ହେଡଲାଇନସ୍:

ସତଯେ, ହେଲେ ଏ ବାଇଡଙ୍କ କଥା ଜମା ଦିହକୁ ନେବେନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମିଳିମିଶି ଖାଇଲେ : ଆହା କି ସ୍ବର୍ଗୀୟ ଦୃଶ୍ୟ ନ ଦେଖିଲା ଏ ଚର୍ମ ନେତ୍ର !

ୟାଙ୍କଠୁ ଶିଖିବା କଥା, ସମ୍ପର୍କ କଣ---ପ୍ରେମ କଣ---ଭାଇଚାରା କଣ ଆଉ ରାଜନୀତି ବି କଣ

ଫୋଟଟା ଉପରେ ଦେଖିକି  ଆପଣମାନେ ଝଟକା ଖାଇବେନି ଜମା | ଏମିତିକା ବିରଳ ମହାଜାଗତିକ  ଦୃଶ୍ୟ ପୁଣି ଜୀବନ ଥିଲେ ଦୃଶ୍ୟମାନ ହେବ | ଦିଦି ଦାଦା ସାମନାରେ ବସିକି ଖାଉସେନ୍ତି | କଥା କଥାକେ ଟକରା ଟକରି ଆଉ ଦୁଆରେ ଡିକିଚିରେ ପାଣି ରଖି କଳି କଲା ସ୍ଥିତିକୁ ପଳେଇ ଆସୁଥିବା ମମତା ବାନାର୍ଜୀ ଦିଦି ଆଉ ଅମିତା ଶାହା ଦାଦା ପୁଣି ସମାନ ସାମନି ବସିକି ଖାଉସେନ୍ତି | ଆଉ ସବୁଠୁ ବଡ ହେଲା ଦୁହେଁ ଏକାଠି ରାଜି ହେବା | ମୁହଁ ଚୁହାଁ ଚୁହିଁ ହଉନଥିବା ବା ପରସ୍ପର ସାପ ନେଉଳ ସମ୍ପର୍କ ଥିବା ଦି ନେତା ଗୋଟେ ଟେବୁଲରେ !!  ଆଜ୍ଞା, ଟିକେ ହନେଇଲେ,  ମଝିରେ ରେଫରୀ କିଏ ବସିସେନ୍ତି ଦେଖୁସେନ୍ତି ଟି | କେତେ ନ୍ୟାସନାଲ ଇଣ୍ଟରନ୍ୟାସନାଲ ମ୍ୟାଚର ରେଫରୀ ସିଏ |  ପୁରା ହୁଇସିଲ ଆଉ ଗଦ ଧରିକି ବସିସେନ୍ତି | ଇଏ କଣ ଆଜି କାଲିକା ରେଫରୀ, ୨୦ବର୍ଷ ହେଲାଣି କାହିଁ କାହିଁ ଟପ କୀଲାସ ଖେଳାଳୀଂକି ନିଜ ହୁଇସିଲରେ ଖେଳାଇ ଆସିସେନ୍ତି |  ଆଉ ଏଇଟା ତାଙ୍କ ପାଇଁ କୋଉ ଗାଈର ଗୋବର !

 କୌଣସି ଅସହଜ ନାହିଁ, ପୁରା ସହଜରେ ଦୁହେଁ ଖାଉସେନ୍ତି ନବୀନ ଦାଦା ପରସୀ ଦେଇଥିବା ବ୍ୟଞ୍ଜନ | ଆଉ ନୀତିଶ ଦା ଆଉ କୌଣସି ଆଡେ ନଜର ପକୋଉ | ତାଙ୍କର ପୁରା ଖାଦ୍ୟରେ ହିଁ ଏକ ପ୍ରକାର ନଜର | ତାଙ୍କର ତ ସମତେ ଭଲ , ଦାଦା ଭଲ, ଦିଦି ଭଲ , ନବୀନ ଭଲ ଧର୍ମେଦ୍ର ବି ଭଲ |  ଆମ ଆମ ତାଙ୍କର ବି କଣ ମୁଣ୍ଡ ଖେଳାଇବା ଦରକାର | ଆଉ ଧର୍ମେନ୍ଦ୍ର ବାବୁ ନିର୍ବିକାର, ଅବଶ୍ୟ ଶାହାଜୀ ଯେତେବେଳେ ଅଛନ୍ତି, ତାଙ୍କର ବା କି ଅଛି କହିବାର !!

 ଯାହା କୁହନ୍ତୁ ପଛେ   ସମତେ ଇମିତି ବସିସେନ୍ତି ଯିମିତି  ନାଗୁଛି ସମତେ ନିଦା ପ୍ରେମରେ ବନ୍ଧା ଗୋଟେ ପରିବାରର ନୋକ  |  ନଜାଣିଥେବା  ନୋକ ସେଇଆ ହିଁ ଭାବିବ | ଭଗବାନ କରନ୍ତୁ ଏଇ ମଧୁରିଆ ସମ୍ପର୍କ ସବୁବେଳେ ନାଗିକି ରହିଥାଉ | 

ଇଏ ଭକତେ କି ସମର୍ଥକ ଚୁଛାକୁ ଯାହା ବଡ଼ିଆ ପିଟା ହେଉସେନ୍ତି ଆଉ ଫେସେବୁକ ହ୍ୱାଟ୍ସଆପେ ଯାହା ଖରାପ ନେଖାରେ ଭର୍ତ୍ତି କରି ପକାଉସେନ୍ତି | ବାସ୍ତବତା ଏଇଆ, ହେଲେ ସମତେ ସଯ ମାଛରେ ପୋକ ପକୋଉସେନ୍ତି ଯାହା !!! ସମତେ ୟାଙ୍କଠୁ ଶିଖିବା କଥା, ସମ୍ପର୍କ କଣ---ପ୍ରେମ କଣ---ଭାଇଚାରା କଣ ଆଉ ରାଜନୀତି ବି କଣ !!!!   

0
0
0
s2sdefault