ହେଡଲାଇନସ୍:

ମୁଖ୍ୟ ବିରୋଧୀ ଦଳର ପ୍ରଦର୍ଶନ ତଳକୁ ତଳକୁ !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଦିଲୀପ କୁମାର ସାହୁ       

ଗଣତନ୍ତ୍ରରେ ବିରୋଧୀଦଳର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଶାସକ ଦଳକୁ ଗଠନମୂଳକ ସମାଲୋଚନା କରି ଠିକଣା ବାଟକୁ ଆଣିଥାଏ ବିରୋଧୀ ।ଆମ ରାଜ୍ୟରେ ସେମିତି ଦେଖିଲେ ବିରୋଧୀ ଦଳର ସଫଳତା କ୍ରମେ ନିମ୍ନଗାମୀ ହେବାରେ ଲାଗିଛି । ଜିଲ୍ଲା ପରିଷଦ ନିର୍ବାଚନର ପ୍ରାରମ୍ଭିକ ଫଳାଫଳକୁ ଦେଖିଲେ ବାକି ଫଳ ବି ସେମିତି ରହିବ । କଂଗ୍ରେସ ସରକାର ଥିଲା ବେଳେ ମହାବାତ୍ୟା ଆସି ଓଡିଶା ଛାରଖାର ହେଲା ପୂର୍ବରୁ ଅଞ୍ଜନା ମିଶ୍ର ପରି ମାମଲାରେ ଦଳ ବଦନାମ ହୋଇ ଥିଲା ଶେଷରେ ନବୀନ ସଂଗଠିତ ବିଜେପି ହାତ ଧରି ୨୦୦୦ରେ ସରକାର କଲା ଯେ ଏଯାଏ ଅଛି । ମିଳିତ ସରକାର କଲେ ମଧ୍ୟ ବିବାଦ ଲାଗି ବିଜେପି ଜଣେ ଉପମୁଖ୍ୟମନ୍ତ୍ରୀ ରଖି ପାରିଲାନି ସେତେବେଳେ ବିଶ୍ୱଭୂଷଣ ହରିଚନ୍ଦନ ପରି ଯୋଗ୍ୟ ବ୍ୟକ୍ତି ଥିଲେ । ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇ ମଧ୍ୟ ବିଜେପି ମନ୍ତ୍ରୀମାନେ ବଦନାମ ହୋଇ ବହିଷ୍କୃତ ହେଲେ । ଖଣି ଶିଳ୍ପ ବିଭାଗ ପାଇଲେ ମଧ୍ୟ ମହା ଖଣି ଦୁର୍ନୀତି ହେଲା ଶିଳ୍ପାୟନ ହୋଇ ପାରିଲାନି । ଧର୍ମେନ୍ଦ୍ର ପ୍ରଧାନ ୨ଥର ପାଲଲହାଡରେ ବିଧାୟକ ହୋଇ ନିଜ ଲୋକପ୍ରିୟତା ହରେଇ ଓଡିଶା ଛାଡିଲେ । ମେଣ୍ଟ ଭାଙ୍ଗିଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହାତେଇବାକୁ ରାଜ୍ୟପାଳଙ୍କୁ କହିଲାନି ବିଜେପି । ଏହାପରେ ଯେଉଁମାନେ ଦିନେ ନବୀନଙ୍କ ଦୟାରୁ ମନ୍ତ୍ରୀ ବିଧାୟକ ହୋଇଥିଲେ ସେମାନଙ୍କ ସମାଲୋଚନା ଲୋକେ ଆଉ ଶୁଣିଲେଣି । ଏବେ ମମିତା ପରି ସାମାଜିକ ମାମଲାକୁ ବିଜେପି ରାଜନୈତିକ ରୂପ ଦେଇ ବିଫଳ ହୋଇଛି । ବିଭିନ୍ନ ମାମଲାକୁ ଲୋକ ଦେଖାଣିଆ ଦିନେ ଦୁଇ ଦିନ ସମାଲୋଚନା କରି ପାଟି ଚୁପ କରୁଛି । ଓଏମସି ବ୍ଲାକ ରୋଜ ପରି କଥା ଉଠାଇ ପାରୁନି ଆଇବିଏମ ପାଖେ ମଧ୍ୟ ତ୍ରୁଟିପୂର୍ଣ୍ଣ ଖଣି କଥା କହୁ ନାହିଁ। ପଂଚାୟତ ନିର୍ବାଚନ ଗଣତି ସରୁସରୁ ମୁନିସିପାଲିିଟି ନିର୍ବାଚନ ହେବ ହେଲେ ବିଜେପିର କିଛି ପ୍ରସ୍ତୁତି ନାହିଁ । କେନ୍ଦୁଝର ପରି ଅଂଚଳରେ ଜଣେ ଜୁଏଲରୀ ଦୋକାନୀଙ୍କୁ ପାଖରେ ସ୍ଥାନୀୟ ବିଜେପି ଡିଲ କରିଛି ତେଣୁ ବିନା ଏନଓସି ରେ କମ୍ବଳ ଶାଢ଼ୀ ବଣ୍ଟା ଚାଲିଛି ଲୋକେ ଏହାକୁ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ବିଜେପିର ଗୋଟେ ବି କାଉନସିଲର ଜିତିବା କଷ୍ଟ ହେବ । ତେବେ କିଛି ଲଢୁଆ ନେତା ଏବେବି ଦଳରେ ଲଢ଼େଇ କରୁଛନ୍ତି । ତେଣୁ ଆଗାମୀ ଦିନରେ ବିଜେପି ଲୋକଙ୍କ ପାଖକୁ ନଯାଇ ବେପାରୀଙ୍କୁ ନିର୍ବାଚନ ଟିକେଟ ଦେଲେ ସଫା ହୋଇ ଯିବ କିଏ ନକହିବ ।

0
0
0
s2sdefault