ଓଡଗାଁ(ଶ୍ରୀକାନ୍ତ ମିଶ୍ର ) : ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଓଡଗାଁର ନବମ ଶ୍ରେଣୀର ଛାତ୍ରୀ ନିକିତା ସାମଲ ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଶ୍ଵାସ ରୋଗ ଯାଗୁଁ ଅସୁସ୍ଥ ନିକିତାର ସ୍ଥାନୀୟ ଡାକ୍ତରଙ୍କ ନିକଟରେ ଚିକିତ୍ସା କରାଯାଉଥିଲା । ଗୁରୁତର ହେବାରୁ ଆଜି ତାକୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ପ୍ରାଣମୁର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ନିକିତାକୁ ବଂଚାଇ ପାରିନଥିଲେ । ଜଣେ ଉତମ ଛାତ୍ରୀ ହୋଇଥିବାରୁ ତାର ମୃତ୍ୟୁ ଖବର ଶୁଣି ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସହପାଠିନୀ ଗଣ ଗଭୀର ଶୋକବ୍ୟକ୍ତ କରିଛନ୍ତି । ତାର ବାପା ପ୍ରବେଶ କୁମାର ସାମଲ ନିଜ ଗାଁ ବାହାଡାଝୋଲା ନିକଟରେ ଶିକ୍ଷକତା କରୁଥିଲେ ମଧ୍ୟ ପିଲାମାନଙ୍କର ଉତମ ଶିକ୍ଷା ପାଇଁ ଏହି କିଛିଦିନ ହେଲା ଓଡଗାଁରେ ରହୁଥିଲେ ।
ଅଘଟଣ
ଛାତ୍ରୀଙ୍କ ଅକାଳ ବିୟୋଗ
- Hits: 364