ହେଡଲାଇନସ୍:

ନିଶା ମାଫିଆ ସକ୍ରିୟ, ନିଶାରେ ମାତୁଛନ୍ତି ଯୁବପିଢ଼ି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧୦୪ ବୋତଲ କପ ସିରପ ଜବତ, ୨ ଅଭିଯୁକ୍ତ ଗିରଫ

ନୂଆପଡ଼ା,(ଅମିତ ପୁରୋହିତ): ସଦର ଥାନା ତେଲିପଡା ଛକ ନିକଟରେ ପୁଲିସ ପେଟ୍ରୋଲିଂ ସମୟରେ ୧୦୪ ବୋତଲ କପ ସିରପ ଜବତ କରିଛି । ବେଆଇନ କପ୍ ସିରପ ଚାଳାଣ ଅଭିଯୋଗରେ ସହରର ସିରତୋଲ ଗାଁର ରଂଜନ ଦାସ ଓରଫ ଟିଟୁ(୪୩) ଓ ଗୋବିନ୍ଦ ତାଣ୍ଡି(୨୪)ଙ୍କୁ ଗିରଫ କରିଛି । ଏନେଇ ସଦର ଥାନାରେ ଏକ ମାମାଲ ରୁଜୁ କରି ଉଭୟଙ୍କୁ କୋର୍ଟ ଚାଳାଣ କରିଛି ।  

        ଆଜି ମଧ୍ୟାହ୍ନରେ ଧଳା ରଙ୍ଗର ଟିଭିଏସ ଜୁପିଟର ଏକ ନମ୍ବର ବିହିନ ସ୍କୁଟି ଗାଡିରେ ସିରତୋଲର ରଂଜନ ଓ ଗୋବିନ୍ଦ କପ ସିରପ ଚାଲାଣ କରୁଥିଲେ । ସଦର ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ସହରର ତେଲିପଡା ମନ୍ଦିର ନିକଟ ମେଘା ଲଜ୍ ନିକଟରେ ସ୍କୁଟିକୁ ଅଟକାଇ ଥିଲେ । ଗାଡିରୁ ତଲାସି କରି ୧୦୪ ବୋତଲ କପ ସିରପ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । କପ ସିରପକୁ ଜବତ କରି ବେଆଇନ କପ ସିରପ ଚାଲାଣ ଅଭିଯୋଗରେ ରଂଜନ ଓ ଗୋବିନ୍ଦକୁ ଗିରଫ କରିଥିଲେ । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଳାଣ କରିଛି । ତେବେ ଉଭୟଙ୍କ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ସଦର ଆଇଆଇସି ଆଦିତ୍ୟ ମହାକୁଡ ସୂଚନା ଦେଇଛନ୍ତି । ସୂଚନା ଥାଉକି, ନୂଆପଡ଼ା ସହରରେ ଦିନ କୁ ଦିନ ବେଆଇନ କପ ସିରପ କାରବାର ବଢିବାରେ ଲାଗିଛି । ସହରର ଯୁବ ପିଢି କପ ସିରପକୁ ନିଶା ଭାବେ ଗ୍ରହଣ କରି ଅସମାଜିକ କାର୍ଯ୍ୟକଳାପରେ ଲିପ୍ତ ରହି ପଥଭ୍ରଷ୍ଟ ହେଉଛନ୍ତି । ଏହି ନିଶାରେ ମଦ ଭଳି ଗନ୍ଧ ହେଉନଥିବାରୁ ବିଶେଷ କରି ଯୁବକ ମାନେ ଆପଣେଇ ନେଉଛନ୍ତି । ଏହାକୁ ପଡୋଶୀ ଛତିଶଗଡ ରାଜ୍ୟ ରାୟପୁର ସହରରୁ କମ ଦରରେ କିଣି ୪ ଗୁଣା ଦରରେ ବିକ୍ରି କରୁଛନ୍ତି । ଏଥିରେ ମୋଟା ରକମର ଲାଭ ମିଳୁଥିବାରୁ ବ୍ୟବସାୟ ଭାବେ ଯୁବକମାନେ ଗ୍ରହଣ କରୁଛନ୍ତି । 

0
0
0
s2sdefault