ଘୁ. ଉଦୟଗିରି(ଗଗନ ପ୍ରଧାନ) : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ହାତିବାଲି ଗ୍ରାମ ଠାରେ ଜଣେ ନବ ବିବାହିତ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି | ମୃତ ଯୁବକ ଜଣକ ହେଲେ ଅନିଲ ସାହୁ (32) |
ପ୍ରାପ୍ତ ସୂଚନା ଅନୁସାରେ ଯୁବକ ଜଣକ ତିନି ମାସ ପୂର୍ବେ ବିବାହ କରି ସ୍ତ୍ରୀ ଏବଂ ବାପାଙ୍କ ସହ ହାତିବାଲି ଗ୍ରାମରେ ରହୁ ଥିଲେ. ନିଜ ସ୍ତ୍ରୀଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ଦାବି କରି ଅଶାନ୍ତି କରୁଥିଲେ | ହେଲେ ଶନିବାର ସକାଳେ ମୃତ ଯୁବକ ବାପା ଏବଂ ସ୍ତ୍ରୀଙ୍କୁ ଘର ଭିତରୁ ବାହାରକୁ ବାହାର କରି କବାଟ ବନ୍ଦ କରି ଦେଇଥିଲା | ସ୍ତ୍ରୀ ଉମା ସାହୁ ବହୁ ଅନୁରୋଧ କରିଥିଲେ ମଧ୍ୟ ଯୁବକ ଜଣ କବାଟ ଖୋଲି ନ ଥିଲେ | ଶେଷରେ ଉମା ସାହୁ ଗ୍ରାମର ଲୋକଙ୍କୁ ଡାକି କବାଟ ଭାଙ୍ଗି ଘର ଭିତରେ ପଶିଥିଲେ.| ଏତିକି ବେଳେ ଘର ଭିତରେ ଅନିଲଙ୍କୁ ଝୁଲନ୍ତା ଅବସ୍ଥରେ ଦେଖି ଗାଁ ଲୋକଙ୍କ ସହାୟତାରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ହେଲେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ.| ଖବର ପାଇ ପୁଲିସ ଡାକ୍ତର ଖାନରେ ପହଂଚି 13/2019ରେ ଏକ ଅପମୃତ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠେଇଥିଲା. | ଘଟଣାର ତଦନ୍ତ ଚାଲିଥିବା ଘୁ. ଉଦୟଗିରି ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇ ଛନ୍ତି |