ହେଡଲାଇନସ୍:

ଘୁସ ଖାଉଥିଲେ ୧୦ ହଜାର, ଏବେ ତିନି ବର୍ଷ ଜେଲ ଯିବେ ବାବୁ ଲକ୍ଷ୍ମଣ କୁମାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ପୂର୍ବତନ ଶ୍ରମ ଅଧିକାରୀଙ୍କୁ ଜେଲ ଓ ଜୋରିମାନା

ବାରିପଦା(ଅରବିନ୍ଦ ଦାସ )-  ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍  ବେଣୁଧର ପାତ୍ର ଆଜି ଏକ ଗୁରୁତ୍ୱପର୍ଣ୍ଣ ରାୟ ଶୁଣାଇବାକୁ ଯାଇ ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ଶ୍ରମ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ଦୁର୍ନୀତି ନିରୋଧ ଆଇନ ଧାରା ୭ ଅନୁସାରେ ୨ ବର୍ଷ କାରାଦଣ୍ଡ , ୫  ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ ହେଲେ ଅଧିକ ୨  ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ସେହିପରି ଧାରା ୧୩ରେ ୩ ବର୍ଷ କାରାଦଣ୍ଡ, ୫ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଅନାଦେୟରେ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଥିବା ସମୟରେ ଏହି ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ କରାଯିବା ନିମନ୍ତେ ମଧ୍ୟ ନିଦେ୍ର୍ଧଶ ରହିଛି । ଖବରର ବିବାରଣୀରୁ ପ୍ରକାଶ,  ଖନ୍ତାପଡ଼ା ଅଞ୍ଚଳର କେଶବ ଲେଙ୍କା ନାମକ ଏକ ଠିକାଦାର ଲେବର ଲାଇସେନ୍ସ ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୦୧୨ରେ ଆବେଦନ କରିଥିଲେ । ମାତ୍ର ଉକ୍ତ ଲେବର ଲାଇସେନ୍ସ ପ୍ରଦାନ ନିମନ୍ତେ ତତ୍କାଳୀନ  ଜିଲ୍ଲା ଶ୍ରୀମ ଅଧିକାରୀ ଲକ୍ଷ୍ମଣ ବେହେରା ଠିକାଦାର କେଶବ ଲେଙ୍କାଙ୍କ ନିକଟରୁ ୨୦୧୨ ଫେବୃଆରୀ ୨୭ରେ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ବାରିପଦା ଭିଜିଲାନ୍ସ ୟୁନିଟ ହାତରେ ଲାଞ୍ଚ ଟଙ୍କା ସହିତ ରେଡ଼ ହ୍ୟାଣ୍ଡରେ ଧରାପଡ଼ି ଜେଲ ଯାଇଥିଲେ । ଉକ୍ତ ଘଟଣାକୁ ନେଇ ଭୁଜିଲାନ୍ସ ପକ୍ଷରୁ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ ଲକ୍ଷ୍ମଣ ବେହେରାଙ୍କ ନାମରେ କେଶ ନଂ  ୬/୨୦୧୨ରେ ମାମଲା ରୁଜୁ ହୋଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ସମସ୍ତ ସାକ୍ଷୀମାନଙ୍କ ବୟାନ ଓ ପ୍ରମାଣ ପତ୍ରକୁ ଭିତ୍ତିକରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ପିପି କୃଷ୍ଣଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ ।

0
0
0
s2sdefault