ବଣାଇ-/ସୁନ୍ଦରଗଡ : ଗତ 24 ତାରିଖ ରାତିରେ କୌଣସି ଦୁର୍ବୃତ୍ତଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇ ଅଳ୍ପକେ ମରଣ ମୁହଁରୁ ବଞ୍ଚିଥିବା ତଥା ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲହୁଣିପଡାର ରାଜକୁମାର ଜୟସ୍ବାଲ ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳା ନାଏକଙ୍କୁ ଆଜି ଭେଟିବା ସହିତ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ତଦାରଖ କରିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ। ଶ୍ରୀ କୁସୁମ ଆଜି ରାଉରକେଲା ସରକାରୀ ହସ୍ପିଟାଲ ସର୍ଜରୀ ମେଲ୍-54 ରେ ଚିକିତ୍ସିତ ହେଉଥିବା ରାଜକୁମାର ଓ ସର୍ଜରୀ ଫିମେଲ-25 ରେ ଚିକିତ୍ସିତ ହେଉଥିବା ଚଞ୍ଚଳାଙ୍କୁ ଭେଟ କରିବା ସହିତ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ବିସ୍ତୃତ ଭାବରେ ପଚାରି ବୁଝିଥିଲେ। ତତ୍ ସଙ୍ଗେ ସଙ୍ଗେ ଉପସ୍ଥିତ ବିଭାଗୀୟ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିବା ସହିତ ଆହତ ସ୍ବାମୀ ସ୍ତ୍ରୀଙ୍କ କେମିତି ଶିଘ୍ର ଆରୋଗ୍ଯ ଲାଭକରିବେ ତା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ନିବେଦନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ରାଜକୁମାରଙ୍କ ମୁଣ୍ଡ,ଆଖି ଓ ଡାହାଣ ହାତ ଗଭୀର ଭାବରେ କ୍ଷତାକ୍ତ ହୋଇଥିବା ବେଳେ, ଚଞ୍ଚଳାର ମୁଣ୍ଡ,ମୁହଁ ଓ ଅଣ୍ଟା ଗଭୀର ଭାବରେ କ୍ଷତାକ୍ତ ହୋଇଛି। ଆଜି ସମାଜସେବୀ ଶ୍ରୀ କୁସୁମ ତାଙ୍କୁ ଭେଟିବା ପରେ ଆହତ ରାଜକୁମାର ଓ ଚଞ୍ଚଳାଙ୍କ ଚିକିତ୍ସା ବ୍ୟବସ୍ଥା ନିଶ୍ଚିତ ଭାବରେ କ୍ରିୟାଶୀଳ ହେବ ବୋଲି ଆଶା ଉଦ୍ରେକ ହୋଇଛି।
ଅଘଟଣ
ସ୍ବାମୀ ସ୍ତ୍ରୀଙ୍କୁ ରକ୍ତାକ୍ତ ଆକ୍ରମଣ ଘଟଣା :ଗୁରୁତର ଆହତଙ୍କୁ ଭେଟିଲେ କୁସୁମ
- Hits: 484