ହେଡଲାଇନସ୍:

ସ୍ୱାମୀର ସନ୍ଦେହ ନେଲା ଅଶାନ୍ତିଙ୍କ ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର):  ଓଡଗାଁ ଥାନା  ବାହାଡାଝୋଲା ଫାଣ୍ଡି ନୂଆଗାଁ ବ୍ଲକ ଗୁମୀ ପଂଚାୟତ  ଅନ୍ତର୍ଗତ ମହୁଲ ପାଟଣା ଗ୍ରାମରେ ସ୍ୱାମୀର ସନ୍ଦେହକୁ ସହିନପାରି ସ୍ତ୍ରୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତକ ଜଣକ ଅମର ପରିଡା(୩୫)ଙ୍କ ସ୍ତ୍ରୀ ଅଶାନ୍ତି ନାୟକ(୨୫) । ୧୦ ବର୍ଷ ପୂର୍ବେ ଦୁହିଁଙ୍କ ମଧ୍ୟରେ ପ୍ରେମସମ୍ପର୍କ ଯୋଗୁଁ ସେମାନେ ସୁରାଟ ଚାଲିଯାଇଥିଲେ । ସେଠାରେ ପ୍ରଥମ ଝିଅ ଜନ୍ମ ହେବା ପରେ ସେମାନେ ଗାଁକୁ ଫେରିଥିଲେ । ପୁଅଘର ପକ୍ଷ ସେମାନଙ୍କୁ ଗ୍ରହଣ ନକରିବାରୁ ଅମର ଶାଶୁଘରେ ଅଶାନ୍ତି ସହିତ ରହୁଥିଲା । ଦୁହେଁ ଦୁହିଁଙ୍କୁ ଚରିତ୍ରକୁ ସନ୍ଦେହ  କରିବା ଯୋଗୁଁ ସେମାନଙ୍କ ମଧ୍ୟରେ ଝଗଡା ହେଉଥିଲା | କାର୍ତିକ ପୂର୍ଣ୍ଣମୀ ଅପରାହ୍ନରେ ଦୁହେଁ ଜଙ୍ଗଲକୁ କାଠ ଆଣିବାକୁ ଗଲେ । ଥରେ ଆଣି ପୂବରବାର ଜଙ୍ଗଲକୁ ଗଲାବେଳେ ଦୁହିଁଙ୍କ ମଧ୍ୟରେ କଳିଝଗଡା ହୋଇଥିଲା । କାଠ ବନ୍ଧା ଦଉଡିଟିକୁ ଫୋପାଡିଦେଇ ଅମର ଶୈାଚପାଇଁ ଗଲା । ଫେରିଲା ବେଳକୁ କାଠ ବନ୍ଧା ରସି ଲଗାଇ ଝୁଲିଥିବା ଅବସ୍ଥାରେ ଅଶାନ୍ତିକୁ ଦେଖିଲା । ଏକଥା କାହାକୁ ନଜଣାଇ କିଛି ସମ୍ପର୍କୀୟ ଲୋକଙ୍କୁ ନେଇ ଅଶାନ୍ତିର ଶବ ସଂସ୍କାର କରିଥିଲେ । ଖବର ପାଇ ଓଡଗାଁ ପୋଲିସ ଘଟଣା ସ୍ଥଳରୁ ପ୍ରାଥମିକ ତଦନ୍ତ କରି ଫେରିବା ପରେ ୨୦୮/୧୯ରେ ମାମଲା ରୁଜୁକରି ତଦନ୍ତ ଚାଲୁ ରହିଛି । 

 

0
0
0
s2sdefault