କଳ୍ପନା ବସ ଦୁର୍ଘଟଣା :ସମ ହସପିଟାଲରେ ଖର୍ଚ ମୁଣ୍ଡାଇ ପରିବାର ନୟାନ୍ତ
ବାରିପଦା (ଦିଲ୍ଲୀପ ମହାନ୍ତି)- ବାଲେଶ୍ୱର ବାରିପଦା ମଧ୍ୟ ଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥର ବୈଶିଙ୍ଗା ଥାନା ଆଗ୍ରିଆ ହନୁମାନ ମନ୍ଦିର ସମ୍ମୁଖରେ ଗତ ଜୁଲାଇ ୨୭ ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ଭୂବନେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା ଓଡ଼ି ୦୧ ଜେ ୨୨୧୨ ନମ୍ବର ବିଶିଷ୍ଟ କଳ୍ପନା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଚାଳକର ଅସାବଧାନତା କାରଣରୁ ସମ୍ମୁଖରେ ଯାଉଥିବା ଏନଏଲ ୦୨ ଏନ ୫୧୬୨ନମ୍ବର ବିଶିଷ୍ଟ ଲୁହା ବୋଝେଇ ଟ୍ରଲରରୁ ବାହାରକୁ ବାହାରି ଆସିଥିବା ଲୁହା ସହ ଘଷି ହୋଇ ଯାଇଥିଲା । ଫଳରେ ବସର ସମ୍ମୁଖ ଭାଗ(ଡ୍ରାଇଭର ସିଟ)ରୁ ପଛ ପର୍ଯ୍ୟନ୍ତ ଝରକା ସାଇଡ଼ ଲମ୍ବରେ ଛେଲି ହୋଇ ଯିବା ଫଳରେ ବସ ଭିତର ଝରକା ପାଶ୍ୱର୍ରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାଲିଗଞ୍ଜ ଅଂଚଳର ହିମାଂଶୁ ପାତ୍ରଙ୍କ ପୁଅ ଆନିନ୍ଦ୍ୟ ସିଦ୍ଧାର୍ଥ(୩୪) ଓ ତୁଳସୀଚଉରା ଅଂଚଳର ସ୍ୱର୍ଗତ ବୁଢ଼ାନ ସୋରେନଙ୍କ ବିଧବା ପତ୍ନୀ ସୁକାନ୍ତୀ ସୋରେନ(୩୫) ରହିଥିବା ବେଳେ ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ଅଂଚଳର ସମରାୟ ହେମ୍ବ୍ରମ(୩୭) ଓ ଶାମାଖୁଣ୍ଟା ବ୍ଲକ ବଜ୍ରତୁଣ୍ଡି ଗ୍ରାମର ବୃନ୍ଦାବନ ପାତ୍ରଙ୍କ ପୁଅ ସତ୍ୟରଞ୍ଜନ ପାତ୍ର (୧୮)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଯାତ୍ରୀ ବାରିପଦା ଟାଉନଥାନା ଅର୍ନ୍ତଗତ ମାକଲକାଣ୍ଡି ଅଂଚଳର ଡାକ୍ତର ଟୁଲିଆ(୨୧), କାର୍ମୁ ସୋରେନ ଏବଂ ବାରିପଦା ପୌରପରିଷଦର ୱାଡର଼୍ ନଂ ୩ ୱାଲିଗଞ୍ଜ ଅଞ୍ଚଳର ସେକ୍ ଅମିନୁଦ୍ଧିନଙ୍କ ପୁଅ ସେକ୍ ନିଜାମୁଦ୍ଧିନ(୨୮) ଗୁରୁତ୍ତର ଭାବେ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ସେକ୍ ନିଜାମୁଦ୍ଧିନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେଉଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥବାରୁ ବାରିପଦା ମେଡ଼ିକାଲରେ ଚିକିତ୍ସା କରୁଥିବା ଡ଼ାକ୍ତର ଉକ୍ତ ଗୁରୁବାର ରାତିରେ କଟକ ମେଡ଼ିକାଲକୁ ରୋଗୀକୁ ତୁରନ୍ତ ନେଇଯିବା ନିମନ୍ତେ ପରାମର୍ଶ ଦେଇଥିଲେ । ମାତ୍ର ପରିବାରର ସଦସ୍ୟ ଓ ଆତ୍ମୀୟ ସ୍ୱଜନ ନିଜାମଙ୍କୁ ଭୂବନେଶ୍ୱରସ୍ଥିତ ସୋମ ହସପିଟାଲରେ ବେଡ଼ ନଂ ୨ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ଜୁଲାଇ ୨୮ ଶୁକ୍ରବାର ନିଜାମୁଦ୍ଧିନ ସେମାନଙ୍କ ପରିବାର ସଦସ୍ୟ ଓ ଆତ୍ମୀୟ ସ୍ୱଜନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସେହି ଦିନ ସୋମ ହସପିଟାଲରେ ଡ଼ାକ୍ତର ୮୦ ହଜାର ଟଙ୍କା ନେଇ ତାଙ୍କ ଶରୀରରେ ଅସ୍ତେ୍ରାପଚାର କରାଇବା ପରେ ଆଇସିୟୁ ନଂ ୨ରେ ରଖିଆସିଛନ୍ତି । କିନ୍ତୁ ସେକ୍ ନିଜାମୁଦ୍ଧିନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବା ବଦଳରେ ଅବନତି ଘଟିଥିଲା । ଗତ ଜୁଲାଇ ୪ ଗୁରୁବାରଠାରୁ ହୃତପିଣ୍ଡରେ ଇନଫେକସନ ହୋଇଥିବାର ଦର୍ଶାଇ ଆଇସିୟୁରୁ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ କରାଇଥିବାର ଜଣାପଡ଼ିଛି । ସୋମ ହସପିଟାଲ କର୍ତ୍ତୃପକ୍ଷ ଦୈନିକ ଆଇସିୟୁ ଚାର୍ଯ୍ୟ ୧୫ ହଜାର ଲେଖାଏଁ ନେଉଥିବା ବେଳେ ଗୁରୁବାରଠାରୁ ଭେନଟିଲେଟର ଚାର୍ଯ୍ୟ ପ୍ରାୟ ୩୦ ହଜାର ଲେଖାଏଁ ନେଉଥିବାର ସୂଚନା ମିଳିଛି । ଏଥି ସହିତ ନିଜାମୁଦ୍ଧିନଙ୍କ ହୃତପିଣ୍ଡରେ ସ୍ପନ୍ଦନ ସ୍ଥିର ରହୁନଥିବାର ଦର୍ଶାଇ ଏକ ମେସିନ ହୃତପିଣ୍ଡରେ ଲଗାଇଥିବାର କୁହାଯାଉଛି । ଏହି ସମସ୍ତ ଖର୍ଚ୍ଚକୁ ମିଶାଇ ପ୍ରାୟ ୪ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ହୋଇସାରିଥିଲେ ମଧ୍ୟ ନିଜାମୁଦ୍ଧିନ ବର୍ତ୍ତମାନ ସଂଜ୍ଞାହୀନ ଅବସ୍ଥାରେ ଭେଣ୍ଟିଲେଟର ମଧ୍ୟରେ ରହିଛନ୍ତି । ପରିବାର ସଦସ୍ୟ କେବଳ ଦିନ ୧୨ ଓ ଅପରାହ୍ନ ୫ରେ ସୋମ ହସପିଟାଲର ନିୟମ ଅନୁସାରେ କିଛି ସମୟ ତାଙ୍କୁ ଦେଖିବାର ସୁଯୋଗ ପାଉଛନ୍ତି । ଆସ୍ତେ ଆସ୍ତେ ସେକ୍ ନିଜାମୁଦ୍ଧିନଙ୍କ ଜିବୀତ ରହିବାର ଆଶା କ୍ଷୀଣ ହେବା ସାଙ୍ଗକୁ ଅର୍ଥ ଖର୍ଚ୍ଚ କରିବାର ସମସ୍ତ ରାସ୍ତା ବନ୍ଦ ହୋଇସାରିଥିବା କାରଣରୁ ପରିବାରର ସଦସ୍ୟମାନେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଏବଂ ବୁଡ଼ିଗଲା ବ୍ୟକ୍ତି କୁଟା ଖିଅକୁ ସାହା ଭଳି ଓଡ଼ିଶା ବିଭାନସଭାର ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ତାଙ୍କ ବାରିପଦା ବାସଭବନରେ ଜୁଲାଇ ୭ ରବିବାର ପୂର୍ବାହ୍ନରେ ସାକ୍ଷାତ କରି ନିଜର ଦୁଃଖ ଜଣାଇବା ସହ ସେକ୍ ନିଜାମୁଦ୍ଧିନଙ୍କ ଜୀବନ ବଞ୍ଚାଇବା କ୍ଷେତ୍ରରେ ସହାୟତାର ହାତ ବଢ଼ାଇ ଆଗେଇ ଆସିବା ନିମନ୍ତେ ଗୁହାରୀ ଜଣାଇଥିଲେ ଏବଂ ମନ୍ତ୍ରୀ ଯେତେଦୂର ସମ୍ଭବ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିବାର ଜଣାପଡ଼ିଛି । ଏହି ବସ ଦୁର୍ଘଟଣାକୁ ନେଇ ବୈଶିଙ୍ଗା ଥାନାରେ ୧୧୮/୧୯ନମ୍ବରରେ ଏକ ମାମଲା ରୁଜୁ ହୋଇଗଲେ ସବୁ ସମସ୍ୟାର କଣ ସମାଧାନ ହୋଇଯାଏ । ବସ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନେ କଣ ପୁଣି ଥରେ ଜିବୀତ ହୋଇଯାଇଥାନ୍ତି ଓ ଆହତ ବସଯାତ୍ରୀମାନେ ସୁସ୍ଥ ହୋଇଯାଇଥାନ୍ତି । କେଶ ଫଇସଲା ପର୍ଯ୍ୟନ୍ତ ଆହତମାନେ ଚିକିତ୍ସା ନିମନ୍ତେ ଅପେକ୍ଷା କରିପାରିବେ । ଏହି ସମସ୍ତ ସମସ୍ୟାର ସମାଧାନ ଦିଗରେ ସରକାର ଓ ବସ ମାଲିକ ନିଘା ନାହିଁ କି ପଘା ନାହିଁ ନ୍ୟାୟ ଆପଣେଇବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।