ହେଡଲାଇନସ୍:

ପ୍ରଫେସର (ଡଃ) ଅଖିଳ ବିହାରୀ ଓତାଙ୍କର ମାତୃ ବିୟୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର: ଆଜି ଅପରାହ୍ନ ଘ.୧.୨୫ ମି ସମୟରେ ଏସସି ଏସଟି ଆରଟିଆଇ ନିର୍ଦ୍ଦେଶକ  ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ପ୍ରଫେସର (ଡଃ) ଅଖିଳ ବିହାରୀ ଓତାଙ୍କ ମାତା ତଥା ପୂର୍ବତନ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋର ନିର୍ଦ୍ଦେଶକ ସ୍ୱଗତଃ ଜଗନ୍ନାଥ ଓତାଙ୍କର ସହଧର୍ମିଣୀ ଶ୍ରୀମତୀ ବସନ୍ତ ଓତାଙ୍କର ୯୧ ବର୍ଷ ବୟସରେ ମହାପ୍ରୟାଣ ଘଟିଯାଇଛି । ସ୍ୱର୍ଗତା ଓତା ଜଣେ ଅତ୍ୟନ୍ତ  ମିଷ୍ଟଭାଷୀ ତଥା ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ ଝିଅ ଅରୁଣା ତ୍ରିପାଠୀ, ମଝିଆଁ ଝିଅ ଡା. ଅନୀମା ଓତା ଓ ସାନ ଝିଅ ଆରତୀ ଆଚାର୍ଯ୍ୟ, ଦୁଇ ଜ୍ୱାଇଁ ଡଃ ଅଶୋକ ମିଶ୍ର ଓ ଶ୍ରୀ କ୍ଷେତ୍ରମୋହନ ଆଚାର୍ଯ୍ୟ ତଥା ଏକମାତ୍ର ପୁତ୍ର ପ୍ରଫେସର (ଡଃ) ଅଖିଳ ବିହାରୀ ଓତା ଓ ପୁତ୍ରବଧୂ ଶ୍ରୀମତୀ ଅହଲ୍ୟା ଓତା ଏବଂ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ବହୁ ବିଶିଷ୍ଟ ବ୍ୟକ୍ତିଗଣ ପ୍ରଫେସର ଓତାଙ୍କର ଶହୀଦ ନଗର ସ୍ଥିତ ବାସ ଭବନରେ ଉପସ୍ଥିତ ରହି ସ୍ୱର୍ଗତା ବସନ୍ତ ଓତାଙ୍କର ଶେଷ ଦର୍ଶନ କରିଥିଲେ । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର ଅନୁଷ୍ଠିତ ହୋଇଯାଇଛି । ସେଠାରେ ଶହ ଶହ ସଂଖ୍ୟାରେ ଆତ୍ମୀୟ ସ୍ୱଜନ, ବନ୍ଧୁ ଓ ଶୁଭେଚ୍ଛୁ ଉପସ୍ଥିତ ରହି ପରଲୋକଗତ ଆତ୍ମାର ସଦ୍ଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

0
0
0
s2sdefault