ହେଡଲାଇନସ୍:

ଉତ୍ତ୍ୟକ୍ତ ଅଭିଭାବକ ପକାଇଲେ ତାଲା ,ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଖୋଲିଲା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମେଲଛାମୁଣ୍ଡା ହାଇସ୍କୁଲ ପ୍ରତି ଲଗାତାର ବିଭାଗୀୟ ଅଣଦେଖା

 ମେଲଛାମୁଣ୍ଡା(ମନୋଜ ଭୋଇ ) ବରଗଡ ଜିଲ୍ଲା ଅନ୍ତର୍ଗତ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ବିଭିନ୍ନ ଶିକ୍ଷକ ପଦବୀ ପୁରଣ ଦାବୀରେ ବିଦ୍ୟାଳୟ ପରିଚାଳନା ସମିତି ଏବଂ ଅବିଭାବକବୃନ୍ଦ ଶୁକ୍ରବାର ସ୍କୁଲରେ ତାଲା ପକାଇ ଦେଇଥିଲେ । ଖବର ପାଇ ପ୍ରଥମେ ମେଲଛାମୁଣ୍ଡା ଥାନା ଆଇ.ଆଇ.ସି ପହଂଚି ଘଟଣା ସଂପର୍କରେ ପଚାରି ବୁଝିଥିଲେ । ପରେ ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ଘଟଣାସ୍ଥଳକୁ ଆସି ଅବିଭାବକ ଏବଂ ପରିଚାଳନା କମିଟି ଙ୍କ ସହିତ ଆଲୋଚନା କରିଥିଲେ । ଶିକ୍ଷକ ସମସ୍ୟାର ସମାଧାନ ଦିଗରେ ଆସନ୍ତା ୧୫ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି  ପ୍ରତିଶୃତି ଦେବା ପରେ ସ୍କୁଲ ଫାଟକରୁ ତାଲା ଖୋଲାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ ଉକ୍ତ ବିଦ୍ୟାଳୟରେ ୧ମ ରୁ ୧୦ମ ଶ୍ରେଣୀ ୪୭୦ ଜଣ ଛାତ୍ରଛାତ୍ରୀଙ୍କ  ପାଠପଢା ଚାଳିଥିବା ବେଳେ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି । ଦୀର୍ଘ ବର୍ଷ ହେବ ଏଠାରେ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ଯୋଗୁଁ ମୁରବି ବିହୀନ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଛି । ୨ବର୍ଷ ହେଲା ହିନ୍ଦି ଶିକ୍ଷକ ପଦଖାଲି ପଡିଥିବା ବେଲେ ଗତ କିଛି ମାସ ହେଲା ବିଜ୍ଞାନ ଶିକ୍ଷକ ପଦ ଖାଲି ପଡିଛି ଯଦ୍ୱାରା ବିଜ୍ଞାନ ଶିକ୍ଷାଦାନ ଆରମ୍ଭ ହୋଇନାହିଁ । ବିଦ୍ୟାଳୟରେ ନିଯୁକ୍ତ ଜଣେ କିରାଣିଙ୍କୁ ଦୁଇବର୍ଷ ପୂର୍ବରୁ ବି.ଇ.ଓ ଙ୍କ କାର୍ଯ୍ୟାଳୟକୁ ଡେପୁଟେସନରେ ପଠାଇ ଫେରାଇବାର ବ୍ୟବସ୍ଥା ହେଉନାହିଁ । ସେହିଭଳି ଗତ କିଛି ପୂର୍ବେ ଏଠାରୁ ୨ଜଣ ଶିକ୍ଷକଙ୍କୁ କାଢି ଅନ୍ୟତ୍ର ବଦଳି କରାଯାଇଛି । ବିଦ୍ୟାଳୟର ଏଭଳି ସମସ୍ୟା ସଂପର୍କରେ ସ୍କୁଲ କର୍ତୃପକ୍ଷ ଏବଂ ଅବିଭାବକବୃନ୍ଦ ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଲ ମହୋଦୟଙ୍କୁ  ସମସ୍ୟା ସମାଧାନ ପାଇଁ ପୂର୍ବରୁ ଅନୁରୋଧ କରିଥିଲେ ହେଁ  କୈାଣସି ସୁଫଳ ମିଳି ପାରିନଥିଲା ।  ଶେଷରେ ବାଧ୍ୟହୋଇ ଶୁକ୍ରବାର ଅବିଭାବକ ମାନେ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ ।

 

0
0
0
s2sdefault