ବରଗଡ :- ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇତି ମଧ୍ୟରେ ଚୋରା ମଦ କାରବାର ବହୁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନିକ ଉଦାସୀନତା ହେଉ କିମ୍ବା ଚୋରା ବ୍ୟବସାୟୀ ମାନଙ୍କର ଅର୍ଥ ଲୋଭ ସମଗ୍ର ଜିଲ୍ଲା ମୁଖ୍ୟତଃ ଗ୍ରାମାଞ୍ଚଳ ମାନଙ୍କରେ ଚୋରା ମଦର କାରବାର ବେଶ ବଢି ଯାଇଛି । ଜିଲ୍ଲାର ପ୍ରାୟତଃ ସବୁ ଗ୍ରାମରେ ବେଆଇନ ଭାବରେ ମଦର କଲାବଜାରୀ ହେଉଛି । ଏହି ଚୋର ମଦ ବ୍ୟବସାୟୀ ମାନଙ୍କୁ ରୋକିବା ପାଇଁ ବିଗତ ଦିନରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ କଡା ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେବାପରେ ବର୍ତମାନ ଆକ୍ସନ ମୁଡ଼ରେ ଜିଲ୍ଲା ଅବକାରୀ ବିଭାଗ ।ମୁଖ୍ୟତଃ ପଦ୍ମପୁର ଅବକାରୀ ନିରୀକ୍ଷକ ଙ୍କର କାର୍ଯଳୟ ତରଫରୁ ଆରମ୍ଭ ହେଇଛି ଚଢ଼ାଉ ଅଭିଯାନ । ଏହି କ୍ରମରେ ପଦ୍ମପୁର ଥାନା ଅନ୍ତର୍ଗତ ଜମଳା ଗ୍ରାମର ଜିତେନ୍ଦ୍ର ଝଗରା ଏକ ମୋଟର ସାଇକଲ ରେ 20ଲିଟର ଦେଶୀ ମଦ ନେଇ ଯାଉଥିବା ସମୟରେ ପୂର୍ବରୁ ଜଗିଥିବା ଅଭକାରୀ ଚଢ଼ାଉ ଦଳର ହାବୁଡ଼ରେ ପଡି ଯାଇଥିଲା । ଜିତେନ୍ଦ୍ର କୁ ଧରିବା ପରେ ଅବକାରୀ ଦଳ ତାକୁ କେଶ ନମ୍ବର40/2019 20 ଧାରା 4 ଓ 52(a) ରେ ବୁକ କରି କୋର୍ଟ ରେ ହଜାର କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଜେଲ କେ ପଠେଇ ଦେଇଆଯାଇଛି । ଏହି ଚଢ଼ାଉରେ ପଦ୍ମପୁର ଅବକାରୀ ନିରୀକ୍ଷକ ଶ୍ରୀ ଲଳିତ ମୋହନ ମିଶ୍ର , ଉପନିରୀକ୍ଷକ ଶ୍ରୀ ହେନାକାନ୍ତ ସୁନା , ମହିଳା କନଷ୍ଟେବଳ ତରକାନ୍ତି ଭୁଆ ,ବିଜୟ ପାଣିଗ୍ରାହୀ , ବିରେନ୍ଦ୍ର ପନ୍ନା, ମୁକେଶ ବିଶ୍ୱାଳ , କେନାଲୁ ଭୋଇ , ସୁକାନ୍ତ ବଢ଼େଇ , ରାକେଶ ସାହୁ ପ୍ରମୁଖ ସାମିଲ ଥିଲେ ।
ଅଘଟଣ
ଅବକାରୀ ଚଢ଼ାଉ : 20 ଲିଟର ମଦ ସହିତ ଅଭିଯୁକ୍ତ ଗିରଫ
- Hits: 575