ହେଡଲାଇନସ୍:

ସମୃଦ୍ଧ ଓ ବିକଶିତ ଓଡିଶା ଗଠନ ପାଇଁ ଏହା ହିଁ ସଙ୍କଳ୍ପବଦ୍ଧ ହେବାର ଶୁଭ ଅବସର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡକ୍ଟର ଯତୀଶଚନ୍ଦ୍ର ମହାନ୍ତି

ସଭାପତି, ସମୃଦ୍ଧ ଓଡିଶା


ଉତ୍କଳ ଦିବସର ଶୁଭକ୍ଷଣରେ ଆମେ ସମୃଦ୍ଧ ଓଡିଶା ଦଳ ପକ୍ଷରୁ ଓଡ଼ିଶାର ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛୁ ।ଆଜିକୁ ଠିକ୮୬ବର୍ଷତଳେ ବ୍ରିଟିଶ-ଭାରତରେ ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବରେ ଜନ୍ମ ନେଇଥିଲା ଓଡିଶା; ଏ ମଧ୍ୟରେ ଦେଶ ସ୍ଵାଧୀନତା ପ୍ରାପ୍ତିର ୭୫ବର୍ଷ ବିତିଗଲାଣି ।ପ୍ରଚୁର ପ୍ରାକୃତିକ ସମ୍ପଦସତ୍ତ୍ଵେ ତଥାପି ଆମ ରାଜ୍ୟ ଓଡିଶା ଏକ ଅନଗ୍ରସର ରାଜ୍ୟ ଭାବରେ ରହିଯାଇଛି ।
ଆମ ଓଡିଶାକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏକ ବିକଶିତ ସମୃଦ୍ଧ ରାଜ୍ୟରେ ରୂପାନ୍ତରିତ କରିବା ପାଇଁ ଦୃଢ଼ ସଙ୍କଳ୍ପ ନେବାର ପ୍ରକୃଷ୍ଟସମୟ ଉପଗତ ।
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମର ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଉପରେ ଜନସାଧାରଣ ଆସ୍ଥା ପ୍ରକଟ କରି ଆମକୁ ଦେଶସେବାର ସୁଯୋଗ ଦେଲେ ଆମେ ରାଜ୍ୟର୯୦ଲକ୍ଷ ପରିବାରକୁ ସୁଖୀ ଓ ନିରାମୟ ଜୀବନ ଏବଂ ପ୍ରଶାନ୍ତି ପ୍ରଦାନ କରାଇ ପ୍ରତି ପରିବାରକୁ ଅନ୍ତତଃ୨୦୦୦୦/-ଟଙ୍କାର ମାସିକ ଆୟର ସୁଯୋଗ ଓ ସାମର୍ଥ୍ୟ ସୃଷ୍ଟି କରିବୁ;ସମସ୍ତ୫୦୦୦୦ଗ୍ରାମ ଓ ୧୧୪ସହରକୁ ଏକ ଏକ ଆଦର୍ଶ ଏକକ ଭାବରେ ରୂପାନ୍ତରିତ କରିବୁ;ସାଧାରଣ ଜନତାଙ୍କୁ ଦୁର୍ନୀତିର ପଞ୍ଝାରୁ ସୁରକ୍ଷିତ କରିବୁ; ଗୁରୁତ୍ୱପୂର୍ଣ୍ଣ ସରକାରୀ ନୀତି ଓ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ ସମୟରେ ଜନସାଧାରଣ ଓ ସମସ୍ତ ରାଜନୈତିକ ଦଳକୁ ସମ୍ପୃକ୍ତ କରାଇବୁ;ଏବଂ ରାଜ୍ୟ ପ୍ରଶାସନକୁ ଜନସାଧାରଣଙ୍କ ଦ୍ଵାରଦେଶରେ ପହଞ୍ଚାଇ ଦେବୁ ।
ଦକ୍ଷ ଓ ଅନୁଭୂତିସମ୍ପନ୍ନ ସମୃଦ୍ଧ ଓଡ଼ିଶାର ସହଯୋଗୀ ମାନଙ୍କୁ ସୁଯୋଗ ମିଳିଲେ ଆମେ ସ୍ଥିରନିଶ୍ଚିତ ଯେ,ଓଡ଼ିଆ ମାନଙ୍କର ସମ୍ପୃକ୍ତି ଓ ସହଯୋଗ କ୍ରମେ ଏହା ହାସଲ କରାଯାଇ ପାରିବ ।
ଏହା ହୋଇପାରିଲେ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର ଭୂମିରେ"ରାମରାଜ୍ୟ"ର ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଉନ୍ମୋଚିତ ହେବ ।ମହାପ୍ରଭୁ ଅଜସ୍ର ଆଶୀର୍ବାଦ ବର୍ଷା କରିବେ ଯେହେତୁ ତାଙ୍କ ପବିତ୍ର ଭୂମି ଉପରେ ଘୋଟି ଆସିଥିବା କଳାବାଦଲକୁ ଅପସାରଣ ପାଇଁ ଆମେ ସଙ୍କଳ୍ପବଦ୍ଧ ।ଆମର ବିଶ୍ୱାସ, ଏହା ଫଳରେ ପ୍ରତ୍ୟେକ ଓଡ଼ିଆ ମଥା ଟେକି ନିଜେ ଉଚ୍ଚ ହେବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲୋଟିବେ ।
ଓଡିଶାରେ ହିଁ ଏକ ନୂଆଭାରତର ଅଭ୍ୟୁଦୟ ଘଟିବ ଏବଂ ଏହାର ଆକର୍ଷଣୀୟ ସଙ୍କ୍ରମଣ ଆମର ପଦାଙ୍କ ଅନୁସରଣ କରିବାକୁ ଅନ୍ୟ ରାଜ୍ୟ ଗୁଡିକୁ ଅନୁପ୍ରେରିତ କରିବ ।ପରିଣତି ସ୍ଵରୂପ, ଏହା ଦେଶକୁ ପ୍ରଚଳିତ କୁପ୍ରଥାର ଦାଉରୁ ରକ୍ଷା କରିବ, ଯେଉଁ କୁପ୍ରଥା ଆମଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ପ୍ରଧାନ ଅନ୍ତରାୟ ଅଟେ ।

0
0
0
s2sdefault