ଧର୍ମଗଡ଼ରୁ ସୁଶାନ୍ତ ରାଉତ : କୋକସରା ଥାନା ଅନ୍ତର୍ଗତ ଖପ୍ରାମାଲ ଗ୍ରାମର ଜଣେ ମେଣ୍ଢାପାଳକଙ୍କ ଠାରୁ ଜାଲ ନୋଟ୍ ଦେଇ ବେପାରିମାନେ ମେଣ୍ଢା ନେଇ ଅତି ଚତୁରତାର ସହ ଚାଲିଯାଇଥିବା ଜଣାପଡିଛି । ମୁଷାପାଲି ପଞ୍ଚାୟତ ଅନ୍ତର୍ଗତ ଖପ୍ରାମାଲ ଗ୍ରାମର ରୁତୁରାଜ ରାଉତ ରବିବାର ଦିନ ଏହି ଠକେଇର ଶିକାର ହୋଇଛନ୍ତି । ମିଲିଥିବା ସୁଚନା ଅନୁସାରେ, ସେ ରବିବାର ବେହେରା ସାପ୍ତାହିକ ବଜାରକୁ ମେଣ୍ଢା ବିକ୍ରି କରିବା ପାଇଁ ନେଇଥିଲେ । ସେଠାରେ ବେପାରି ମାନେ ଅତି ଶସ୍ତାରେ ମୁଲଚାଲ କରିଥିବାରୁ ମେଣ୍ଢାଟିକୁ ବିକ୍ରି ନକରି ଘରକୁ ଫେରିଆସୁଥିଲେ | ହେଲେ ବେହେରା ସ୍ଥିତ ଖେଲ ପଡିଆ ପାଖାପୁଖି ବଜାରରେ ପୂର୍ବରୁ ମୁଲଚାଲ କରିଥିବା ସେହି ବେପାରିମାନେ ତାଙ୍କୁ ସେଠାରେ ଅଟକାଇ ମେଣ୍ଢାଟିକୁ ତାଙ୍କ କହିବା ମୂଲ୍ୟ ହିସାବରେ ୫ ହଜାର ଦେଇ କିଣି ନେଇଯାଇଥିଲେ । ସେଠାରେ ରୁତୁରାଜ ଟଙ୍କା ଗଣିଥିଲେ ହେଁ ସେହି ଠକ ବେପାରି ମାନେ ଅତି ଚତୁରତା ସହ ଖଣ୍ଡେ ଭଲ ନୋଟ୍ କୁ ଉପରପାଶ୍ୱର୍ରେ ରଖିଥିବାରୁ ସେ ଜାଣିପାରିନଥିବା କହିଛନ୍ତି । ଯୋତେ ବେଳେ ଘରକୁ ପହଞ୍ଚି ରୁତୁରାଜ ସନ୍ଧ୍ୟାରେ ସେହି ଟଙ୍କାକୁ ପୂନର୍ବାର ଗଣିଥିଲେ ହେଲେ ଗୋଟିଏ କ୍ରମିକ ସଂଖ୍ୟାର ୪୯ ଗୋଟି ଶହେ ଟଙ୍କିଆ ନୋଟ ସେ ଦେଖିବାକୁ ପାଇ ନକଲି ନୋଟ୍ ବୋଲି ଜଣିପାରିଥିଲେ । ସେହି ଟଙ୍କା ଭିତରୁ ମାତ୍ର ଶହେ ଟଙ୍କା ଭଲନୋଟ୍ ଥିବା ବେଲେ ସେହି ଠକ ବୋପାରି ମାନେ ଧର୍ମଗଡ ଅଞ୍ଚଳର ବୋଲି ତାଙ୍କୁ ପରିଚୟ ଦେଇଥିବା ରୁତୁରାଜ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏସମ୍ବନ୍ଧେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।
ଅଘଟଣ
ଜାଲ ନୋଟ ଦେଇ ଠକିଦେଲେ ମେଣ୍ଢା ବେପାରୀ
- Hits: 467