ବିପୁଳ ପରିମାଣରେ କଫ ସିରଫ ଜବତ
ବରଗଡ :- କଫ ସିରଫ ନିଶା କବଳରେ ଯୁବ ସମାଜ । ବରଗଡ଼ ଜିଲ୍ଲାର ସହର ଠାରୁ ଗ୍ରାମ ପର୍ଯନ୍ତ ସବୁଠି ନିଶା ବ୍ୟବସାୟୀ ଙ୍କର କବଜାରେ ନିଶାଖୋର ଯୁବ ସମାଜ । ମାତ୍ର କିଛି ଟଙ୍କାର ଲୋଭରେ କିଛି ବଦମାସ ପ୍ରକୃତିର କୁଚକ୍ରି ଲୋକ ଏହି ନିଶା କାରବାରରେ ସିଧାସଳଖ ସମ୍ପୃକ୍ତ । ଯୁବ ସମାଜ କୁ ନିଶା ଗ୍ରସ୍ତ କରାଇ ନିଜର ପକେଟ ଭର୍ତି କରୁଥିବା ଏହି ଭଳି ଜଣେ ବ୍ୟବସାୟୀ କୁ ଆଜି ପାଇକମାଲ ପୋଲିସ ଗିରଫ କରିବାରେ ସଫଳ ହେଇଛି ।
ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ପ୍ରଦାନ କରିଥିବା ସୂଚନା ମୁତାବକ, ଗାଇସିଲେଟ ଥାନା ତାଳପାଳି ପଞ୍ଚାୟତର ଅଏଲାଭଟା ଗ୍ରାମର ସୁନୀଲ କୁମାର ସାହୁ କୁ ବିପୁଳ ପରିମାଣରେ କଫ ସିରଫ ସହିତ ଗିରଫ କରିଛି ।
ବିଶ୍ୱସ୍ତ ସୂତ୍ରରୁ ସୁନୀଲ ବାବଦରେ ଖବର ପାଇବା ପରେ ଥାନା ଅଧିକାରୀ ଙ୍କର ନିର୍ଦେଶ କ୍ରମେ ASI ଶ୍ରୀ ସୁନୀଲ କୁମାର ଦାସ , ହାବିଲଦାର ଶ୍ରୀ ସନ୍ତୋଷ କୁମାର ମହାପାତ୍ର , ଓ କନଷ୍ଟେବଳ ଶ୍ରୀ ନିତ୍ୟାନନ୍ଦ ଭୋଇ ବୈଦପାଲି ରୁ ଭାଟି ରାସ୍ତାରେ ଲୁଚିକି ବସିଥିଲେ । କିଛି ସମୟ ପରେ ସୁନୀଲ ଏକ ମୋଟର ସାଇକେଲରେ 2ଟି ସାର ବସ୍ତା ଲୋଡ଼ କରୁ ସେହି ରାସ୍ତାଦେଇ ଯାଉଥିବାର ଦେଖିବାକୁ ପାଇ ସେମାନେ ତାକୁ ଅଟକାଇ ବସ୍ତା ଖୋଲି ଦେଖିଥିଲେ । ସାର ବସ୍ତାରେ ସାର ପରିବର୍ତେ ରହିଥିଲା କଫ ସିରଫ ର ବୋତଲ । ଏତେ ପରିମାଣରେ କଫ ସିରଫ ଦେଖି ଥାନା କର୍ମଚାରୀ ମାନେ ତୁରନ୍ତ ଥାନା ଅଧିକାରୀ ଙ୍କୁ ଜଣାଇବା ପରେ ଥାନା ଅଧିକାରୀ ଶ୍ରୀ ମନବୋଧ , ଘଟଣା ସ୍ଥଳକୁ ପହଂଛି , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା ଙ୍କର ଉପସ୍ଥିତିରେ ସୁନୀଲ କୁ ଗିରଫ କରିବା ସହିତ ଅଭିଯୁକ୍ତ ପାଖରୁ ଛଅ ଶହ (600) ଟି କଫ ସିରଫ ବୋତଲ ସହିତ ଘଟଣାରେ ବ୍ୟବହୃତ ଏକ ମୋଟର ସାଇକେଲ ଜବତ କରିଛି । ପାଇକମାଲ ପୋଲିସ ଥାନାରେ କେଶ ନମ୍ବର 141/19 ଧାରା 274,275,21(b)NDPS act, section 2 of ଓଡିଶା ଅମାଣ୍ଡମେଣ୍ଟ act ରେସୁନୀଲ କୁ ଗିରଫ କରି କୋର୍ଟ କୁ ଚାଲାଣ କରିଛି ।