ହେଡଲାଇନସ୍:

ଏମିତି ବି ଯାଏ ଜୀବନ : ବାଜିରେ ହାରିଗଲେ ନିଜାମୁଦ୍ଧିନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳ୍ପନା ବସ ଦୁର୍ଘଟଣା : ସମ ହସପିଟାଲରେ ପ୍ରାଣ ହରାଇଲେ ଯୁବକ

ବାରିପଦା (ଦିଲ୍ଲୀପ ମହାନ୍ତି )- ଗତ ଜୁନ ୨୭ ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ଭୂବନେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା ଓଡ଼ି ୦୧ ଜେ ୨୨୧୨ ନମ୍ବର ବିଶିଷ୍ଟ କଳ୍ପନା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାରେ ଗୁରୁତ୍ତର  ଭାବେ ଆହତ ହୋଇ ଭୂବନେଶ୍ୱତସ୍ଥିତ ସୋମ ହସପିଟାଲରେ ବଞ୍ଚିବା ନିମନ୍ତେ ୧୪ ଦିନ ଧରି ସଂଗ୍ରାମ ଚଳାଇ ଶେଷରେ ହାରିଯାଇଛନ୍ତି ୨୮ ବର୍ଷିୟ ଯୁବକ ସେକ୍ ନିଜାମୁଦ୍ଧିନ । ଜୁଲାଇ ୧୧ ରାତିରେ ପିତା ମାତା, ପରିବାରର ସଦସ୍ୟ ଓ ଆତ୍ମୀୟ ପରିଜନ, ସାଙ୍ଗାସାଥୀମାନଙ୍କୁ ସବୁ ଦିନ ପାଇଁ ତ୍ୟାଗ କରି ଆଲ୍ଲାଙ୍କ ନିକଟକୁ ଚାଲିଯାଇଛନ୍ତି ବାରିପଦା ପୌରପରିଷଦର ୱାଡର଼୍ ନଂ ୩ ୱାଲିଗଞ୍ଜ ଅଞ୍ଚଳର ସେକ୍ ଅମିନୁଦ୍ଧିନଙ୍କ ପୁଅ ସେକ୍ ନିଜାମୁଦ୍ଧିନ(୨୮) । ଦୁର୍ଘଟଣାରେ ସେକ୍ ନିଜାମୁଦ୍ଧିନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେଉଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥବାରୁ ବାରିପଦା ମେଡ଼ିକାଲରେ ଚିକିତ୍ସା କରୁଥିବା ଡ଼ାକ୍ତର ଜୁଲାଇ ୨୭ ଗୁରୁବାର ରାତିରେ କଟକ ମେଡ଼ିକାଲକୁ ତୁରନ୍ତ ନେଇଯିବା ନିମନ୍ତେ ପରାମର୍ଶ ଦେଇଥିଲେ । ମାତ୍ର ପରିବାରର ସଦସ୍ୟ ଓ ଆତ୍ମୀୟ ସ୍ୱଜନ ନିଜାମଙ୍କୁ ଭୂବନେଶ୍ୱରସ୍ଥିତ ସୋମ ହସପିଟାଲରେ ଚିକିତ୍ସା ନିମନ୍ତେ ବେଡ଼ ନଂ ୨ରେ ଭର୍ତ୍ତି କରାଇଥିଲେ । ଜୁନ୨୮ ଶୁକ୍ରବାର ନିଜାମୁଦ୍ଧିନ ସେମାନଙ୍କ ପରିବାର ସଦସ୍ୟ ଓ ଆତ୍ମୀୟ ସ୍ୱଜନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସେହି ଦିନ  ସୋମ ହସପିଟାଲରେ ଡ଼ାକ୍ତର ୮୦ ହଜାର ଟଙ୍କା ନେଇ ତାଙ୍କ ଶରୀରରେ ଅସ୍ତେ୍ରାପଚାର କରାଇବା ପରେ ଆଇସିୟୁ ନଂ ୨ରେ ରଖିଆସୁଥିଲେ । କିନ୍ତୁ ସେକ୍ ନିଜାମୁଦ୍ଧିନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବା ବଦଳରେ ଅବନତି ଘଟିଥିଲା । ଗତ ଜୁଲାଇ ୪ ଗୁରୁବାରଠାରୁ ହୃତପିଣ୍ଡରେ ଇନଫେକସନ ହୋଇଥିବାର ଦର୍ଶାଇ ଆଇସିୟୁରୁ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ କରାଯାଇଥିଲା । ସୋମ ହସପିଟାଲ କର୍ତ୍ତୃପକ୍ଷ ଦୈନିକ ଆଇସିୟୁ ଚାର୍ଯ୍ୟ ୧୫ ହଜାର ଲେଖାଏଁ ନେଉଥିବା ବେଳେ ଗୁରୁବାରଠାରୁ ଭେନଟିଲେଟର ଚାର୍ଯ୍ୟ ପ୍ରାୟ ୩୦ ହଜାର ଲେଖାଏଁ ନେଉଥିଲେ । ଏଥି ସହିତ ନିଜାମୁଦ୍ଧିନଙ୍କ ହୃତପିଣ୍ଡରେ ସ୍ପନ୍ଦନ ସ୍ଥିର ରହୁନଥିବାର ଦର୍ଶାଇ ଏକ ମେସିନ ହୃତପିଣ୍ଡରେ ମଧ୍ୟ ସଂଯୋଗ କରାଇଥିଲା । ସଂଜ୍ଞାହୀନ ଅବସ୍ଥାରେ ହସପିଟାଲରେ ପଡ଼ି ରହିଥିବା ବେଳେ ତାଙ୍କୁ ଚିକିତ୍ସା କରିଥିବା ଡ଼ାକ୍ତର କିଡ଼ନୀ ଫେଲ ହୋଇଯାଇଥିବାର ସୂଚନା ଦେଇଥିଲେ । ଆସ୍ତେ ଆସ୍ତେ ନିଜାମୁଦ୍ଧିନଙ୍କ ବଞ୍ଚିବାର ଆଶା କ୍ରମଶଃ କ୍ଷୀଣ ହୋଇ ଆସୁଥିଲା ଏବଂ ଶେଷରେ ଜୁଲାଇ ୧୧ ରାତି ପ୍ରାୟ ସାଢେ଼ ୧୧ରେ ଆଖି ବୁଜି ଦେଇଥିଲେ । ଏହି ସମୟରେ ନିକଟରେ ପୁତୁରା ଓ ଭଣଜା ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉକି, ଗତ ବର୍ଷ ତାଙ୍କର ବିବାହ ହୋଇଥିଲା ଓ ସ୍ତ୍ରୀ ଗର୍ଭବତୀ ରହିଛନ୍ତି । ଘରେ ବୃଦ୍ଧ ପିତା ଓ ମାତାଙ୍କ ସହ ଅର୍ଦ୍ଧପାଗଳୀ ଭଉଣୀ ରହିଛନ୍ତି  । ପୁଅକୁ ବଞ୍ଚାଇବା ନିମନ୍ତେ ବାପା ସେକ୍ ଅମିନୁଦ୍ଧିନ ସମସ୍ତ ସଞ୍ଚୟ ଅର୍ଥ  ଓ ଧାର କରଜ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ଶେଷରେ ନିଜର ଭାଗ୍ୟ ନିକଟରେ ହାରି ବାହୁନିବାରେ ଲାଗିଛନ୍ତି । ହସପିଟାଲରେ ନିଜାମଙ୍କ ପାର୍ଥୀବ ଶରୀରର ବ୍ୟବଚ୍ଛେଦ କରାଯିବା ପରେ ବାରିପଦା ଅଣାଯାଇଥି କବର ଦିଆଯାଇଥିବାର ଜଣାପଡ଼ିଛି ।

0
0
0
s2sdefault