ମେଲଛାମୁଣ୍ଡା,(ଶାସକ ପ୍ରଶାସକ): ପ୍ରେମ ସଂପର୍କ ଠିକ ଚାଲିଥିବା ବେଳେ ଗୁଡ ଠାରୁ ମଧ୍ୟ ଅଧିକ ମିଠା ହୋଇଥିବା ବେଳେ, ବିଗିଡିଗଲେ ନିମ୍ବ ଠାରୁ ମଧ୍ୟ ଅଧିକ ପିତା ହୋଇଥାଏ । କିଛି ଲୋକ ପ୍ରେମକୁ ସତ୍ୟ, ଚିରନ୍ତନ ଭାବେ ଗ୍ରହଣ କରିଥିବା ବେଳେ କିଛି ଲୋକ ପ୍ରେମକୁ ବାସନା ଭାବେ ବିଚାରକୁ ନେଇଥାନ୍ତି । ବର୍ତମାନ କିଛି ଯୁବ ପିଢି ପ୍ରେମକୁ ବାସନା ଭାବେ ଗ୍ରହଣ କରି ଆଇନକୁ ହାତକୁ ନେବା ସହ ଜେଳ ହାଜତକୁ ଯାଉଥିବା ବିଷୟ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ଏହି ପରି ଏକ ଘଟଣା ଦେଖାଦେଇଛି ମେଲଛାମୁଣ୍ଡା ଥାନା ଅଂଚଳରେ । ବିବାହର ମିଥ୍ୟା ପ୍ରତିଶୃତିର ଶିକାର ହେବା ପରେ ବିଫଳ ପ୍ରେମିକାର ଥାନାରେ ଅଭିଯୋଗ ପରେ ମେଲଛାମୁଣ୍ଡା ଥାନାଧିକାରୀ ଧୋକାବାଜ ପ୍ରେମିକକୁ ବାନ୍ଧି ଜେଳ ହାଜତକୁ ପଠାଇଦେଇଛି । ଏ ନେଇ ଥାନା କେସ ନଂ ୮୭/୧୯ ଦଫା ୩୭୬(୨)(ଏନ), ୪୧୭, ୫୦୬, ୩୪ ଆଇପିସିରେ ଏକ ମାମଲା ରୁଜୁ ହୋଇଛି । ପ୍ରାପ୍ତସୂଚନାନୂସାରେ ମେଲଛାମୁଣ୍ଡା ଥାନା ଅନ୍ତଗତ ନୂଆପାଲି ଗ୍ରାମର ଜୈନେକ ଯୁବତୀ ତା ସଂପର୍କିୟ ମାମୁଁ ପୁଅ ଭାଇ ସନିମାଲ ବାସିନ୍ଦା ରମାକାନ୍ତ ସାହୁଙ୍କ ସହିତ ପ୍ରଥମେ ଦେଖା ସାକ୍ଷାତ ପରେ ବନ୍ଧୁତା ସ୍ଥାପନ ହୋଇଥିଲା । ସମୟ ବଢିବା ସହ ସଂପର୍କଟି ପ୍ରେମରେ ପରିଣତ ହୋଇଥିଲା । କୁଆଡେ ଉଭୟେ ଉଭୟଙ୍କୁ ବାହା ହେବା ପାଇଁ ପ୍ରତିଶୃତି ବଦ୍ଧ ହୋଇ ଶାରିରୀକ ସଂପର୍କ ରଖିବାରେ ମଧ୍ୟ ସଫଳ ହୋଇଯାଇଥିଲେ । କିଛି ବର୍ଷ ପ୍ରେମ ସଂପର୍କ ଚାଲିବା ପରେ ଯୁବତୀ ଜଣକ ତା ପ୍ରେମିକକୁ ବାହା ହେବା ପାଇଁ ଅନୁରୋଧ କରିଥିଲା । ମାତ୍ର ପ୍ରେମିକ ଜଣକ ଉକ୍ତ ଯୁବତୀକୁ ବାହା ହେବା ପାଇଁ ରୋକଠୋକ ମନା କରିବା ସହ ଜୀବନରେ ମାରି ଦେବା ପାଇଁ ଧମକ ଦେଇଥିଲା । ଏପରିକି ଯୁବକ ଜଣକ ଅନ୍ୟ ଜଣେ ଝିଅକୁ ବାହାହେବା ପାଇଁ ସ୍ଥିର କରିଥିବା ଜାଣିପାରି ବରଯାତ୍ରୀ ଯିବାର ପୂର୍ବ ଦିନ ମେଲଛାମୁଣ୍ଡା ଥାନାରେ ଧୋକେବାଜ ପ୍ରେମିକର ବିରୁଦ୍ଧରେ ଲିଖିତ ଅଭିଯୋଗ ଆଣିଥିଲା । ଆହୁରୀ ମଧ୍ୟ ପ୍ରେମିକର ଭାଇ ଚୁଡାମଣି ସାହୁ, ଦେବେନ୍ଦ୍ର ଭୋଇ ଏବଂ ଚୁଡାମଣିର ବଡଶଳା ଯୁବତୀ ଜଣକୁ ରମାକାନ୍ତ ବିରୁଦ୍ଧରେ ଅଭିଯୋଗ ଆଣିଲେ ତୋ ଘର ପୋଡି ସମସ୍ତଙ୍କୁ ମାରିଦେବୁ ବୋଲି ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ମେଲଛାମୁଣ୍ଡା ଥାନାଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ ବିଷୟଟିକୁ ଗୁରୁତ୍ୱର ସହ ନେଇ ପ୍ରେମିକଟିକୁ ଥାନାକୁ ଆଣି ଗିରଫ କରିବା ସହ ଉଭୟଙ୍କ ଡାକ୍ତରୀ ମାଇନା କରି ଅଭିଯୁକ୍ତ ଯୁବକ ରମାକାନ୍ତ ସାହୁକୁ କୋଟ ଚାଲାଣ କରିଥିଲେ । ଯୁବକ ଜଣକର ଜମାନତ ନାମାଂଜୁର ହେବାରୁ ଜେଳ ହାଜତକୁ ଯିବାକୁ ପଡିଛି । କେସଟିର ତଦନ୍ତ ଭାର ଏସଆଇ ପ୍ରମୋଦ ସାହୁ ନେଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଗିରଫ ହୋଇ ନ ଥିବାରୁ ପିଡିତା ଜଣକ କ୍ଷୋଭ ପ୍ରକାଶ କରିଛନ୍ତି ।
ଅଘଟଣ
ଧୋକାବାଜ ପ୍ରେମିକ ଗଲା ଜେଲ ହାଜତ
- Hits: 808