ବାରିପଦା(ଅରବିନ୍ଦ ଦାସ )- ମୟୂରଭଞ୍ଜ ଜିଲ୍ଲାରେ ହାତୀ ମଣିଷ ମଧ୍ୟରେ ଜାରି ରହିଥିବା ଲଢ଼ାଇରେ ପ୍ରତ୍ୟେକ ବର୍ଷ ଏକାଧିକ ବ୍ୟକ୍ତି ଜୀବନ ହରାଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ହାନୀ ହୋଇଆସୁଛି । ସରକାର ଓ ବନ ବିଭାଗ ଏହାର ସ୍ଥାୟୀ ପ୍ରତିକାର କରିବା ଦିଗରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇ ହାତ ଟେକି ଦେଇଥିବା ବେଳେ ଅଗଷ୍ଟ ୬ ମଙ୍ଗଳବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ରୁଗୁଡ଼ି ପଞ୍ଚାୟତର ଖଣ୍ଡବିନ୍ଧା ଗ୍ରାମର ରୁପା ଚାତାରଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ଗତ ଜୁଲାଇ ୩୧ରୁ କରଞ୍ଜିଆ ବନଖଣ୍ଡ ଅଧୀନରେ ଥିବା ରରୁଆଁ, ଶୁକୃଳି ସହ ଯଶୀପୁର ଅଞ୍ଚଳରେ ପ୍ରାୟ ଶହେରୁ ଅଧିକ ଗ୍ରାମରେ ୨୨ରୁ ଅଧିକ ହାତୀ ପ୍ରବେଶ କରି ୩୦ରୁ ୩୫ ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଲିଛି । ଏହି ସମୟରେ ଖଣ୍ଡବନ୍ଧ ଗ୍ରାମରେ ହାତୀ ପଲ ପଶି ଘରେ ରୁପା ଚାତାର ଶୋଇଥିବା ଅବସ୍ଥାରେ ତାର ଘରକୁ ଭାଙ୍ଗିବା ପରେ ରୁପାକୁ ପାଦରେ ଦଳି ମାରି ଦେଇଥିବାର ଦେଖିବାକୁ ମିଳିଛି । ହାତୀ ଉପଦୃତ ଚଳାଇଥିବା ଅଞ୍ଚଳରେ ବନ କର୍ମଚାରୀମାନେ ୨୪ ଘଣ୍ଟା ହାତୀମାନଙ୍କ ଗତିବିଧି ଉପରେ ନଜର ରଖି ଜନସାଧାରଣଙ୍କୁ ସତର୍କ କରାଇବା ସହ ହାତୀକୁ ଘଉଡ଼ାଇବା ଦାୟିତ୍ୱ ରହିଥିବା ବେଳେ ବନ ବିଭାଗ ତାର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନରେ ବିଫଳ ହୋଇଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ହାତୀ ପଲ ଗାଁ ଗଣ୍ଡାରେ ପଶି ତାଣ୍ଡବ ରଚି ଚାଲିଥିବା ବେଳେ ବନ ବିଭାଗର ପଦାଧିକାରୀ, ଅଧିକାରୀ ଓ କର୍ମଚାରୀମାନେ ନୀରବ ଦ୍ରଷ୍ଟା ସାଜିଛନ୍ତି । ରୁ ଚାତାର ମୃତୁ୍ୟ ପାଇ ବନ ବିଭାଗକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି ତାଙ୍କର ପରିବାର ସଦସ୍ୟ । ଏବିଷୟରେ କରଞ୍ଜିଆ ବନ ଖଣ୍ଡ ଅଧିକାରୀଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା ।
ଅଘଟଣ
ଶୋଇଥିଲେ, ଘରେ ପଶି ଦଳିଦେଲା ହାତୀ
- Hits: 322