ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରୁ ଶୁକ୍ରବାର ବିଲମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ଅଫିସ କାର୍ଯ୍ୟାଳୟ ଏବଂ ଶ୍ରେଣୀ କୋଠରିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏବଂ ନଗଦ ଟଙ୍କା ଚୋରି କରି ନେଇଛନ୍ତି ।ଶନିବାର ସକାଳେ ବିଦ୍ୟାଳୟ କର୍ମଚାରୀ ବିଦ୍ୟାଳୟ ଖୋଲିଲା ପରେ ଚୋରି ସଂପର୍କରେ ଜାଣି ପାରି ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳକୁ ପହଂଚି ଘଟଣାଟିକୁ ଉପଲବ୍ଧି କରିବା ସହ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ପଧାନଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଥାନା କେସ ନଂ ୮୭/୧୯ ଦଫା ୩୮୦, ୪୫୭ ଆଇପିସିରେ ମାମଲା ରୁଜୁ କରି ଏଏସଆଇ ଦିଲିପ କୁମାର ଦେହୁରୀ ତଦନ୍ତ କରୁଛନ୍ତି । ଅପରପକ୍ଷେ ଶନିବାର ସଂଧ୍ୟାରେ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଦ୍ୟାଳୟର ସମସ୍ତ ଅଭିବାବକଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସମସ୍ତେ ଘଟଣାକୁ ନିନ୍ଦା କରିବା ସହ ପୁଲିସର ଶିଥିଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଚୋରି ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ପୁଲିସ ପାଖରେ ଦାବୀ ଜଣାଇବା ପାଇଁ ସ୍ଥିର କରିବା ସହ ଶତାଧିକ ଅଭିବାବକ ମେଲଛାମୁଣ୍ଡା ପୁଲିସ କାର୍ଯ୍ୟଳୟକୁ ଯାଇଥିଲେ । ଥାନା ଭାରପ୍ରାପ୍ତ ଅଧିକାରୀ ଏସଆଇ ସପ୍ନାରାଣୀ ଗୋଚ୍ଛାୟତ ଛୁଟିରେ ଥିବାରୁ ଥାନା ଦାୟୀତ୍ୱରେ ଥିବା ଏଏସଆଇ ଦିଲିପ ଦେହୁରୀଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ଫୋନ ମାଧ୍ୟମରେ ଏଏସଆଇ ଦେହୁରୀଙ୍କ ଜରିଆରେ ଏସଡିପିଓ ପ୍ରଦୀପ କୁମାର ସାହୁଙ୍କ ସହ ଆଲୋଚନା କରିବା ସହ ଚୋରୀ ଘଟଣାର ପର୍ଦ୍ଧଫାସ କରିବା ପାଇଁ ଦୃଢ ଦାବୀ କରିଥିଲେ । ଏସଡିପିଓ ଶ୍ରୀ ସାହୁଙ୍କ ପାଖରୁ ଦୃଢ କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ପାଇବା ପରେ ଅଭିବାବକମାନେ ଥାନାରୁ ଫେରି ଆସିଥିଲେ । ପ୍ରାପ୍ତସୂଚନାନୂସାରେ ଶୁକ୍ରବାର ବିଲମ୍ବିତ ରାତ୍ରରେ ଦୃବୁତମାନେ ଶିଶୁମନ୍ଦିରର କୋଠା ଗୁଡିକର ତାଳା ଭାଙ୍ଗି କଂପୁଟର, ପ୍ରିଂଟର, ଷ୍ଟେବିଲାଇଜର, ୪ଗୋଟି ନୂଆ ସିଲିଙ୍ଗ ଫେନ, ଅଭିବାବକମାନେ ଦେଇଥିବା ବିଭିନ୍ନ ଉପହାର ସହ ନଗଦ ଦଶ ହଜାର ଟଙ୍କା ଚୋରି କରି ନେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ଚାରି ମାସ ମଧ୍ୟରେ ମେଲଛାମୁଣ୍ଡା ଥାନା କାର୍ଯ୍ୟାଳୟର ୩୦୦ମିଟର ମଧ୍ୟରେ ୫ଗୋଟି ଚୋରି ହୋଇଥିଲେ ମଧ୍ୟ ପୁଲିସ ଗୋଟିଏ ବି ଚୋରି ଘଟଣାର ପର୍ଦ୍ଦାଫାଶ କରିପାରି ନାହିଁ । କିଛି ଦିନ ବ୍ୟବଧାନରରେ ଗୋଟିଏ ପରେ ଗୋଟିଏ ଚୋରି ହେବାକୁ ମେଲଛାମୁଣ୍ଡା ପୁଲିସର ଅସଫଳତାକୁ ବୁଦ୍ଧିଜୀବିମାନେ ଦାୟୀ କରିବା ସହ ପୁଲିସ ଉପରେ ବିଶ୍ୱାସ ହରାଇ ବସିଛନ୍ତି । ଗତ ୧୭/୩/୨୦୧୯ ରାତିରେ ଏକାଥରକେ ମୁଖ୍ୟ ରାସ୍ତା କଡରେ ଥିବା ସରୋଜ ଜୈନଙ୍କ ଟିଭି ଓ ଗୋଡରେଜ ସୋ ରୁମ, ହେମନ୍ତ ସାହାnka କିରାନା ଦୋକାନ ଓ ତୁଲସିରାମ ସେଠର ଟିଭି ରିପ୍ୟାରିଙ୍ଗ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଚୋରି କରିଥିଲେ । ସେହିପରି ଗତ ୧୯/୪/୨୦୧୯ ରାତିରେ ଫକିର ସାହୁର ଘର ସମ୍ମୁଖରୁ ପିକ୍ ଅଫ ଭ୍ୟାନ ଦୃବୁତ ମାନେ ଚୋରି କରିନେଇଥିଲେ । ସେହି ସବୁ ଚୋରିର ପର୍ଦ୍ଧାଫାସ ମେଲଛାମୁଣ୍ଡା ପୁଲିସ କରିପାରି ନ ଥିବା ବେଳେ ଶୁକ୍ରବାର ରାତିରେ ଶିଶୁମନ୍ଦିରରୁ ଚୋରି ହେବା ଘଟଣା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଥାନାର ଅନତି ଦୂରରୁ ଯଦି ଦୁର୍ବୃତ୍ତମାନେ ବେଧଡକ ଭାବେ ଚୋରୀ କରୁଛନ୍ତି ତେବେ ଥାନାରୁ ଦୂର ସ୍ଥାନରେ ଥିବା ଗାଁ ଗୁଡିକର ଅବସ୍ଥା କିପରି ରହୁଥିବ ବୋଲି ବୁଦ୍ଧିଜୀବି ମହଳରେ ଚର୍ଚ୍ଚା ହେଉଛି । ଦୁର୍ବୃତ୍ତମାନଙ୍କ ଖୋଲମଖୁଲା ଚେଲେଂଜକୁ ପୁଲିସ ପ୍ରତ୍ୟକ୍ଷ ଭାବେ ସାମନା କରିବା ସହ ଘଟଣା ଗୁଡିକର ପର୍ଦ୍ଦାଫାଶ କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।
ଅଘଟଣ
ମେଲଛାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରରୁ ଚୋରି, ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ଥାନାକୁ ଗଲେ ଅଭିବାବକ
- Hits: 452