ରାୟଗଡା (ସରୋଜ ସାହୁ) - ରାୟଗଡା ପୋଲିସକୁ ମିଳିଛି ବଡ ସଫଳତା | ବସଷ୍ଟାଣ୍ଡ ନିକଟରେ ହୋଇଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ମାତ୍ର ୪୮ଘଣ୍ଟା ଭିତରେ | ଚୋରି ହୋଇଥିବା ସମସ୍ତ ଗହଣାକୁ ଜବତ କରିବା ସହ ଚୋରକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ରାୟଗଡା ପୋଲିସ ।
ସୂଚନା ଅମୁଯାୟୀ ୨୯ ତାରିଖ ରାତିରେ ପ୍ରଦୀପ ବେହେରା କୋରାପୁଟ ଜିଲ୍ଲା ଅନ୍ତର୍ଗତ କାକିରିଗୁମ୍ମା ଗ୍ରାମ ନିବାସୀ ଇନ୍ଦ୍ରାବତୀ – ଭଂଜନଗର ବସ ଯୋଗ ଆସ୍କା ଠାରୁ ଲକ୍ଷ୍ମୀପୁର ଅଭିମୁଖେ ବାହାରିଥିଲେ । ରାତି ୧୦.୪୦ ମିନିଟ୍ ସମୟରେ ରାୟଗଡା ବସଷ୍ଟାଣ୍ଡରେ ବସ ପହଂଚିବା ପରେ ଶ୍ରୀବେହେରା ନିଜ ସ୍ତ୍ରୀକୁ ଗାଡି ଭିତରେ ବସିବା ପାଇଁ କହି ପାଣି ଆଣିବା ନିମନ୍ତେ ବାହାରକୁ ଯାଇଥିଲେ । ପାଣି ନେଇ ଫେରିବା ପରେ ଗାଡି ଭିତରେ ନିଜର ଏକ ଟ୍ରଲି ବ୍ୟାଗ ନଥିବା ଦେଖିବାକୁ ପାଇଥିଲେ । ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ବ୍ୟାଗ ନପାଇବାରୁ ଏ ନେଇ ରାୟଗଡା ଥାନାରେ ଏତଲା ଦେଇଥିଲେ । ଏତଲା ପ୍ରକାରେ ବ୍ୟାଗ ଭିତରେ ୧୬ ଗ୍ରାମ ସୁନା ସହ ୧ କେଜି ଓଜନର ରୂପା ଗହଣା ଥିବା ନେଇ ଲିଖିତ ଆକାରରେ ଜଣାଇଥିଲେ । ଏ ନେଇ ରାୟଗଡା ଥାନା ପକ୍ଷରୁ ୩୦ ତାରିଖ ଦିନ ଆଇପିସି ୧୮୬୦, ଧାରା ୩୭୯, କେଶ ନମ୍ବର ୦୨୦୫ ପ୍ରକାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲେ । ପୋଲିସ ତଦନ୍ତ କରି ୨ ମଧ୍ୟରେ ଚୋରକୁ ଖୋଜି ବାହାର କରିବା ସହ ଚୋରୀ ହୋଇଥିବା ସମସ୍ତ ସୁନା ଏବଂ ରୂପା ଅଳଙ୍କାର ଜବତ କରିଛି । ଏ ନେଇ ଆମ୍ବେଦକର କଲୋନୀ (ରେଲି ସାହିରୁ) ଜଣକୁ ଗିରଫ କରାଯାଇଛି ଏବଂ ବର୍ତମାନ ସୁଦ୍ଧା ୨ ଅଭିଯୁକ୍ତ ଫେରାର ଥିବା ରାୟଗଡା ଏସ.ପି ଡଃ ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି । ଚୋରି ହୋଇଥିବା ଅଳଙ୍କାର ମୂଲ୍ୟ ପ୍ରାୟ ୧ ଲକ୍ଷ ୧୫ ହଜାର ଟଙ୍କା ହେବ । ସମସ୍ତ ଜବତ ହୋଇଥିବା ଅଳଙ୍କାର ଗୁଡିକୁ ଏସ.ପିଙ୍କ ଉପସ୍ଥିତିରେ ପ୍ରଦୀପ କୁମାର ବେହେରାଙ୍କୁ ହସ୍ତାନ୍ତର କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ.ପି ଭି.ଆର.ରାଓ, ଏସଡିପିଓ ତପନ କୁମାର ରଥ, ଆଇଆଇସି ନିହାର ରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଅଘଟଣ
ରାୟଗଡା ପୋଲିସକୁ ବଡ ସଫଳତା, ୪୮ଘଣ୍ଟା ଭିତରେ ଚୋରିର ପର୍ଦ୍ଦାଫାଶ
- Hits: 433