ହେଡଲାଇନସ୍:

ସୁନାମୁହିଁ ଓମଶାନ୍ତି ଆଶ୍ରମରେ ଅଶାନ୍ତି: ଓଡଗାଁ ତହସିଲଦାରଙ୍କ ବ୍ୟବହାରରେ ବ୍ରହ୍ମକୁମାରୀ କ୍ଷୁବ୍ଧ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

    ଓଡଗାଁ,(ଶାସକ ପ୍ରଶାସକ): ସୁନାମୁହିଁ ଓମଶାନ୍ତି ଆଶ୍ରମର ଅଧିକାର ବିବାଦ ସମ୍ପର୍କରେ ଓଡଗାଁ ଏକଜେକ୍ୟୁଟିଭ ମାଜିଟ୍ରେଷ୍ଟଙ୍କ ରାୟକୁ ନେଇ  ଆଜି ଓଡଗାଁ ତହସିଲ କାର୍ଯ୍ୟାଳୟରେ ଏକଜକ୍ୟୁଟିଭ ମାଜିଟ୍ରେଷ୍ଟଙ୍କ  ସହିତ ପ୍ରଜାପିତା ବ୍ରହ୍ମ କୁମାରୀ ଭଉଣୀ ମାନେ କାର୍ଯ୍ୟାଳୟ ମଧ୍ୟରେ ପାଟିତୁଣ୍ଡ କରୁଥିବା ବେଳେ ବାହାରେ ଥିବା କେହିଜଣେ କବାଟ  ଖୋଲି ଭିଡିଓ ରେକଡିଂ କରି ଭାଇରାଲ କରିବା ପରେ ଘଟଣାଟି ଚାରିଆଡେ ପ୍ରଚାରିତ ହୋଇଥିଲା । ଉକ୍ତ ଘଟଣାରେ ତହସିଲଦାର ବ୍ରହ୍ମକୁମାରୀ ମାନଙ୍କୁ ଅପମାନସୁଚକ କଥାକହି ବାହାରକୁ ବାହାରି ଜିବା ପାଇଁ କହୁଥିବା ନେଇ ସେମାନେ ଅଭିଯୋଗ କରୁଥିବା ବେଳେ ଅଲକ୍ଷରେ ଭିଡିଓ ରକଡିଂ କରୁଥିବା ବ୍ୟକ୍ତି ଜଣକୁ ତହସିଲଦାର ପାଟିକରି ବାହାରକୁ ବାହାରି ଜିବାପାଇଁ କହିଥିଲେ ବୋଲି ତହସିଲଦାର କହନ୍ତି । ପ୍ରାୟ ଦିର୍ଘଦିନ ଧରି ସୁନାମୁହିଁ ଠାରେ ଥିବା ପ୍ରଜାପିତା ବ୍ରହ୍ମ କୁମାରୀ ଓଁ ଶାନ୍ତୀ ଆଶ୍ରମର ଯାଗା ଜମି ଓ ଆଶ୍ରମ ଗୃହର ଅଧିକାରକୁ ନେଇ ବିବାଦ ଲାଗିରହିଛି । ଉକ୍ତ ଘଟଣାକୁ ନେଇ ଗୋଟିଏ ପକ୍ଷର ଅଭିଯୋଗ କ୍ରମେ ଓଡଗାଁ ଥାନାରେ ୧୫୨/୧୭ରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣାର ଆପୋଷ ସମାଧାନ ହୋଇ ନପାରିବାରୁ ଉକ୍ତ ଯାଗା ଉପରେ ୧୪୪ ଏବଂ ୧୪୫ ଧାରାରେ ଦେଓାନୀ ମାମଲା ରୁଜୁ ହୋଇଥିଲା । ପ୍ରଥମ ପକ୍ଷ ହରସ ମଣୀ ମହାରଣା ଏନେଇ ତହସିଲଦାର ଓଡଗାଁଙ୍କ କୋର୍ଟରେ ୨୭/୧୧/୧୭ରେ ଏକ ମାମଲା ଦରଜ କରିଥିଲେ । ଦିତୀୟ ପକ୍ଷ କୈାଶଲ୍ୟା ପାଣୀ, ଗ୍ରାମବାସୀ ଏବଂ ଘଟଣା ଉପରେ ନଜର ରଖିଥିବା ଓଡଗାଁ ପୋଲିସ ଅଧିକାରୀଙ୍କ ସାକ୍ଷୀ ପ୍ରମାଣକୁ ଆଧାର କରି ୨୧ ଡିସେମ୍ବର ୨୦୧୮ରେ ଉଭୟପକ୍ଷ ଆଶ୍ରମରେ ଯାଇ କାର୍ଯ୍ୟକ୍ରମରେ ଭାଗନେଇ ପାରିବେ ବୋଲି ଓଡଗାଁ ଏକଜେକ୍ୟୁଟିଭ  ମାଜିଟ୍ରେଷ୍ଟ ନିର୍ଦ୍ଦେଶନାମାରେ ଉଲିଖିତ କରି ଉଭୟ ପକ୍ଷକୁ ଜଣାଇ ଦେଇଥିଲେ । ତେବେ ମାଜିଷ୍ଟ୍ରେଟଙ୍କ ଏହି ନିସ୍ପତିରେ ଅସନ୍ତୁଷ୍ଟ ଥିବା ୨ୟ ପକ୍ଷ କୈାଶଲ୍ୟା ପାଣୀ ଏବଂ ତାଙ୍କ ସାଥିମାନେ ଆଜି କୋର୍ଟକୁ ଯାଇ ନିସ୍ପତି ନିରପେକ୍ଷ ହୋଇନାହିଁ ବୋଲି ଅଭିଯୋଗ କରିବା ବେଳେ ନିଷ୍ପତ୍ତିରେ ରେ ଅସନ୍ତୁଷ୍ଟ ଥିଲେ ଆପଣ ମାନେ ଉଚ୍ଚ ଅଦାଲତରେ ଅପିଲ କରି ପାରିବେ ବୋଲି ମାଜିଷ୍ଟ୍ରେଟ  ସେମାନଙ୍କୁ କହିଥିଲେ । ଉକ୍ତ ଘଟଣାକୁ ନେଇ ଯୁକ୍ତିତର୍କ ହେଉଥିବା ବେଳେ ଭିଡିଓ ରେକଡିଂ, ଘଟଣାକୁ ଏକ ବିନ୍ନ ମୋଡକୁ ନେଇଯାଇଥିଲା । 

0
0
0
s2sdefault