ହେଡଲାଇନସ୍:

ବାଲିକୁଦା:ଖମ୍ବାକୁଳ ରଥଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ,ପୋଲିସ ପକ୍ଷରୁ ଲାଠିଚାର୍ଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର:(ରମେଶ ମହାନ୍ତି)– ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଖମ୍ବାକୁଳ ଗ୍ରାମରେ ନୃସିଂହନାଥ ଜୀଉ ବାହୁଡା ରଥଯାତ୍ରାକୁ ନେଇ ଲଙ୍କାକାଣ୍ଡ।ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଥ ସ୍ଥଳକୁ ଆସିଥିଲେ ମହନ୍ତ।ସୂଚନାନୁଯାୟୀ ଉକ୍ତ ଖମ୍ବାକୂଳ ମଠରେ ମହନ୍ତକୁ ନେଇ ଦୀର୍ଘ ୫ ବର୍ଷ ହେଲା ଚାଲିଥିଲା ବିବାଦ।ତେବେ ମହନ୍ତଙ୍କ ସପକ୍ଷ ବାଦୀ ଓ ବିପକ୍ଷ ବାଦୀମାନଙ୍କ ମଧ୍ୟରେ ହୋଇଥିଲା ଖଣ୍ଡପ୍ରଳୟ।ଏହି ଗଣ୍ଡଗୋଳ ଉଗ୍ରରୂପ ନେବା ଯୋଗୁଁ ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୪ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।ଏହି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ପାଇଁ ବାଧ୍ୟହୋଇ ପୋଲିସ୍ ଲାଠି ଚାର୍ଜ କରିଥିଲା।ତେବେ ଏହି ଲାଠି ଚାର୍ଜରେ ବହୁ ସଂଖ୍ୟକ ମହିଳା ଆହତ ହୋଇଥିବା ବେଳେ କିଛି ପୋଲିସ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।


0
0
0
s2sdefault