ହେଡଲାଇନସ୍:

ମାଓ ସଂଗଠନର ସମର୍ଥକ ସିକୁନ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରାୟଗଡା (ସରୋଜ ସାହୁ)  –ରାୟଗଡା ପୋଲିସ ଜଣେ ମାଓ ସମର୍ଥକ ସିକୁନ ସିକୋକକୁ  ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ନିୟମଗିରି ଅଂଚଳରୁ  ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ସିକୁନ କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଂଚାୟତ ଅନ୍ତର୍ଗତ ମାୟାବାଲି ଗ୍ରାମର ବୋଲି ଜଣାପଡିଛି । ସେ ମାଓ ସଂଗଠନର ବାଂଶଧାରା-ଘୁମୁସରା-ନାଗାବଳୀ ଡିଭିଜନ ପାଇଁ କାମ କରୁଥିଲା । ଗିରଫ ସିକୁନ ଠାରୁ କିଛି ମାଓ ପୋଷ୍ଟର ଜବତ ହୋଇଛି । ସିକୁନ ମୁଖ୍ୟତଃ ପାର୍ସାଲି ପଂଚାୟତରେ ହେଉଥିବା ଉନ୍ନୟନ ମୂଳକ କାମକୁ ବିରୋଧ କରି ଠିକାଦାର ମାନଙ୍କ ଗାଡି ପୋଡି ଦେଉଥିଲା । ସୂଚନା ମୁତାବକ ୨୦୧୭ ଫେବୃୟାରୀ ୧୦ ତାରିଖ ଦିନ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ପାର୍ସାଲି ଗ୍ରାମ ନିକଟରେ ରାସ୍ତା କାମରେ ନିୟୋଜିତ ହୋଇଥିବା ଗୋଟିଏ ହିଟାଚି ମେସିନ ଓ ଟ୍ରାକ୍ଟରକୁ ମାଓବାଦୀ ମାନେ ପୋଡିଦେଇଥିଲେ । ମାଓବାଦୀ ମାନେ ରାସ୍ତା କାମକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଥିଲେ । ଗିରଫ ହୋଇଥିବା ମାଓ ମିଲିସିଆ ସିକୁନ ଏହି ଘଟଣାରେ ସଂପୃକ୍ତ ଥିଲା । ସିକୁନ ନିୟମଗିରି ଅଚଂଳରେ ବସବାସ କରୁଥିବା ଡଙ୍ଗରିଆ ଜନଜାତିର ଯୁବକ ଯୁବତୀ ମାନଙ୍କୁ ମାଓ ସଂଗଠନରେ ସାମିଲ ହେବା ପାଇଁ ଚାପ ସୃଷ୍ଟି କରୁଥିଲା । ଏ  ନେଇ ରାୟଗଡା ଥାନାରେ ସିକୁନ ସିକକା (୩୧) ନାମରେ ଏକ ମାମଲା କେଶ ନଂ ୧୧ ୨୦୧୭ - ଧାରା ୧୪୭, ୧୪୮, ୪୩୫, ୩୪୧, ୧୨୧, ୧୨୧ ଏ, ୫୦୬ ଓ ୧୪୯ ପ୍ରକାରେ ଆଇପିସିରେ ମାମଲା ରୁଜ୍ଜୁ କରାଯାଇ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସିକୁନକୁ କୋର୍ଟ ଚାଲାଣ କରାଯାଇଛି ।



0
0
0
s2sdefault