ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : କାର୍ଯ୍ୟାଳୟ ସହ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଓ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆୟ ବହିିଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍କ ଜାଲରେ ଛନ୍ଦି ହୋଇଛନ୍ତି ଉଦଳା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ । ଯାହାକୁ ନେଇ ଏକା ସଙ୍ଗେ ୬ଟି ସ୍ଥାନରେ ଚଢାଉ ଜାରି ରଖୁଛି ଭିଜିଲାନ୍ଡ୍ ଟିମ୍ । ମୟୂରଭଞ୍ଜ ଜିଲ୍ଲା ଉଦଳା କ୍ଷୁଦୁ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢୀଙ୍କ ନାମରେ ବାଲେଶ୍ୱର ଭିଜିଲାନ୍ସ ନିକଟରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ନେତୃତ୍ୱରେ ଆଜି ସକାଳ ସମୟରୁ ଉଦଳା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ , ତାଙ୍କର ବାଲେଶ୍ୱର ବାସଭବନ ଆଦି ମୋଟ ୬ ଗୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଉଦଳାରେ ସହକାରୀ ନିର୍ବାହୀ ଯନ୍ତ୍ରୀ କ।ର୍ଯ୍ୟାଳୟରେ ଯନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ କାଗଜପତ୍ର ସମେତ ଏଟିଏମ କାର୍ଡ, ଚାରି ଚକିଅ। ଗାଡି ଏବଂ ଘରବାଡି ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ତନଖି କରିଛି ଭିଜିଲାନ୍ନ । ତେବେ ଯନ୍ତ୍ରୀଙ୍କ କ।ର୍ଯ୍ୟାଳୟ ସମେତ ବାଲେଶ୍ବରର ପୈତୃକ ଘର ହଳଦୀପଦା ଅଂଚଳର ଅଡଙ୍ଗ ଗ୍ରାମ, ବାଲେଶ୍ୱର ମିର୍ଜାପୋଖରୀ ଓ
ନିଳିମାବାଗ ସମେତ ଭୂବନେଶ୍ବରର କେତେକ ସ୍ଥାନରେ ଚଢାଉ ହୋଇଥିବାର ଜଣାଯାଇଛି । ତେବେ ଖବର ଲେଖା ଯିବା ପର୍ଯ୍ୟନ୍ତ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ପ୍ରକ୍ରିୟା ଜାରି ରହିଥିଲା ଫଳରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଆୟ ବହିର୍ଭୁତ ଥୁଲର ସଠିକ ତଥ୍ୟ ସମ୍ବନ୍ଧରେ ସୂଚନା ହସ୍ତଗତ ହୋଇ ପାରିନାହିଁ ।