ହେଡଲାଇନସ୍:

ଝିଅର ମୃତ୍ୟୁକୁ ସନ୍ଦେହ କରି ଥାନା ଅଭିଯୋଗ କଲେ ପିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା କୋମଣ୍ଡ ପଂଚୟତ ଅନ୍ତର୍ଗତ ନବତନôପୁର ଗ୍ରାମରେ ଜଣେ ମହିଳାଙ୍କ ଅସ୍ୱଭାବିକ ମୃତ୍ୟୁକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ  ମହିଳାଙ୍କ ବାପା ଓଡଗାଁ ଥାନାରେ ଅଭିଯୋଗ କରିବା ପରେ ଓଡଗାଁ ପୋଲିସ ୫/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ପରେ ହସ୍ତାନ୍ତର କରିଥିବା ଜଣା ଯାଇଛି । ନବରନôପୁରୁ(ବୁଢାପଦା)ଗ୍ରାମର କିର୍ତନ ବେହେରାଙ୍କ ପୁଅ ବନମାଳୀ ବେହେରା ୧୦ ବର୍ଷ ପୂର୍ବେ ନୟାଗଡ ଅନ୍ତର୍ଗତ ସୋଲପଟା ଗାଁର ବୈକୁଣ୍ଠ ଭୁଜବଳଙ୍କ ଝୀଅ ସୁଷମା ବେହେରା(ଡଲି)କୁ ବୈଦିକ ରିତିରେ ବିବାହ କରିଥିଲେ । ବିବାହର ୧୦ବର୍ଷ ମଧ୍ୟରେ ସୁଷମା ୩ ଟି କନ୍ୟା ସନ୍ତାନର ଜନନୀ ହୋଇଥିଲେ । ଅଳ୍ପ ଦିନ ତଳେ ସୁଷମା ବଡଭଉଣୀ ଘରକୁ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କର ଶରୀର ଅସୁସ୍ଥ ହୋଇ ପଡିଥିଲା । ସ୍ୱାମୀ ବନମାଳୀ ତାଙ୍କୁ ଡାକ୍ତରଖାନା ନେଇଥିଲେ । ନୟାଗଡରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୨୯ ତାରିଖ ଦିନ ବିଳମ୍ବିତ ରାତିରେ ଝିଅର ମରିଜିବାକୁ ନେଇ ସନେ୍ଦହ କରୁଥରବା ବାପା ଓଡଗାଁ ଥାନାକୁ ଫୋନ କରିଥିଲେ । ସେ ଆଧାରରେ ଓଡଗାଁ ପୋିଲିସ ଘଟଣା ସ୍ଥଳରେ ପହଁଚି ସୁଷମାର ସବ ଜବତ କରିଥିଲେ । ସ୍ୱାମୀ ବନମାଳି ବେହେରାକୁ ଅଟକ ରଖି ମୃତ୍ୟୁର କାରଣ ସମ୍ପର୍କରେ ପୋଲିସ ପଚରା ଉଚରା କରୁଥିବା ଜଣା ଯାଇଛି । ବ୍ୟବଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡିବ ବୋଲି ଓଡଗାଁ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡାଙ୍କ ଠାରୁ ପ୍ରକାଶ ।

0
0
0
s2sdefault