୨ଟି ଚାରି ଚକିଆ ଯାନ ସହ ୧୨ ଜଣ ଥାନାରେ ଅଟକ
ନୂଆପଡା. (ଅମିତ ପୁରୋହିତ); ନୂଆପଡା ଜିଲ୍ଲା ବୋଡେନ ଥାନା ଅଂଚଳର ଜନୈକ ଯୁବକ ଛତିଶଗଡ ଅଂଚଳରେ କାମ କରୁଥିବା ସମୟରେ ଜଣେ ଯୁବତୀଙ୍କ ସହ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା । ଉକ୍ତ ଯୁବତୀ ଜଣକ ନିଜ ଘର ଛାଡି ଯୁବକଙ୍କ ଘରକୁ ପଳାଇ ଆସିଥିବା ବେଲେ ଏହି ଘଟଣା କୁ କେନ୍ଦ୍ର କରି ଯୁବତୀ ଙ୍କ ବାପା ସମେତ ୧୨ଜଣ ଦୁଇଟି ମହେନ୍ଦ୍ରା ଏକ୍ସୟୁଭି ସି.ଜି ୦୪ ଏଚ୍ ଏମ୍ ୩୯୪୬ ଓ ଟ୍ରାବେରା ସି.ଜି ୧୯ ବି.ଏଫ ୨୯୫୦ ରେ ଅସି ବୋଡେନ ଅଂଚଳରୁ ସଂପୃକ୍ତ ଯୁବକଙ୍କୁ ଟେକି ନେଇ ଛତିଶଗଡ କୁ ପଳାଉଥିବା ବେଳେ ଖବର ପାଇ ନୂଆପଡା ପୋଲିସ ସଦର ଏକତା ଛକ ଠାରେ ଧରିବାରେ ସକ୍ଷମ ହୋଇଛି ।
ସୁତ୍ରରୁ ପ୍ରକାଶ ଯେ ବୋଡେନ ଥାନା ଅନ୍ତର୍ଗତ ଡମଝର ପଂଚାୟତ ମୋର ଗାଁ ର ଅଭିମନ୍ୟୁ ଜଗତ ଙ୍କ ପୁଅ କେଦାର ଜଗତ (୨୩) ଛତିଶଗଡ କାକେଁର ଜିଲ୍ଲା ର ଚରମା ଥାନା ଅନ୍ତର୍ଗତ ଚାଉଡି ଗାଁ ରେ ଗୋପି ନାୟକ ଙ୍କ ଠାରେ ଜେସିବି ଡ୍ରାଇଭର ଭାବେ ଦୀର୍ଘ ୨ ବର୍ଷ ହେବ କାମ କରି ଆସୁଥିଲା । ଉକ୍ତ ସମୟ ମଧ୍ୟରେ ଗୋପିଙ୍କ ସଂର୍ମ୍ପକୀୟ କାକା ମୋହନ ନାୟକଙ୍କ ଝିଅ ଲକ୍ଷ୍ମୀ (୨୧) ଙ୍କ ସହିତ ପ୍ରେମ ସଂର୍ମ୍ପକ ଗଢି ଉଠିଥିଲା । କିନ୍ତୁ ଘରେ ଏହି ପ୍ରେମ ସଂର୍ମ୍ପକ କୁ ଘରେ ପରିବାର ଲୋକେ ସ୍ୱୀକାର କରିବେ ନାହିଁ ବୋଲି ଲକ୍ଷ୍ମୀ କେଦାରକୁ କହିଥିଲେ । ଏ ସଂର୍ମ୍ପକରେ କେଦାର ନିଜର ପରିବାର ଲୋକଙ୍କୁ ଜଣାଇ ଥିଲା । ଗତ ସୋମବାର ଦିନ ନିଜ ଘର ଛାଡି ଏକୁଟିଆ ୧୧୦ କି,.ମି ଅତିକ୍ରମ କରି ରାୟପୁରରେ ପହଚିଂଥିଲା । ସେଠାରେ ବାପା ଅଭିମନ୍ୟୁ ଲକ୍ଷ୍ମୀ କୁ ଧରି ନିଜ ଗାଁ କୁ ଆଣିଥିଲେ । ଏହି ଘଟଣା କୁ ନେଇ ଝିଅର ବାପା ମୋହନ ଦୁଇଟି ଗାଡିରେ ୧୨ ଜଣ ଲୋକଙ୍କୁ ଧରି ପୁଅ ଘରେ ପହଚିଂଥିଲେ । ଝିଅକୁ ନ ପାଇ କେଦାରକୁ ସେମାନେ ଅପହରଣ କରି ଛତିଶଗଡକୁ ନେଇ ଯାଉଥିବା ବେଳେ କୈାଣସି ସୁତ୍ରରୁ ଖବର ପାଇ ନୂଆପଡା ଆଇ.ଆଇ.ସି. ଆଦିତ୍ୟ ମହାକୁଡ ସେମାନଙ୍କୁ ଏକତା ଛକ ଠାରେ ଅଟକାଇ ସମସ୍ତ ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି । ନୂଆପଡା ଥାନାରେ ଏକ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ ବୋଡେନ ଥାନାକୁ ହସ୍ତାନ୍ତର କରାଯିବ ବୋଲି ଆଇ.ଆଇ.ସି. ଶ୍ରୀ ମହାକୁଡ କହିଛନ୍ତି ।