ହେଡଲାଇନସ୍:

ସଦର ବ୍ଲକରେ ଆବାସ ଯୋଜନା ଘୋଟାଲା :ଭିଜିଲାନ୍ସ ପକ୍ଷରୁ ହିତାଧିକାରୀଙ୍କ ରେକର୍ଡ ଜବତ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,(ଉଜ୍ଜ୍ୱଳ କର ): ସଦର ବ୍ଲକରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଘୋଟାଲାର ତଦନ୍ତକୁ କ୍ରିୟାଶୀଳ କରିଛି ଭିଜିଲାନ୍ସ ବିଭାଗ । ଗୃହ ନିର୍ମାଣ ନହୋଇ ହିତାଧିକାରୀଙ୍କ ନାମରେ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ କ୍ରମେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ଲକରୁ କେତେକ ରେକଡର଼୍ପତ୍ର ଜବତ୍ କରାଯାଇଛି । ଅଧିକାରୀମାନେ ତଦନ୍ତ ପାଇଁ ଜବତ୍ ରେକଡର଼୍କୁ ଭିଜିଲାନ୍ସ ଅଫିସକୁ ନେଇ ଯାଇଛନ୍ତି । ତେବେ ରେକଡର଼୍ ପ୍ରଦାନରେ ବ୍ଲକର ବିଭାଗୀୟ ସହକାରୀ ଅଧିକାରୀ ତରୁଣକାନ୍ତ ମହାନ୍ତି ଟାଳଟୁଳ କରିବା ସହ ବହୁ ରେକର୍ଡକୁ  ଲୁଚାଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଭିଜିଲାନ୍ସ ଅଧିକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବର୍ଦ୍ଧନପୁର ପଞ୍ଚାୟତର କିଛି ହିତାଧିକାରୀଙ୍କ ରେକଡର଼୍ ଜବତ୍ କରାଯାଇଥିବା ବେଳେ ଆଗାମୀ ଦିନରେ ଅନୁ୍ୟନ ୧୦ ଗୋଟି ପଞ୍ଚାୟତର ହୋଇଥିବା ଆବାସ ଘୋଟାଲର ଖୋଳତାଡ଼ କରାଯିବ ବୋଲି ସୂଚନା ମିଳିଛି । ବିଗତ ୫ ବର୍ଷ ମଧ୍ୟରେ ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚିତ ଲୋକପ୍ରତିନିଧିମାନେ ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ଗୃହ ନିର୍ମାଣ ନ କରି କୋଟିଏରୁ ଊଦ୍ଧ୍ୱର୍ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି ।

0
0
0
s2sdefault