ହେଡଲାଇନସ୍:

ରେଳ ଧାରଣା ଉପରେ ଶୋଇଥିବା ବେଳେ ମାଡ଼ିଗଲା ଡ଼ିଏମୟୁ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜୀବନ ବଞ୍ଚିଯାଇଥିବା ବେଳେ ହରାଇଲା ଦୁଇ ଗୋଡ଼


ବାରିପଦା(ଦିଲ୍ଲୀପ ମହାନ୍ତି )-ଧାରଣା ଉପରେ ଶୋଇଥିବା ବେଳେ ଯୁବକ ଉପରେ ମାଡ଼ିଗଲା ଭଞ୍ଜପୁର-ବାଲେଶ୍ୱର ଡ଼ିଏମୟୁ ଟ୍ରେନ । ଫଳରେ ଯୁବକର ଜୀବନ ଭାଗ୍ୟ ବଳରୁ ବଞ୍ଚିଯାଇଥିବା ବେଳେ ହରାଇବାକୁ ପଡ଼ିଛି ଆଣ୍ଠୁ ନିକଟରୁ ଦୁଇଟି ଗୋଡ଼ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଜୁଲାଇ ୯ ମଙ୍ଗଳବାର ରାତି ପ୍ରାୟ ୩ଟା ୧୫ ମିନିଟ ସମୟରେ ବାରିପଦା ସହରର ଭଞ୍ଜପୁର ରେଳ ଷ୍ଟେସନରୁ ଭଞ୍ଜପୁର-ବାଲେଶ୍ୱର ଡିଏମୟୁ ଟ୍ରେନ ଛାଡ଼ିବା ପରେ ବାରିପଦା ଷ୍ଟେସନ ମଧ୍ୟରେ ୱାଡର଼୍ ନଂ ୩ ଶନି ମନ୍ଦିର ନିକଟ ରେଳଧାରଣା ଉପରେ ସ୍ଥାନୀୟ ଭୁଗୁଡ଼ାକଟା ଅଞ୍ଚଳର  ଚିତ୍ତ ରଞ୍ଜନ ହାତୀ ଶୋଇଥିବା ଅବସ୍ଥାରେ ତାର ଦୁଇ ପାଦ ଉପରେ ଟ୍ରେନ ମାଡ଼ିଯାଇଥିଲା । ଫଳରେ ଚିତ୍ତରଞ୍ଜନଙ୍କ ଦୁଇ ଗୋଡ଼ ଶରୀରରୁ ଅଲଗା ହୋଇଯାଇଥିଲା । ମାନବିକତା ଦୃଷ୍ଟିକୋଣରୁ ଟ୍ରେନର ଡ୍ରାଇଭର ଟ୍ରେନକୁ ଅଟକାଇ ଘଟଣାସ୍ଥଳରୁ ଆହତ ଯୁବକ ଓ ଅନ୍ଧକାର ମଧ୍ୟରେ ଖୋଜାଖୋଜି କରି ପାଇଥିବା ଯୁବକର ଗୋଟାଏ ଗୋଡ଼କୁ ଉଦ୍ଧାର କରି ବାରିପଦା ଷ୍ଟେସନ ପର୍ଯ୍ୟନ୍ତ ନେଇଯାଇଥିଲେ । ସେଠାରୁ ଆରୋଗ୍ୟ ଦୂତ ସହାୟତାରେ ଚିକିତ୍ସା ନିମନ୍ତେ ବାରିପଦା ମେଡ଼ିକାଲ କଲେଜକୁ ପଠାଇଦେଇଥିଲେ । ମେଡ଼ିକାଲ କଲେଜ ଓ ହସପିଟାଲ ଆଶୁ ଚିକିତ୍ସା କେନ୍ଦ୍ରର ଡ଼ାକ୍ତର ବିଜୟ ରଞ୍ଜନ ରାଉତଙ୍କ କହିବା ଅନୁସାରେ ଜଙ୍ଘରୁ ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ଭାବେ କଟିଯାଇଛି ଏବଂ କ୍ଷତ ସ୍ଥାନରୁ ୩ରୁ ୪ ଲିଟରରୁ ଅଧିକ ରକ୍ତସ୍ରାବ ହୋଇଯାଇଥିବାରୁ ଅବସ୍ଥା ଗୁରୁତ୍ତର ରହିଛି । ତେବେ ଆହତକୁ ସୁସ୍ଥ କରାଇବା ନିମନ୍ତେ ସମସ୍ତ ଉଦ୍ୟମ ଜାରି ରହିଛି ; କିନ୍ତୁ ଗୋଡ଼ ଦୁଇଟି ମିଳି ପାରିଥିଲେ ଅସ୍ତେ୍ରାପଚାର ମାଧ୍ୟମରେ ପୁଣି ଥରେ ଯଥା ସ୍ଥାନରେ ରୋପଣ କରାଯାଇ ପାରିଥାନ୍ତା ବୋଲି   ସୂଚନା ଦେଇଥିଲେ । 

0
0
0
s2sdefault