କନ୍ଧମାଳରେ ଲଜ୍ଜ୍ୟା :8ଟି ପିଲାର ବାପା ବିରୋଧରେ 3 ବର୍ଷର ଶିଶୁ କନ୍ୟା ପ୍ରତି କୁକର୍ମ ଉଦ୍ୟମ ଅଭିଯୋଗ
ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି. ଘୁ. ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମର 8ଟି ପିଲାର ବାପା ସେହି ଗ୍ରାମର ଜଣେ 3 ବର୍ଷର ଶିଶୁ କନ୍ୟାକୁ କୁକର୍ମଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି. ଘୁ. ଉଦୟଗିରି ପୁଲିସ ଉକ୍ତ କୁକର୍ମକାରିକୁ ଅଟକ ରଖି ପଚରା ଉଚୁରା କରୁଥିବା ଏସଆଇ ରଂଜିତ ମୁନି ପ୍ରକାଶ କରିଛନ୍ତି. ସୂଚନା ମୁତାବକ ଘୁ. ଉଦୟଗିରି ଥାନା ଅଧୀନସ୍ଥା କଳିଙ୍ଗିଆ ଗ୍ରାମ. ଏହି ଗ୍ରାମର ଜଣେ ବିବାହିତ ବ୍ୟକ୍ତି ସେହି ଗ୍ରାମର ଜଣେ 3ବର୍ଷର ଶିଶୁ କନ୍ୟାକୁ ମଙ୍ଗଳବାର ସନ୍ଧ୍ୟା 7ଟା ସମୟରେ ଖେଳୁ ଥିବାର ସୁଯୋଗ ନେଇ ପ୍ରଥମେ କଳିଙ୍ଗସ୍ଥିତ ଏକ ଦୁକାନକୁ ନେଇ ଲୋଲିପପ କିଣି ଦେଇ ଥିଲା | ତା ପରେ ଗାଁ ପାଖରେ ଏକ ନିଛାଟିଆ ସ୍ଥାନକୁ ନେଇ ତାରବାଡ ଡେଇଁ ନେଇ ଯାଇଥିଲା.| ସେହି ଠାରେ କୁକର୍ମ ଉଦ୍ୟମ କରି ଥିବାର ଶିଶୁକନ୍ୟା ପରିବାର ଅଭିଯୋଗ କରିଛନ୍ତି.| ଶିଶୁ କନ୍ୟା ନିଖୋଜ ହେବାରୁ ପରିବାର ଲୋକ ଖୋଜି ଥିଲେ | ଅଟକ ବ୍ୟକ୍ତି ଜଣକ ଶିଶୁ କନ୍ୟାକୁ ପୁଣି ମାମୁ ଘର ପାଖରେ ଛାଡି ଚାଲି ଯାଇଥିଲେ | ଶିଶୁ କନ୍ୟା ତା ସହ ହୋଇ ଥିବା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲା | ଉକ୍ତ ବ୍ୟକ୍ତି ଜଣକ ଦୁଇ ଜଣକୁ ବିବାହ କରିଛି | ପ୍ରଥମ ସ୍ତ୍ରୀର 6ଟି ପିଲା ଥିବା ବେଳେ ଦ୍ଵିତୀୟ ସ୍ତ୍ରୀର 2ଟି ପିଲା ଥିବା ଗ୍ରାମ ବାସୀ କହିଛନ୍ତି | ଘୁ. ଉଦୟଗିରି ପୁଲିସ ଅଟକ ଥିବା ବ୍ୟକ୍ତିଙ୍କୁ ଘୁ.ଉଦୟଗିରି ଡାକ୍ତରଖାନାକୁ ଡାକ୍ତରୀ ମାଇନା ପାଇଁ ପଠାଇ ଥିବା ସୂଚନା ଦେଇଛି | ଘଟଣା ସ୍ଥଳରେ ଲୋଲିପପ ପୋଡି ଥିବାର ମଧ୍ୟ ଦେଖାଦେଇଛି | ଘଟଣାର ତଦନ୍ତ ପାଇଁ ଘୁ. ଉଦୟଗିରି ଥାନାର ଏସଆଇ ରଂଜିତ ମୁନି ଶିଶୁ କନ୍ୟାର ଘର, ଅଟକ ବ୍ୟକ୍ତିଙ୍କ ଘର ଏବଂ ଘଟଣା ଘଟି ଥିବା ସ୍ଥାନକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ଜିନିଷ ଜବତ କରି ଥିବା ସୂଚନା ମିଳିଛି.କୁକର୍ମ କାରିକୁ ଡାକ୍ତରୀ ମଇନା ପାଇଁ ଘୁ. ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ଆଡମିଟ କରାଯାଇ ଥିବା ସୂଚନା ମିଳିଛି | ପୁଲିସ ଘଟଣାକୁ ନେଇ ଦଫା 363, 376(AB) ipc/section 4/POCSO 100/2019ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଏସଆଇ ରଂଜିତ ମୁନି ସୂଚନା ଦେଇଛନ୍ତି | ଅନ୍ୟ ପକ୍ଷରେ ଅଟକ ଥିବା ବ୍ୟକ୍ତିଙ୍କ ଝିଅ ଏହି ଘଟଣା ସମ୍ପୂର୍ଣ ମିଛ ବୋଲି କହିବା ସହ ତାଙ୍କ ବାପାଙ୍କୁ ଫସାଇ ଦିଆ ଯାଇଛି ବୋଲି ପ୍ରକାଶ କରିଛନ୍ତି |