ହେଡଲାଇନସ୍:

ଅତିରିକ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ!: ଜିଲ୍ଲାପାଳଙ୍କୁ ଭେଟିଲା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ, ଅଭିଯୁକ୍ତଙ୍କୁ ଗୀରଫ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ): ସଦର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ଅତିରିକ୍ତି ରାଜସ୍ୱ ନିରୀକ୍ଷକ ନଲିନୀ ମିଶ୍ରଙ୍କୁ ସହର ଜଣେ ଟ୍ରାକ୍ଟର ମାଲିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗୀରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ନୂଆପଡ଼ା ଶାଖା ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । 
          ଗତ ୨୫ ତାରିଖରେ ସଦର ରାଜସ୍ୱ ନିରୀକ୍ଷକ ଅଧିନ ସାଲେଭଟା ରାଉତପଡା ନିକଟରେ ଏକ ଟ୍ରାକ୍ଟର(ଓଡି ୨୬ ୯୧୫୨) ତାର ଟ୍ରଲି (ଓଡି ୨୬ ୯୧୫୩)ରେ ବାଲି ବୋଝେଇ କରି ଆସୁଥିଲା । ଏହି ସମୟରେ ସଦର ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଶ୍ରୀ ମିଶ୍ର ଗାଡିକୁ ଅଟକାଇ ବାଲି ବୋଝେଇର କାଗଜାତ ମାଗିଥିଲେ । ଏଥିରେ ଟ୍ରାକ୍ଟର ମାଲିକ ଭୋଲାନାଥ ଚଲାନ ଉତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରି ହାତ ଓ ବୁଟରେ ମାଡ ମାରିଥିଲେ । ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି ଅଭିଯୁକ୍ତକୁ ପୁଲିସ ଗୀରଫ କରିନାହିଁ । ଏହାର ପ୍ରତିବାଦରେ ଆଜି ମଧ୍ୟାହ୍ନରେ ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ନୂଆପଡ଼ା ଶାଖା ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରି ତୁରନ୍ତ ଗୀରଫ କରିବା ସହ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ଦାବୀ କରିଥିଲେ । ସେହିପରି ସରକାରଙ୍କ ରାଜସ୍ୱ ସଂଗ୍ରହ ଦାୟିତ୍ୱରେ ରହୁଥିବା ଅଧିକାରୀଙ୍କ ଜୀବନ ପ୍ରତି ବିପଦ ରହୁଛି । ରାଜସ୍ୱ କ୍ଷେତ୍ର ଅଧିକାରୀ ମାନେ ବିଭିନ୍ନ ଚଢାଉ ସମୟରେ ପୁଲିସ ଫୋର୍ସର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଏଠାରେ ଜିଲ୍ଲା ସଂଘର ସଭାପତି ଅରବିନ୍ଦ ଯୋଷୀ, ସମ୍ପାଦକ କ୍ଷୀରସିନ୍ଧୁ ବାଗ, ନଲିନୀ ମିଶ୍ର, ବୈଷ୍ଣବ ହାତି, ଧନଂଜୟ ଦଣ୍ଡସେନା, ରାମବିଲାସ ଶଗରିଆ, ହିମାଂଶୁ କଣ୍ଟା, ଭିକଲାଲ ଚନ୍ଦ୍ରକାର, ପ୍ରେମାନନ୍ଦ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ ।   

0
0
0
s2sdefault