ହେଡଲାଇନସ୍:

ସାରେ ଭୁଲ ମାନିଲେ , କହିଲେ ଆଉ କରିବେନି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ରେଢାଖୋଲ/ ଯଶୋବନ୍ତ ନାରାୟଣ ସାହୁ : ସରକାର ସମସ୍ତେ ପାଠ ପଢିବାକୁ ଆଇନ ପ୍ରଣୟନ କରିଛନ୍ତି । ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଉତମ ବ୍ୟବହାର ଦେଖାଇବା ସହ କୌଣସି ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ନିର୍ଯାତନା କି ମାଡ ମାରି ପାରିବେ ନାହିଁ ବୋଲି ସରକାର ଆଇନ କରିଛନ୍ତି । ପ୍ରତୈ÷କ ବିଦ୍ୟାଳୟର ଶିକ୍ଷକ ଶିକ୍ଷକ ମାନଙ୍କୁ ମଧ୍ୟ ଏଥି ପାଇଁ ନିର୍ଦ୍ଦେଶ ରହିଛି । ହେଲେ ବହୁ ସରକାରୀ ବିଦ୍ୟାଳୟରେ ସରକାରଙ୍କ ଏହି ନିତିନିୟମକୁ ବେଖାତିର ଭାବୁଛନ୍ତି  ଶିକ୍ଷକ ମାନେ ।

  ସେମିତି ଏକ ବିଦ୍ୟାଳୟ ହେଲା ସମ୍ବଲପୁର ଜିଲ୍ଲା ରେଢାଖୋଲ ଶିକ୍ଷାଜିଲ୍ଲାର ଚାରମାଳ ନିକଟସ୍ଥ ଭାଡିଦର ପ୍ରାଥମିକ ବିଦ୍ୟାଳୟ ।ଏହି ବିଦ୍ୟାଳୟରେ ଜନୈ÷କ ଶିକ୍ଷକ ସେହି ବିଦ୍ୟାଳୟର ଜଣେ  ଛାତ୍ର ଓ ଛାତ୍ରୀଙ୍କୁ ମାନସିକ  ନିର୍ଯାତନା ଦେବା ଏବଂ ପରମୂହୁର୍ତରେ ଏହାର ସମାଧାନ ହୋଇ ଶିକ୍ଷକ ଭୁଲ ସ୍ୱୀକାର କରିବା ଭଳି ଖବର ହସ୍ତଗତ ହୋଇଛି । ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ ଚାରମାଳ ନିକଟସ୍ଥ ଭାଡିଦର ପ୍ରାଥମିକ ବିଦ୍ୟାଳୟରେ ଭାଡିଦର ଗ୍ରାମର ତ୍ରିଲୋଚନ ଦେହୁରୀଙ୍କ ପୁଅ ପୁରୁଷୋତମ ଦେହୁରୀ (୧୦ ବର୍ଷ )୫ମ ଶ୍ରେଣୀରେ ପଠୁଛନ୍ତି । ପୁଅ ଦିବ୍ୟାଙ୍ଗ ଅଛି ।ଝିଅ ଗୋମତି ଦେହୁରୀ (୯ବର୍ଷ)୪ ୪ର୍ଥ ଶ୍ରେଣୀରେ ମଧ୍ୟ ସେ ବିଦ୍ୟାଳୟରେ ପାଠ ପଢୁଛନ୍ତି । ଅଭିଭାବକ ତଥା ବିଦ୍ୟାଳୟ କମିଟିର ସଭ୍ୟ ପୁରୁଷୋତମ ମଝିରେ ମଝିରେ ନିଜର ଦିବ୍ୟାଙ୍ଗ ଛୁଆକୁ ଦେଖିବା ପାଇଁ ବିଦ୍ୟାଳୟକୁ ଯାଆନ୍ତି । ଶିକ୍ଷକଙ୍କ ପାଠ ପଢାରେ ଅନିୟମିତତା ଦେଖି ଠିକ୍ କରିବା ପାଇଁ ଶିକ୍ଷକଙ୍କୁ ବାରମ୍ବାର ମଧ୍ୟ କହିଥିଲେ ।ଏଥିରେ ଶିକ୍ଷକ  ତ୍ରିଲୋଚନ ଙ୍କ ଉପରେ ରାଗିବା ସହ ଉଦେ୍ଧଶ୍ୟମୂଳକ ଭାବରେ ତାଙ୍କ ଝିଅକୁ ଅନ୍ୟ ପିଲା ଦ୍ୱାରା ମାଡମାରିଥିବା ଅଭିଯୋଗ କରିଥିଲେ । ଏପରିକି ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ।  ଏପରିକି ତାଙ୍କ ଝିଅକୁ ତାଗିଦ୍ କରି କହିଥିଲେ ତୋର ବାପା ବିଦ୍ୟାଳୟ ପରିସରକୁ ଆସିଲେ ତୋତେ ପାଠ ପଢାଇଯିବ ନାହିଁ  ବୋଲି ତ୍ରିଲୋଚନ ଗତ ତା ୩୧/୭/୨୦୧୯ ରେ ବ୍ଲକ୍ ଶିକ୍ଷା ଅଧିିକାରୀଙ୍କ ଠାରେ ଅଭିଯୋଗ କରିଥିଲେ ।
 ଏହି ଅଭିଯୋଗକୁ ଗୁରୁତର ସହ ନେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ  ଗତ ତା୦୧/୦୮/୨୦୧୯ ରେ ବିଦ୍ୟାଳୟ ପରିସରରେ ଏକ ସଭାଅନୁଷ୍ଠିତ  ହୋଇଥଲା । ଏଥିରେ ଶିକ୍ଷକ ନଳିନ ହୋତା ଛାତ୍ର ପୁରୁଷୋତମ ଦେହୁରୀଙ୍କୁ ଦେଇଥିବା ନିର୍ଯାତନା ସଂପର୍କରେ ଅଲୋଚନା କରାଯାଇଥିଲା । ଏହି ଅଲୋଚନାରେ କୌଣସି ଶିକ୍ଷକ /ଶିକ୍ଷୟତ୍ରୀ ପିଲାମାନଙ୍କୁ କୌଣସି ପ୍ରକାର ମାନସିକ ନିର୍ଯ୍ୟାତନା କି ଶାରୀରିକ ନିର୍ଯ୍ୟାତନା ଦେଇ ପାରିବେ ନାହିଁ ବୋଲି ଶିକ୍ଷକ ନଳିନ ହୋତାଙ୍କୁ ତାଗିଦ୍ କରାଯାଇଥିଲା । ଶିକ୍ଷକ ନଳିନ ହୋତା ମଧ୍ୟ ନିଜର ଭୁଲ୍କୁ  ସ୍ୱୀକାର କରିଥିଲେ । ଏହି ସଭାରେ ରେଢାଖୋଲ ଏବିଇଓ ଚନ୍ଦ୍ରମଣୀ ପ୍ରଧାନ, ସିଆରସିସି ସନ୍ତୋଷ କୁମାର ପ୍ରଧାନ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସନ୍ତ କର୍ଣ  ଏବଂ ସଭ୍ୟ/ସଭ୍ୟା , ସାମାଜିକ କର୍ମି ତଥା ରେଢାଖୋଲ ଚାଇଲଡ୍ ଲାଇନ ର ସଂଜୟ ସାଗର , ଦୌପଦୀ ପ୍ରଧାନ ,ସାମ୍ବାଦିକା ତଥା ସାମାଜିକ କର୍ମି ମମତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।




0
0
0
s2sdefault