୭.୭୦ଲକ୍ଷ,୨ବାଇକ,୨୭ମୋବାଇଲ ଫୋନ ଜବତ
ନୂଆପଡ଼ା,(ଅମିତ ପୁରୋହିତ); ନୂଆପଡ଼ା ସହର ଭିତରେ ଗତ ୧୮ତାରିଖ ଦିନ ଦ୍ୱିପହରରେ ୧୦ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହେଲା ପରେ ଏହି ଘଟଣାରେ ସଦର ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା । ଦୁଇ ଜଣ ଯୁବକ ସହିତ ଜଣେ ନାବାଳକ କୁ ନୂଆପଡ଼ା ପୋଲିସ ଗିରଫ କରି ବଡ ସଫଳତା ପାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ସୂଚନା ଦେଇଛନ୍ତି । ଗିରଫ ଯୁବକ ମାନେ ହେଲେ ଗଞାମ ଜିଲ୍ଲାର କଳାସିନ୍ଦୁପୁର ଥାନା ଆସ୍କା ର ଏ ରାଜା ଓ ଏମ. ଗଣେଶ ଓ ନାବାଳକ ପପୁ ଛଦ୍ମନାମ କୁ ଗିରଫ କରିଛି । ଏମାନଙ୍କ ଠାରୁ ୭ଲକ୍ଷ ୭୦ହଜାର ଟଙ୍କା , ପଲସର ମୋଟର ସାଇକେଲ, ଟିଭିଏସ ଆପାଚି ,୨୭ଗୋଟି ମୋବାଇଲ ଫୋନ, ଗୋଟିଏ ଡିକି ଭାଙ୍ଗିବା ଚାବି ପୋଲିସ ଜବତ କରିଛି । ଏମାନେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସହର ସମେତ ପଡୋଶୀ ଜିଲ୍ଲାର ବରଗଡ, ପଦ୍ମପୁର, ବରପାଲି, ଝାରବନ୍ଦ, ସୋହେଲା, ସୋନପୁର, ବଲାଙ୍ଗିର, ପାଟଣାଗଡ ଆସ୍କା ଠାରେ ବିଭିନ୍ନ ସମୟରେ ମୋଟସାଇକେଲ ଡିକି ଭାଙ୍ଗି ଓ ଟଙ୍କା ବ୍ୟାଗ ଲୁଟିଥିବା ଜଣାପଡିଛି । ଏ ରାଜା ଙ୍କ ନାମରେ ୧୦ ଗୋଟି ଲୁଟ ମାମଲା, ଏମ ଗଣେଶ ଙ୍କ ନାମରେ୧୩ ଗୋଟି, ଓ ନାବାଳକ ନାମରେ ୯ ଗୋଟି ମାମଲା ରେ ସମ୍ପୃକ୍ତ ଥିବା ପେଲିସ ଙ୍କୁ କହିଛନ୍ତି ।
ସୂଚନାମତେ, ସଦର ବ୍ଲକ୍ ଜୋଙ୍କ ଥାନା ଡୁମେରପାଣି ଗାଁର ହିରନ ସାହୁ (୪୮), ଚୈନ ସିଂ (୪୦), ବୀରବଳ ମାଝି(୪୫)ଗତ ୧୮ତରିଖଦିନ ଏକତା ଛକ ଏଡିବି (ଏସବିଆଇ) ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଆସିଥିଲେ । ଏକ ଠିକା କାମର ୧୦ ଲକ୍ଷ ବ୍ୟାଙ୍କରୁ ଉଠାଇଥିଲେ । ସମସ୍ତ ଟଙ୍କାକୁ ଏକ ବ୍ୟାଗରେ ଭରି ନିକଟସ୍ଥ ବିୟର ପାର୍ଲର ଭିତରକୁ ଯାଇଥିଲେ । ପାର୍ଲର ଭିତରୁ ୩ ଜଣ ବାହାରି ନିଜ ଗାଡିରେ ବସିବା ସମୟରେ ଦୁଇ ଜଣ ଲୁଟେରା ବାଇକରେ ଆସି ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡାଇ ନେଇଥିଲେ । ତିନି ଜଣ ଦୁର୍ବୃତ୍ତଙ୍କ ପିଛା କରିଥିଲେ ବି ଖୋଜଖବର ପାଇ ନ ଥିଲେ । ଅପରାହ୍ନରେ ହିରନ, ଜୈନ ଓ ବୀରବଲ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସଦର ଥାନାରେ ଏକ ମାମଲା ରୁଜୁ କରି ତନାଘନା ଚଲାଇ ଶେଷରେ ଲୁଟେରା ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏସପି ଶ୍ରୀ ପରମାର ଙ୍କ ନିର୍ଦ୍ଦେଶ କ୍ରମେ ଏକଟିମ ଗଠନକରି ତଦନ୍ତ ଆରମ୍ଭ କରାଯାଇଥିଲା । ଟିମରେ ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ,ସଦର ଆଇଆଇସି ଆଦିତ୍ୟ ମହାକୁଡ ପ୍ରମୁଖ ସାମିଲ ଥିଲେ ।