କଲେଜ ଛାତ୍ରୀ ମୃତ୍ୟୁ ଘଟଣା ,ତଦନ୍ତ ଆରମ୍ଭ କଲା ଜ଼ିଲ୍ଲା ପ୍ରଶାସନ
କୁକର୍ମ ପରେ ହତ୍ୟା କରା ଯାଇଥିବା ଅଭିଯୋଗ କଲେ ପରିବାର
G. Udayagiri/ Gagan Kumar Pradhan : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକର ମାଲିକାପରି ଗ୍ରାମ. ଗତ 1.2.2018 ତାରିଖରେ ସେହି ଗ୍ରାମର ସ୍ମରଜିତ ନାୟକ ନାମକ ଜଣେ ବିବାହିତ ଯୁବକ ନିଜ ଶାଳୀଙ୍କୁ କୁକର୍ମ ପରେ ହତ୍ୟା କରି ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି | ଯାହାକୁ ନେଇ ଅଂଚଳରେ ଏକ ଅଶାନ୍ତିର ବାତାବରଣ ଖେଳି ଯାଇଛି | ଘଟଣା ଘଟିବା ଏତେ ଦିନ ଗଡିଯିବା ପରେ ମାନବାଧିକାର କମିସନଙ୍କ ହସ୍ତକ୍ଷେପ ପରେ ଜ଼ିଲ୍ଲା ପ୍ରଶାସନ ର ଏକ ତଦନ୍ତ କାରି ଦଳ ମାଲିକାପରି ଗ୍ରାମ ଏବଂ ଘୁ ଉଦୟଗିରି ଥାନାରେ ପହଂଚି ତଦନ୍ତ କରିଛି.| ଏହି ତଦନ୍ତକାରି ଦଳ ଯୁବକଙ୍କ ପରିବାରକୁ ଥାନାକୁ ଡାକି ପଚରା ଉଚୁରା କରିଛି | ଯାହାକୁ ନେଇ ଘୁ ଉଦୟଗିରି ଥାନାରେ ଉତେଜନା ଦେଖା ଦେଇଥିଲା | ଘଟଣା ଘଟିବା ବେଳେ ଘୁ ଉଦୟଗିରି ଥାନାରେ କାର୍ଯ୍ୟରତ କର୍ମଚାରୀ ମୃତ ଛାତ୍ରୀଙ୍କ ପରିବାରକୁ ମାମଲା ରୁଜୁ ନ କରିବାକୁ ପ୍ରବରତଇ ଥିବା ଅଭିଯୋଗ କରିଛନ୍ତି. ନାବାଳିକା ହୋତ୍ୟା ଘଟଣା ପ୍ରଘଟ ହେବା ପରେ ମୃତକ ନାବାଳିକାଙ୍କ ବାପା ଜିହୋସୁୟ ନାୟକ ଏବଂ ପରିବାର ଲୋକ ନ୍ୟାୟ ପାଇବା ପାଇବା ପାଇଁ ମାନବାଧିକାର କମିଶନ , ମହିଳା କମିଶନ, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ କନ୍ଧମାଳଙ୍କ ପାଖକୁ ପତ୍ର ମାଧ୍ୟମରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ.| ଉକ୍ତ ଘଟଣାକୁ ମାନବାଧିକାର କମିଶନ ଗମ୍ଭୀରତାର ସହ ଗ୍ରହଣ କରି ଜ଼ିଲ୍ଲା ପ୍ରଶାସନକୁ ଘଟଣାର ତଦନ୍ତ ରିପୋର୍ଟର ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି.| ଅଭିଯୋଗ ମୁତାବକ କୁମ୍ଭାରକୁପା ଗ୍ରାମର ଆମର କାନ୍ତ ନାୟକଙ୍କ ପୁଅ ସ୍ମରଜିତ ନାୟକ ମାଲିକପରି ଗ୍ରାମର ଜିହସୁୟ ନାୟକଙ୍କ ବଡ ଝିଅଙ୍କୁ ବିବାହ କରି ଥିଲେ. ବିବାହର କିଛି ଦିନ ପରେ ସ୍ମରଜିତଙ୍କ ଲୋଲୁପ ଦୃଷ୍ଟି ତାଙ୍କ ଶାଳୀଙ୍କ ଉପରେ ପଡିଥିଲା. ସ୍ମରଜିତ ମୃତ ଛାତ୍ରୀ j.s.celebretଙ୍କୁ 1.2.2018 ତାରିଖରେ ଜୋର ଜବରଦସ୍ତ ବାଇକ ଯୋଗେ ଘୁ. ଉଦୟଗିରିକୁ ଡ୍ରେସ କିଣିବା ପାଇଁ ଆଣିବା ପରେ ଘରକୁ ମଧ୍ୟ ଛାଡି ଯାଇଥିଲା.|ଏହି ସମୟ ରେ ମୃତ ଛାତ୍ରୀଙ୍କ ବାପା, ମାଁ ଏବଂ ତିନ ଭଉଣୀ ଘୁ ଉଦୟଗିରି ସ୍ଥିତ ସ୍ମରଜିତଙ୍କ ଘରକୁ ଆସି ଥିଲେ. ଏହା ର ସୁଯୋଗ ନେଇ ଜୁଆଇ ସ୍ମରଜିତ ତାଙ୍କ ସାନ ଝିଅ j.s.celebrit ଙ୍କୁ କୁକର୍ମ କରିବା ପରେ ହତ୍ୟା କରି fan ରେ ଟାଙ୍ଗୀ ଥିବା ଅଭିଯୋଗ କରିଛନ୍ତି.| ଘରକୁ ଫେରିବା ପରେ ପରିବାର ଲୋକ ଏବଂ ଜ୍ବାଇଁ ଛାତ୍ରୀଙ୍କୁ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ. ହେଲେ ଡାକ୍ତର j.s.celebretଙ୍କୁ ମୃତ ଘୋଷଣା କରିଥିଲେ.| ସ୍ମରଜିତ ପ୍ରାୟ ଦୁଇ ମାସ ରୁ ଉର୍ଧ୍ଵ ସମୟ ଧରି ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରୁଥିବା ମଧ୍ୟ ଛାତ୍ରୀଙ୍କ ପରିବାର ଲୋକ ତଦନ୍ତ କାରି ଦଳକୁ କହିଛନ୍ତି ଏବଂ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି | ପୁନର୍ବାର ମୃତ ଶରୀରକୁ କବରରୁ ବାହାର କରିବା ସହ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ପ୍ରଦାନ ପାଇଁ ମୃତ ଛାତ୍ରୀଙ୍କ ବାପା, ମାଁ,ପରିବାର ଏବଂ ଗ୍ରାମ ବାସି ଦାବି କରିଛନ୍ତି.