ରାୟଗଡା (ସରୋଜ ସାହୁ ) –ରାୟଗଡା ସହର ବରିଷ୍ଠ ଆଇନଜୀବି ତଥା ଜଣାଶୁଣା କଂଗ୍ରେସ ନେତା ଗୋପାଳକୃଷ୍ଣ ପାଢୀଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ୯୩ ବର୍ଷ ହୋଇଥିଲା । ଗୋପାଳକୃଷ୍ଣ ପାଢୀଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ରାୟଗଡା ସହରରେ ଶୋକର ଛାୟା ଖେଳିଯାଇଛି । ଜଣେ ଧର୍ମପରାୟଣ ଓ ପରୋପକାରୀ ମଣିଷ ଭାବେ ସର୍ବତ୍ର ପରିଚିତ ଥିଲେ । ୧୯୨୭ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ଗୋପାଳକୃଷ୍ଣ ପାଢୀ ୧୯୫୨ ମସିହାରେ ଓକିଲାତିକୁ ନିଜ ପେଶା ଭାବେ ଗ୍ରହଣ କରିଥିଲେ । ଦୀର୍ଘ ଦିନ ଧରି ସରକାରୀ ଓକିଲ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ବିଭିନ୍ନ ସଂଗଠନ ସହ ଜଡିତ ରହି ରାୟଗଡା ଜିଲ୍ଲାର କିପରି ଇନ୍ନତି ହୋଇପାରିବ ସେଥି ପ୍ରତି ସ୍ୱର୍ଗତ ଗୋପାଳକୃଷ୍ଣ ପାଢୀ ଚେଷ୍ଟାରତ ଥିଲେ । ରାୟଗଡା ଲାୟନ୍ସ କ୍ଲବର ସଭାପତି ପଦରେ ରହିବା ସହ ସେ ଜଣେ କଂଗ୍ରେସର ଟାଣୁଆନେତା ଭାବେ ମଧ ସର୍ବତ୍ର ପରିଚିତ ଥିଲେ । ଜାତୀୟ କଂଗ୍ରେସ ଜଣେ ସକ୍ରିୟ କର୍ମୀ ସେ ଥିଲେ । ସ୍ୱର୍ଗତ ଗୋପାଳକୃଷ୍ଣ ପାଢୀଙ୍କ ୪ ପୁଅ ଗୋଟିଏ ଝିଅ ଥିବା ବେଳେ ଦ୍ୱିତୀୟ ପୁଅଙ୍କ ସ୍ୱର୍ଗବାସ ହୋଇଯାଇଛି । ବଡପୁଅ ମଦନ ମୋହନ ପାଢୀ ରାୟଗଡା ସହରର ଜଣେ ଟାଣୁଆ ଓକିଲ ଭାବେ ପରିଚିତ ଥିବା ବେଳେ ତୃତୀୟ ପୁଅ ଗୋପିନାଥ ପାଢୀ କଟକରେ ଓକିଲାତି କରୁଛନ୍ତି ଏବଂ ସାନପୁଅ ରାଧାରମଣ ପାଢୀ ଭୂବନେଶ୍ୱର ଠାରେ ଅଧ୍ୟାପକ ଅଛନ୍ତି । ଝିଅ ବ୍ରଜେଶ୍ୱରୀ ପାଢୀ ଏବଂ ଜାମାତା ଇଂ ପତିତପାବନ ପଣ୍ଡା ଭୂବନେଶ୍ୱର ଠାରେ ଥିବା ଗାନ୍ଧୀ ଗ୍ରୁଫର ନିର୍ଦେଶକ ଅଛନ୍ତି । ଗୋପାଳକୃଷ୍ଣ ପାଢୀଙ୍କ ମୃତ୍ୟୁରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତ ଶୋକବ୍ୟକ୍ତ କରିଛନ୍ତି । ଜିଲ୍ଲା ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସଭାପତି ବିନୋଦ ପଣ୍ଡା, ଉପଦେଷ୍ଟା ନରସିଂହ ନାଥ ପାଢୀ, ନିରଂଜନ ବକ୍ସିପାତ୍ର, ସତ୍ୟବାଦୀ ପତି, ବରିଷ୍ଟ ଓକିଲ ବ୍ରଜ ସୁନ୍ଦର ନାୟକ, ଦେବୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି |
ଅଘଟଣ
ବରିଷ୍ଠ ଆଇନଜୀବି ଗୋପାଳକୃଷ୍ଣ ପାଢୀଙ୍କ ଦେହାନ୍ତ
- Hits: 410