହାର ଓ ପଶ୍ଚିମବଙ୍ଗ ଲୋକଙ୍କ ପ୍ରିୟ ଖାଦ୍ୟ। ଓଡିଶା ବାହାରେ ରହୁଥିବା ଓଡ଼ିଆ ବ୍ୟକ୍ତି ମଧ୍ୟ ଆଜିର ଦିନରେ ପଖାଳ ଖାଇ ଏହି ଦିବସ କୁ ସ୍ଵାଗତ କରିଥାନ୍ତି।
ପଖାଳ ଶବ୍ଦଟି ପାଲି ଭାଷା ର ପଖାଳିଆ ସଂସ୍କୃତ ଭାଷା ରୁ ଆସିଛି। ପୁରୀ ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦୈନନ୍ଦିନ ଖାଦ୍ୟ ପ୍ରାଣାଳୀ ରେ ଏହାର ପ୍ରମାଣ ରହିଛି ।ମହାପ୍ରଭୁ ଶ୍ରୀଜଗନ୍ନାଥ ଦିନକୁ ଛଅ ଥର ବିଭିନ୍ନ ପ୍ରକାର ର ଖାଦ୍ୟ ଖାଆନ୍ତି। ସେଥି ମଧ୍ୟରୁ ଥରେ ପଖାଳ ଭାତ ଦହି ଖାଆନ୍ତି। ଏଥିରୁ ଜଣାପଡ଼େ ଯେ ଓଡିଶା ରୁ ପଖାଳ ଭାତ ର ଜନ୍ମ ହୋଇଛି। ପୃଥିବୀ ରେ ଜଳ ବାୟୁ ର ଉତ୍ତାପ ଓ ଆର୍ଦ୍ରତା ଉପରେ ମୁଖ୍ୟତଃ ଖାଦ୍ୟପେୟ ନିର୍ଭର କରିଥାଏ। ବର୍ତ୍ତମାନ ପୃଥିବୀରେ ବିଭିନ୍ନ କାରଣ ରୁ ତାପମାତ୍ରା ର ବୃଦ୍ଧି ଘଟିବା ସହିତ ପରିବେଶ କୁ ଦୂଷିତ କରୁଛି। ଫଳରେ ଏସିଆ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରେ ଉତ୍ତାପ ବୃଦ୍ଧି ଯୋଗୁଁ ପଖାଳ ର ଚାହିଦା ବଢୁଛି। ଏଣୁ ପ୍ରତିବର୍ଷ ମାର୍ଚ୍ଚ କୋଡ଼ିଏ ତାରିଖ କୁ ବିଶ୍ଵ ପଖାଳ ଦିବସ ପାଳନ କରିବାକୁ ସ୍ଥିର ହୋଇଛି।
ପଖାଳ ବହୁ ପ୍ରକାର ର :- ସାମାନ୍ୟ ଗରମ୍ ଭାତରେ ପାଣି ମିଶାଇଲେ ତାହା ପଖାଳ ହୋଇଥାଏ। ପଖାଳ କୁ ସାତ ଘଣ୍ଟା ରଖିଲେ ତାହା ବାସୀ ପଖାଳ ହୋଇଥାଏ ଏବଂ ତାର ବହଳିଆ ପଦାର୍ଥ କୁ ତୋରାଣି କୁହଯାଏ। ପଖାଳରେ ଦହି ଓ ଲୁଣ ମିଶାଇଲେ ତାକୁ ଦହି ପଖାଳ ହୋଇଥାଏ। ପଖାଳ ଭାତ ରେ ଭାଜା ଜିରା, ଭୃଷଙ୍ଗ ପତ୍ର ମିଶାଇଲେ ତାହା ଜିରା ପଖାଳ ହୋଇଥାଏ। ଜିରା ପଖାଳ ରେ ଅଦା, ଗୋଲମରିଚ ଗୁଣ୍ଡ, କଳା ଲୁଣ ଓ ଦହି ମିଶିଲେ ତାହା ସୁଗନ୍ଧ ପଖାଳ ହୋଇଥାଏ। ସୁଗନ୍ଧ ପଖାଳରେ ଅଦା, ଚିନି, ଗୋଲମରିଚ ଗୁଣ୍ଡ, କମଳା ଲେମ୍ବୁ ରସ ମିଶାଇଲେ ତାହା ମିଠା ପଖାଳ ହୋଇଥାଏ।
ବାସୀ ପଖାଳ ରେ ଅନେକ୍ ଔଷଧୀୟ ଗୁଣ ରହିଛି। ସେହିପରି ପଖାଳ ର ତୋରାଣି କୁ ଖଟାଲିଆ ଲାକ୍ଟୋବାସିଲସ୍ ନାମକ ଏକ ଉପକାରୀ ବ୍ୟାକ୍ଟେରିଆ ଥାଏ। ଉକ୍ତ ବ୍ୟାକ୍ଟେରିଆ ରେ ଲାକ୍ଟିକ୍ ଏସିଡ ତିଆରି କରି ତୋରାଣି ରେ କ୍ୟାଲସିୟମ୍, ପୋଟାସିୟମ, ସୋଡିୟମ, ଆଇରନ୍ ର ପରିମାଣ ପ୍ରାୟ କୋଡିଏ ଗୁଣ ବଢି ଯାଇଥାଏ। ସେହିପରି ତୋରାଣିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି ୬ ଓ ବି ୧୨ ଥାଏ। ନିୟମିତ ବାସି ପଖାଳ ଖାଇବା ଦ୍ୱାରା ରୋଗ ପ୍ରତିଷେଧକ ଶକ୍ତି ବଢ଼ିଥାଏ। ଘା କୁ ଶୁଖାଇବାରେ ସାହାଯ୍ୟ କରିଥାଏ। ଖାଦ୍ୟ କୁ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ। ପ୍ରତିଦିନ ବାସି ପଖାଳ ଖାଉଥିବା ବ୍ୟକ୍ତି ଅଂଶୁଘାତ ରୁ ରକ୍ଷା ପାଇଥାଏ ଓ ଏହା ଶରୀରର ତାପମାତ୍ରା କୁ ସନ୍ତୁଳିତ କରି ରଖିଥାଏ। ଏହା ସହିତ ଅସ୍ଥି ଓ ମାଂସପେଶୀ କୁ ଶକ୍ତ କରିଥାଏ।
ଆୟୁର୍ବେଦ ମାନଙ୍କ ମତରେ ପଖାଳ :- ବାତ, ପିତ୍ତ ଓ କଫକୁ ସନ୍ତୁଳିତ କରି ଥାଏ। ଭଲା ନିଦ୍ରା ପାଇଁ ଅତି ଉପଯୋଗୀ ଖାଦ୍ୟ ଅଟେ।
ସମ୍ପାଦକୀୟ
ପଖାଳ ଦିବସ
- Hits: 328