ହେଡଲାଇନସ୍:

ଯଥାଶୀଘ୍ର ମହାମାରୀରୁ ଲୋକେ ମୁକ୍ତି ପାଆନ୍ତୁ :- ବରିଷ୍ଠ ସାମ୍ବାଦିକ ଶ୍ରୀ ବିଜୟ କୁମାର ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 "ରାତ୍ରି ପ୍ରାୟ ୧୧ଟା । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାର ଦୃଶ୍ୟ ।ଶାନ୍ତପୂର୍ଣ ପରିବେଶ ।ଏଭଲି ମହାମାରୀ ସମୟରେ ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ଡାକ୍ତରଖାନା କିଭଲି ଥିବ । ରୋଗୀ ତାଙ୍କ ପରିଜନ , ଭାଇବନ୍ଧୁ ସମସ୍ତେ କିଭଲି ଥିବେ । ଲୋକମାନେ ଜୀବନ ଆକୁଳରେ ଧାଆ ଦୌଡ଼ କରୁଥବେ । ଡାକ୍ତରଖାନା ବାହାରେ ଓ ଭିତରେ ଭିଡ଼ ଥିବ । ଯେଉମାନେ ବି ଡାକ୍ତରଖାନା ଆସିଥିବେ ଦିନବେଲା ଯେମିତି ବ୍ୟସ୍ତ  ଓ ବିବ୍ରତ ହେଉଥିବେ ରାତିରେ ମଧ୍ୟ ଠିକ ସେମିତି ଅବସ୍ଥାରେ ଧାଆଦୌଡ଼, ଦୁଖଃ, କଷ୍ଟ ମନରେ ଏପଟ ସେପଟ ହେଉଥିବେ ।କିଏ ଡାକ୍ତର ଙ୍କ ପାଖକୁ ଦୌଡୁଥିବେ ତ କିଏ ଔଷଧ କିଣିବା ପାଇଁ ଦୌଡ଼ି ଥିବେ ଏଭଲି ଅନେକ ଭାବନା ।ରାତି ସମୟରେ ଅନେକ ଅସୁବିଧା ରେ ରହୁଥିବେ । ଏମିତିକି ଡାକ୍ତରଖାନାରେ ଜାଗା ଥିବ ନା ନାହିଁ ।ଏଭଲି ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବ  ।  ମୋ ମନରେ ବି ଭାବନା ସୃଷ୍ଟି ହେବା ସ୍ବଭାବିକ ।ହେଲେ ବାସ୍ତବରେ ରାତିରେ ଡାକ୍ତରଖାନାର  ଚିତ୍ର କିନ୍ତୁ ସପୂର୍ଣ ଭିନ୍ନ ।ସବୁ ଶୁନଶାନ ଶାନ୍ତ ପରିବେଶ । ଡାକ୍ତରଖାନା ବାହାରେ ଶୂନ୍ୟ ତା ର ବାତାବରଣ । କୋଭିଡ଼ ଆମ୍ବୁଲାନ୍ସ ତା ଜାଗାରେ ଆରାମ ରେ ଅଛି । ରୋଗୀ ଙ୍କ ଧାଦୌଡ଼ କିଛି ନାହିଁ । ଯେତିକି ଲୋକ ଚିକିତ୍ସା ହେଉଛନ୍ତି ତାଙ୍କ ମନ ଚିନ୍ତାଶୂନ୍ୟ ଅଛି , ରୋଗୀ ଙ୍କ ସପର୍କିୟ ମଧ୍ୟରେ କିଛି ବ୍ୟସ୍ତତା ନାହିଁ , ଡାକ୍ତର , ଷ୍ଟାଫ ସମସ୍ତେ ଚିନ୍ତା ଶୂନ୍ୟ ଶାନ୍ତ ଅଛନ୍ତି ।ରାତିରେ ମହାମାରୀ ର କୌଣସି ପ୍ରଭାବ ଥିବା ଭଲି ମୋ ହୃଦବୋଧ ହୋଇନାହିଁ ।ମଧ୍ୟ ରାତି ପର୍ଯ୍ୟନ୍ତ ସବୁ ଠିକ ଥିବା ଓ କୌଣସି ସମସ୍ୟା କିମ୍ବା କାହାରି ମନରେ କୌଣସି ଦୁଖଃ କିମ୍ବା ଭୟ ଥିବାର ଜାଣି ପାରିଲି ନାହିଁ ।ହେଲେ ନିୟତି ବଡ଼ ବିଚିତ୍ର ।ସକାଳ ପାହିଲେ କଣ ଘଟିବ କଣ ହେବ କିଛି କହିହେବ ନାହିଁ । ଭଗବାନ କରନ୍ତୁ ଶିଘ୍ର ମହାମାରୀ ଚାଲିଯାଉ ପଞ୍ଚ ଭୂତରେ ଲିନ ହୋଇଯାଉ ଓ ଏଭଲି ଶାନ୍ତି ପୂର୍ଣ୍ଣ ପରିବେଶ ସହ ନୂତନ ପୃଥିବୀ ଟିଏ ସୃଷ୍ଟି ହୋଇଯାଉ ।।"

0
0
0
s2sdefault