ହେଡଲାଇନସ୍:

ବଳକା ମାଛ ବିକିବାକୁ ଯାଇ ଫେରିଲେଣି ପେଟୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସକାଳୁ ଅଙ୍ଗ ନଦୀରୁ ମିଳିଲା ମୃତଦେହ : ପୋଲିସ ତଦନ୍ତ ଜାରି 

ବରଗଡ :- ଗତ କାଲି  ପାଇକମାଲ ବ୍ଲକ ଲଖମରା ପଞ୍ଚାୟତ ବମରିତ ଗ୍ରାମର ଯୋଗେନ୍ଦ୍ର ବରିହା @ପେଟୁ(48) ନଇଁ ରୁ ମାଛ ଧରି ଘରକୁ ଫେରିଥିଲେ । ମାଛର ପରିମାଣ ବେସିଥିବାରୁ ଘର ଲୋକେ ଏତେ ମାଛ କଣ ହେବ , ବଜାର ରେ ନେଇ ବିକି ଆସିବାକୁ କହିଥିଲେ । ଯୋଗେନ୍ଦ୍ର ମାଛ ବିକିବାକୁ ଘରୁ ବାହାରି ଯାଇଥିଲା। ସେ ସନ୍ଧ୍ୟା ପର୍ଯନ୍ତ ଘରକୁ ନ ଫେରିବାରୁ ଘରଲୋକେ ଚିନ୍ତିତ ହେଇ ଖୋଜାଖୋଜି ଆରମ୍ବ କରିଦେଇଥିଲେ । ହେଲେ ଯୋଗେନ୍ଦ୍ର ର କୋଣସି ସନ୍ଧନ ନ ମିଳିବାରୁ ଘର ଲୋକେ ଆଜି ସକାଳୁ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ଲଳିତା ଲିଲିମା ବାର୍ଳା ଙ୍କୁ ଏ ବିଷୟରେ ଜଣାଇବା ପରେ ଥାନା ଅଧିକାରୀ ତୁରନ୍ତ ପଦକ୍ଷେପ ନେଇ ASI ସତ୍ୟାନନ୍ଦ ଭୋଇ ଙ୍କର ନେତୃତ୍ୱରେ ଏକ ପୋଲିସ ଦଳ ଯୋଗେନ୍ଦ୍ର କୁ ଖୋଜିବା ପାଇଁ ପଠାଇଥିଲେ । ପୋଲିସ ଗ୍ରାମବାସୀ ଙ୍କର ସହାୟତାରେ ଅଙ୍ଗ ନଦୀ କୂଳରେ ଖୋଜାଖୋଜି କରୁଥିବା ସମୟରେ ନଈକୂଳିଆ ଗୋଟେ ଜାଗାରେ ଯୋଗେନ୍ଦ୍ର ର ସାଇକଲ ଓ ଚପଲ ଥିବାର ଦିଖିବାକୁ ପାଇଥିଲା । ଯେଉଁ ସ୍ଥାନରେ ପୋଲିସ କୁ ଯୋଗେନ୍ଦ୍ର ର ସାଇକଲ ଓ ଚପଲ ମିଳିଥିଲା ସେଠି ନଦୀ ବହୁତ ଗଭୀର । ନଈ କୂଳରେ ଖୋଜାଖୋଜି କରିବାରୁ ପ୍ରାୟ ଗୋଟେ କିଲୋମିଟର ଦୂରରେ ଶବ ପଡିଥିବାର ଦେଖା ଯାଇଥିଲା । ପରିବାର ଲୋକ ଶବ ଯୋଗେନ୍ଦ୍ର ର ବୋଲି ଚିହ୍ନଟ ଜରିଥିଲେ |  ଏହାପରେ ଜଗଦଲପୁର ପୋଲିସ ଘଟଣା ସ୍ଥଳରେ ଶବ ଜବତ କରି ASI ସତ୍ୟାନନ୍ଦ ଭୋଇ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀମତୀ ବାର୍ଳା ସୂଚନା ଦେବା ସହିତ ଅଶାନ୍ତ କାଲି ସୋମବାର ଶବ ବ୍ୟବଚ୍ଛେଦ ହେଲା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ଜଣାଇଥିଲେ ।

0
0
0
s2sdefault