ହେଡଲାଇନସ୍:

ମୄତ୍ୟୁର ତିନିମାସ ପରେ ଶବ କହିବ ନିଜ ମୄତ୍ୟୁର କାରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମେଲ୍ରେଛାମୁଣ୍ଡା / ମନୋଜ ଭୋଇ : ବୁଢ଼ୀ ମାଁର ଭୂତ କାହାଣୀ ପରି ଶବ ଦୀର୍ଘ ତିନିମାସ ପରେ ନିଜର ମୄତ୍ୟୁର ଖୋଜିବା ପାଇଁ ମସାଣିରୁ ପଦାକୁ ବାହାରିଛି ଏପରି ଏକ ବିରଳ ଘରଣା ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡସ୍ଥ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ ।
     ସୂଚନା ଅନୁସାରେ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମର ଉଦେ ତାଣ୍ଡି ଗତ ସାଧାରଣ ନିର୍ବାଚନ ସମୟରେ ୧୭/୦୪/୨୦୧୮ ଦିନ ମଦ ଖାଇ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ପକ୍ଷରୁ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ ଏବଂ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା । ୧୯/୦୪/୨୦୧୯ ଦିନ ବରଗଡ଼ ନେବା ସମୟରେ ରାସ୍ତାରେ ହଁ ତାଙ୍କ ମୄତ୍ୟୁ ଘଟିଥିଲା ।
           ଉଦେ ତାଣ୍ଡିଙ୍କ ମୄତ୍ୟୁ ପରେ ତାଙ୍କ ଶୁଦ୍ଧିକ୍ରିୟା ନିଜ ଗ୍ରାମ ଅମାମୁଣ୍ଡାରେ ନିଜ ପରିଜନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।ହେଲେ ଗତ ତା ୧୭/୦୭/୨୦୧୯ ଦିନ ଉଦେ ତାଣ୍ଡିଙ୍କ ସ୍ତ୍ରୀ ଇଲା ତାଣ୍ଡି ମେଲଛାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ,କି ତାଙ୍କ ସ୍ବାମୀଙ୍କୁ ଅମାମୁଣ୍ଡା ଗ୍ରାମର ଦଶ ଜଣ ଲୋକ ମଦରେ ବିଷ ଦେଇ ଷଡଯନ୍ତ୍ର ଭାବରେ ହତ୍ୟା କରିଛନ୍ତି । ଅଭିଯୋଗ ପରେ ମେଲଛାମୁଣ୍ଡା ଥାନା କେଶ ନଂ ୯୧/୧୯ ଦଫା ୩୦୨,୩୨୮, ୩୪ ଆପିସିରେ ଏକ ମାମଲା ରୁଜୁ ହୋଇଛି । ବୁଧବାର ମାଜିଷ୍ଟ୍ରେଟ  ଦାୟିତ୍ୱରେ ଥିବା ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ଏବଂ ଉପରିସ୍ଥ ପୁଲିସ ଅଧିକାରିଙ୍କ ଉପସ୍ଥିତିରେ କବର ଭାଙ୍ଗି ମାଟି ତଳୁ ଶବଟିକୁ ବାହାର କରାଯାଇ ଜବତ କରାଯାଇଥିଲା । ଶବଟିର ପଂଚନାମା କରି ପଦ୍ମପୁର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଯାଇଥିଲା । ବ୍ୟବଛ୍ଛେଦର ରିପୋର୍ଟ ଆସିଲା ପରେ ଆଇନ ଅନୁଯାୟୀ ଦୋଷୀ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ସୁଚନା ଅନୁସାରେ ଗତ ୧୮/୦୪/୧୯ ଦିନ ବିଧାନ ସଭା ନିର୍ବାଚନର ପୂର୍ବ ରାତ୍ରରେ ଗ୍ରାମର କିଛି ଦୁର୍ବୁତ ଉଦୟ ତାଣ୍ଡିିଙ୍କୁ ବିଷମିଶା ମଦ ପିଇବାକୁ ଦେଇଥିଲେ । ମଦ ପିଇ ଉଦୟ ଘରକୁ ଫେରି ଅସୁସ୍ଥତା ଅନୁଭବ କରିବା ସହ ଘଟଣା ସଂପର୍କରେ ତାଙ୍କ ସ୍ତ୍ରୀ ଇଲାଙ୍କୁ ଅବଗତ କରାଇଥିଲେ । ରାତ୍ରରେ ଉଦୟଙ୍କୁ ପ୍ରବଳ ମାତ୍ରାରେ ଝାଡା ହୋଇଥିଲା । ପରିବାର ଲୋକେ ତାଙ୍କୁ ପଦ୍ମପୁର ଚିକିତ୍ସାଳୟକୁ ନେଇଯାଇଥିଲେ | ସେଠାରୁ ତାଙ୍କୁ ବରଗଡ଼ ରେଫର କରା ଯାଇଥିଲା | ହେଲେ ଯିବା ବାଟରେ ମହୁଲପାଲି ନକଟରେ ତାଙ୍କ ମୃତ୍ୟୁ ଘଟିଥିଲା । ଶବଟିକୁ ଗାଁକୁ ଆଣିଲା ପରେ ପରିବାର ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ସେହି ସମୟରେ ଦୁର୍ବୁତ ମାନେ ଇଲା ତାଣ୍ଡିଙ୍କୁ ଘଟଣା ସଂପର୍କରେ ପୋଲିସକୁ ନ ଜଣାଇବା ପାଇଁ ଚାପ ପ୍ରୟୋଗ କରିବା ସହ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ । ଆହୁରି ମଧ୍ୟ ତାଙ୍କୁ ଯେପରି ସେ ଗାଁରୁ ବାହାରି ନ ବାହାରି ପାରିବେ ସେଥିଲାଗି ତୀକ୍ଷ୍ଣ ନଜର ରଖିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଘଟଣାର ପ୍ରକୃତ ସତ୍ୟ ଉନ୍ମୋଚିତ ହେବ ବୋଲି ତଦନ୍ତକାରୀ ପୁଲିସ ଅଫିସର ଥାନାଧିକାରୀ ସ୍ୱପ୍ନାରାଣି ଗୋଛାୟତ ସୂଚନା ଦେଇଛନ୍ତି |


        ଅନ୍ୟପକ୍ଷରେ  ମୄତ ବ୍ୟକ୍ତିର ଶୁଦ୍ଧିକ୍ରିୟା କରି ଦୀର୍ଘ ଦିନ ପରେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ନେଇ ବର୍ତ୍ତମାନ ଜନସାଧାରଣଙ୍କ ମହଳରେ ଚର୍ଚ୍ଚା ଯୋର ଧରିଛି  । ଯଦି ମୃତକର ମୃତ୍ୟୁର  ମୃତକଙ୍କର ପରିବାର ଲୋକଙ୍କ କହିବା ଅନୁସାରେ ହେଇଛି ତେବେ ଦୀର୍ଘ ତିନିମାସ ହେଲା କାହିଁକି ପରିବାର ପକ୍ଷରୁ ଅଭିଯୋଗ ହେଲାନାହିଁ | ବାସ୍ତବ ଘଟଣା ଆଉ ଅଭିଯୋଗ ଭିତରେ କିଛି ଭିନ୍ନତା ନାହିଁତ | ଏତେ ବିଳମ୍ବରେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ସତ୍ୟ ନା ପ୍ରାୟୋଜିତ, ଏହିଭଳି କିଛି ପ୍ରଶ୍ନର ସତ୍ୟାସତ୍ୟ ଜାଣିବା ପାଇଁ ଏବେ ସ୍ଥାନୀୟ ଅଂଚଳର ଲୋକେ ବ୍ୟାକୁଳ | ମୄତ୍ୟୁର ତିନିମାସ ପରେ ଶବ ନିଜ ମୄତ୍ୟୁର କାରଣ କହିବ ବୋଲି ଲୋକ କୁହା କୁହି ହେଉଛନ୍ତି |

0
0
0
s2sdefault