ଜଗତସିଂହପୁର(ରମେଶ ମହାନ୍ତି)- ମଙ୍ଗଳବାର ଅପରାହ୍ନରେ ଜଗତସିଂହପୁର ଅତାମଳା ଠାରେ ଏକ ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନାନୁଯାୟୀ ଅପରାହ୍ନ ପ୍ରାୟ ୪ଟା ସମୟରେ ଯଶୋବନ୍ତପୁର ପଞ୍ଚାୟତ ଯଶୋବନ୍ତପୁର ଗ୍ରାମର ନୃସିଂହ ସେଠୀ (୫୫)ଙ୍କ ଗାଲୁପଡା ବଜାରରେ ଥିବା ତାଙ୍କର ଲଣ୍ଡ୍ରି ଦୋକାନ ଖୋଲିବାକୁ ସାଇକେଲରେ ଯାଉଥିବା ବେଳେ ଅତାମଳା ଶଙ୍ଖପୋଲ ଠାରେ ଏକ ଟ୍ରାକ୍ଟର ତାଙ୍କ ପଛପଟୁ ଧକ୍କା ଦେବାରୁ ସେ ତଳେ ପଡିଯାଇଥିବା କୁହାଯାଉଛି।ଟ୍ରାକ୍ଟର ଡ଼ାଲାର ପଛ ଚକା ନୃସିଂହର ଦୁଇ ଜଙ୍ଘ ଉପରେ ଚଢିଯାଇଥିଲା ।ତାଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ଙ୍କ ପକ୍ଷରୁ ବହୁ ସମୟ ପର୍ଯ୍ୟନ୍ତ ରାସ୍ତା ରୋକ କରା ଯାଇଥିଲା ।ଘଟଣା ସ୍ଥଳରେ ଥାନା ଅଧିକାରୀ ପହଞ୍ଚି ବୁଝା ସୁଝା କରିବାପରେ ରାସ୍ତା ଅବରୋଧ ହଟିଥିଲା।ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହୋଇ ଦିର୍ଘଦିନ ଧରି ଚାଲିଥିବାରୁ ଏପରି ଦୁର୍ଘଟଣା ଘଟୁଛି ବୋଲି ଚର୍ଚ୍ଚା ହେଉଛି।ନୃସିଂହ ଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅଘଟଣ
ଟ୍ରାକ୍ଟର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
- Hits: 555