ହେଡଲାଇନସ୍:

କାଶ ଶୀରପ ନା ନିଶା : ଶ୍ୱଶୁର ଗୋଦାମ କରି ଜ୍ୱାଇଁ ଚଳାଇଥିଲେ ବେପାର

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଅବକାରୀ ବିଭାଗର ରାତି ଅଧିଆ ଚଢା

ନୂଆପଡ଼ା/ତରବୋଡ଼( ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ଲଖନା ଥାନା ବଂଜିବାହାଲ ବରପଦରପଡାରେ ଜିଲ୍ଲା ଅବକାରୀ ବିଭାଗ ରାତି ଅଧିଆ ଚଢାଉ କରିଥିଲା । ସେଠାରୁ ଦେଢ ଲକ୍ଷ ଉର୍ଦ୍ଧ ଟଙ୍କାର ବେଆଇନ କପ ସିରପ(କୋରେକ୍ସ)କୁ ଜବତ କରିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି । ତେବେ ନିଜ ଶାଶୁ ଘରେ ଗୋଦାମ କରି ଜ୍ୱାଇଁ ବେଆଇନ କୋରେକ୍ସ ବିକ୍ରି କରବାର କରୁଥିବା ଅଭିଯୋଗ ହୋଇଛି ।

ସୂଚନାମତେ, ଗତ କାଳି ରାତିରେ କୋମନାର ନେତ୍ରାନନ୍ଦ ସାହ(୩୨) ନାମକ ଜଣେ ଯୁବକ ବାଂଜିବାହାଲ ପରପଦରପଡା ଗାଁର ନିଜ ଶାସୁ ଘରକୁ କୋରେକ୍ସ ଗଚ୍ଛିତ ରଖିବାକୁ ଆଣିଥିଲେ । ଏହି ଖବର ପାଇ ଗ୍ରାମବାସୀ ଗାଁରେ ବେଆଇନ କୋରେକ୍ସ କାରବାରକୁ ବିରୋଧ କରିଥିଲେ । ଉକ୍ତ ଯୁବକଙ୍କ ସହ ଗାଁ ଲୋକେ ତର୍କ ବିତର୍କ କରିଥିଲେ । ସେଠାରେ ଗାଁ ଲୋକେ ନୂଆପଡ଼ା ଅବାକରୀ ବିଭାଗକୁ ଫୋନ ଜରିଆରେ ଜଣାଇଥିଲେ । ଏହି ଖବର ପାଇଁ ଅଭିଯୁକ୍ତ ଜଣକ ଚତୁରତାର ସହ ଖସି ପଳାଇ ଯାଇଥିଲେ । ବିଲମ୍ବିତ ରାତିରେ ଅବକାରୀ ବିଭାଗ ପହଞ୍ଚô ସମୟରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ସେଠାରୁ ୧୪୨୦ ବୋତଲ କପ ସିରପକୁ ଅବକାରୀ ବିଭାଗ ଜବତ କରିଥିଲା । ଗୋଟିଏ କପ ସିରପର ମୁଲ୍ୟ ୧୧୬ ଟଙ୍କା ରହିଛି । ଏଣୁ ଏହାର ଅନୁମାନିକ ମୁଲ୍ୟ ୧ ଲକ୍ଷ ୬୪ ହଜାର ୭୨୦ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଏହି ଚଢାଉରେ ଅବକାରୀ ନିରୀକ୍ଷକ ସୁବନ କୁମାର ନାଏକ, ଭାରପ୍ରାପ୍ତ ଅବକାରୀ ନିରୀକ୍ଷକ ଦୁର୍ବାଦଲ ବିଶ୍ୱାଲ, ଏଏସଆଇ ଖଗେଶ୍ୱର କଟା, ସନ ମାଝି ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ । ଏନେଇ ଅବକାରୀ ବିଭାଗରେ ଏକ ମାମଲା ରୁଜୁ କରି ତଦନ୍ତ ଚାଳିଥିବା ଅବକାରୀ ନିରୀକ୍ଷକ ଶ୍ରୀ ନାୟକ କହିଛନ୍ତି ।
     

0
0
0
s2sdefault