କୋମନା: କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଗ୍ରାମର ଗୋପୀ ଅହୀରଙ୍କ କ୍ଷେତରେ ଥିବା ଏକ କୂଅରୁ ଦୁଇଟି ବିଲୁଆ ଉଦ୍ଧାର କରିଛି ବନ ବିଭାଗ । ମଙ୍ଗଲବାର ମଧ୍ୟାହ୍ନ ୧୨ ଟାରେ ଗୋପିଙ୍କ ସାନ ଭାଇ ନିଜ କ୍ଷେତକୁ ଯାଇଥିବା ସମୟରେ ଦୁଇଟି ବିଲୁଆ ତାଙ୍କ କୂଅରେ ପଡିଥିବା ଦେଖି ତରବୋଡ ଫରେଷ୍ଟର ଓ କୋମନା ଦମକଲ ବାହିନୀକୁ ଫୋନ ଯୋଗେ ଜନାଇଥିଲେ । ସଂପୃକ୍ତ ବିଭାଗ ଏକ ଘଣ୍ଟା ପରିଶ୍ରମ କଲାପରେ ଦୁଇଟି ବିଲୁଆକୁ ଉଦ୍ଧାର କରିଥିଲେ । କୁଅଟି ଶୁଖିଲା ଥିବାରୁ ବିଲୁଆ ଦୁଇଟି ବର୍ତି ଯାଇଥିଲେ ।
ଅଘଟଣ
କୂଅରୁ ୨ ବିଲୁଆ ଉଦ୍ଧାର
- Hits: 435