ସୁନ୍ଦରଗଡ/ HORACHAND DEURIA : ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଗରିଆମାଲ ନିକଟସ୍ଥ ମାଲିପଡ଼ା ଠାରେ ଏକ ଇକୋସ୍ପୋର୍ଟ ଗାଡି ନିୟନ୍ତ୍ରଣ ହାତରଇ ପୋଲ ତଳକୁ ଓଲଟିଯିବ ଫଳରେ ଦୁଇଜଣ ମୃତ୍ୟୁ ବାରଣ କରିଥିବା ବେଳେ ଆଉ ଦିଜଣ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି |
ଖବର ଅନୁଯାୟୀ ଇକୋ ସ୍ପୋର୍ଟ OD 15A 5453 ଗାଡ଼ିରେ ସର୍ଗିଡ଼ିହି ବାମରା ଅଞ୍ଚଳର ସୌମ୍ୟ ରଞ୍ଜନ ନାଏକ(୩୨)ଓ ବୀରେନ୍ଦ୍ର ନାଏକ( ୪୦) ଓ ରାଇଡ଼ିହି ଚେମଠାପଡ଼ା ଭବାନୀ ଶଙ୍କର ଗୌଡ଼ ( ୩୮)ଏବଂ ନରେନ୍ଦ୍ର ସା (୩୬) ସମସ୍ତେ ମିଶି ଚେମଠାପଡ଼ାରୁ ଫେରୁଥିଲେ | ଏ ସମୟରେ ବାମରା ପଟୁ ଆସୁଥିବା ଟ୍ରକକୁ ଟର୍ଣ୍ଣିଙ୍ଗ ପଏଣ୍ଟରେ ଦେଖି ଗାଡ଼ି କୁ ସାଇଡ଼ କରିଦେବା ଫଳରେ ଅନ୍ୟମନସ୍କତା ବଶତଃ ଛୋଟିଆ ବ୍ରିଜ଼ ଉପରୁ ତଳକୁ ଇକୋ ସ୍ପୋର୍ଟ ଗାଡିଟି ଖସି ପଡ଼ିଥିଲା | ଗାଡ଼ି ସମ୍ପୂର୍ଣ୍ଣ ମାତ୍ରାରେ ଚୁରମାର ହୋଇଯାଇଥିବା ବେଳେ ମାଳିପଡ଼ା ଗ୍ରାମବାସୀମାନେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ | ଆମୁଲାନ୍ସ ସାହାଯ୍ୟରେ ବଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ | ହେଲେ ବୀରେନ୍ଦ୍ର ବଡ଼ଗାଁ ଡାକ୍ତରଖାନାରେ ହିଁ ମୃତ୍ୟୁ ବରଣ କରିଥିଲେ | ଆହୁରି ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା | ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ସମୟରେ ହିଁ ନରେନ୍ଦ୍ର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ| ଆହୁରି ଦୁଇଜଣ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି | ଯାହା ସୂଚନା ମିଳିଛି ବଡ଼ଗାଁ ପୋଲିସ ବଡ଼ଗାଁ ମେଡ଼ିକାଲ କୁହିଁ ଆସିଥିବା ପରିବାର ଲୋକେ କହିଛନ୍ତି | ସୁନ୍ଦରଗଡ଼ ମୁଖ୍ୟ ଡାକ୍ତର ଖାନାକୁ ଖବର ଲେଖାହେବା ଯାଏ ପୋଲିସ ପହଞ୍ଚି ନାହାନ୍ତି! ଆହୁରି ମଧ୍ୟ ପୋଲିସ ସହିତ ଏ ସମ୍ପର୍କରେ ସବିଶେଷ ସୂଚନା ନିମନ୍ତେ ଫୋନ କରିବାରୁ "ମୁଁ ଛୁଟିରେ ଅଛି କହି କିଛି ଜାଣିନାହିଁ" କହି ତୁରନ୍ତ ଫୋନ କାଟି ଦେଇଥିଲେ ବଡ଼ଗାଁ ଥାନା ଅଧିକାରୀ |