ହେଡଲାଇନସ୍:

ନିଖୋଜ ଜେଲ କର୍ମଚାରୀ ସୁକାନ୍ତ ବେହେରାଙ୍କ ଝୁଲନ୍ତା ଗଳିତ ଶବ ଜଙ୍ଗଲରୁ ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିସ୍ଥିତ ଗ୍ରୀଡ଼ ସମୁଖ ଜଙ୍ଗଲରେ ନିଖୋଜ ଜେଲ କର୍ମଚାରୀ ସୁକାନ୍ତ ବେହେରାଙ୍କ ଝୁଲନ୍ତା ଗଳିତ ଶବକୁ ଆଜି କରଞ୍ଜିଆ ପୁଲିସ ଉଦ୍ଧାର ଜରିବା ପରେ ସୁକାନ୍ତଙ୍କ ପରିବାର ସଦସ୍ୟ ଫଟୋ ଦେଖି ଫୋନରେ ଶବକୁ ଚିହ୍ନଟ କରିଥିଲେ । ଏଥି ସହିତ ସୁକାନ୍ତର ଆତ୍ମହତ୍ୟା କରିବାର କାରଣକୁ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।  କରଞ୍ଜିଆ ସବ ଜେଲରେ ଭଗବାନ ଟୁଡୁ ନାମକ ଜୈନକ କଏଦୀ ୨୦୧୭ ମସିହାରୁ ଯାଜପୁର ଜିଲ୍ଲା କାଳିଆଣିରୁ ଆସି  କରଞ୍ଜିଆ ଉପ କାରାଗାରରେ ବନ୍ଦୀ ଜୀବନ ଯାପନ କରୁଥିଲା । ଗତ ଜୁନ ୧୬ରେ ପ୍ରତେକ ଦିନ ପରି ସେଦିନ ମଧ୍ୟ ସମସ୍ତ କଏଦୀମାନେ ଜେଲରେ ସେମାନେ ନିଜ ନିଜ କାର୍ଯ୍ୟ ଆରମ୍ଭ କରିଥିବା ସମୟରେ କଏଦୀ ଭଗବାନ ଟୁଡୁ ଜେଲ ଅଧ୍ୟକ୍ଷ ଲକ୍ଷ୍ମୀଧର ମୁର୍ମୁଙ୍କ ବାସଭବନରେ  କାର୍ଯ୍ୟ କରୁଥିଲା ।  ଏହି ସମୟରେ ସୁବିଧା ସୁଯୋଗ ଦେଖି ଅତି ଚତୁରତାର ସହିତ ଜେଲ ଅଧ୍ୟକ୍ଷ ଲକ୍ଷ୍ମୀଧର ମୁର୍ମୁଙ୍କ ସରକାରୀ ବାସଭବନରୁ ଚମ୍ପଟ ମାରିଥିଲେ ।  ସନ୍ଧ୍ୟାରେ କଏଦୀମାନଙ୍କ ଗଣତି ବେଳେ ଭଗବାନଙ୍କ ଅନୁପସ୍ଥିତି ଜଣାପଡିଥିଲା । ଉକ୍ତ କଏଦୀ ଫେରାର ଘଟଣାକୁ ନେଇ ଦାୟିତ୍ୱରେ ଥିବା କାର୍ଯ୍ୟରତ ସୁକାନ୍ତ ବେହେରାଙ୍କୁ ଜେଲ ଅଧ୍ୟକ୍ଷ ଶ୍ରୀମୁର୍ମୁ ତାଗିତ କରିଥିଲେ । କିନ୍ତୁ, ଜେଲରୁ ଏହି କଏଦୀ ଫେରାର ଘଟଣା ଜେଲ ମଧ୍ୟରେ ଚାପି ରହିଗଲା ଓ ଥାନାକୁ କଥା ଯାଇନଥିଲା। ଏହି ସମୟରେ ଜେଲ କର୍ମଚାରୀ ସୁକାନ୍ତ ଘରୁ ନିଖୋଜ ହୋଇଯାଇଥିଲେ।ପରିବାର ସଦସ୍ୟମାନେ ଖୋଜାଖୋଜି କରି ସୁକାନ୍ତର କୌଣସି ସନ୍ଧାନ ନ ପାଇବାରୁ ତାଙ୍କର ୟୁନିଫର୍ମ ତଲାସୀ ନେବାରୁ ଏକ ସୁଇସାଇଡ଼ ନୋଟ ପାଇଥିଲେ, ଯେଉଁଥିରେ ତାଙ୍କ ଆତ୍ମହତ୍ୟା ନିମନ୍ତେ ଜେଲ ଅଧ୍ୟକ୍ଷଙ୍କୁ ଦାୟୀ ବୋଲି ଉଲ୍ଲେଖ ଥିଲା । ଏହାପରେ ସୁକାନ୍ତଙ୍କ ପରିବାର ପକ୍ଷରୁ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ ପରେ ଜେଲ ଅଧ୍ୟକ୍ଷ ଜେଲରୁ କଏଦୀ ଫେରାର ହୋଇଥିବା ବିଷୟକୁ ନେଇ ଥାନାରେ ଏଫଆଇଆର ଦେଇଥିବାର କୁହାଯାଇଛି। ସେହିପରି ଫେରାର ଥିବା କଏଦୀକୁ ଖୋଜି ନ ଆଣିଲେ କାର୍ତ୍ତବ୍ୟରେ  ଅବହେଳା କାରଣରୁ ଚାକିରୀରୁ ନିଲମ୍ବନ କରିବାର ଧମକ ଦେବା ସହ  ବିଭିନ୍ନ ପ୍ରକାରର ମାନସିକ ଆଘାତ ଜେଲର ସୁକସନ୍ତଙ୍କୁ ଦେଇଥିବା ବିଷୟକୁ ନେଇ ସୁକାନ୍ତଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଉକ୍ତ ଘଟଣାକୁ ୩ ଦିନ ଅତୀତ ହୋଇ ଯାଇଥିଲେ ବି ଜେଲ ଅଧ୍ୟକ୍ଷ କେଉଁ କାରଣରୁ ଥାନାରେ ଅଭିଯୋଗ କରି ନଥିଲେ ଏବଂ କାର୍ଯ୍ୟରତ  କର୍ମଚାରୀ ସୁକାନ୍ତ ବେହେରାଙ୍କ ନିଖୋଜ ହେବା ଓ ତାଙ୍କ ୟୁନିଫର୍ମରୁ ସୁଇସାଇଡ଼ ନୋଟ ମିଳିବା ଘଟଣାକୁ ରହସ୍ୟ ବୃତ୍ତ କରିଦେଇଛି । ଫେରାର ଥିବା କଏଦୀଙ୍କୁ ଜେଲର ନିଜ ଘର କାମରେ ଦୀର୍ଘ ଦିନରୁ ନିୟଜିତ କରିବା ଆଇନ ପରିସରରେ ଆସୁୁୁଛି ଆସି ନାହିଁ  ତାହା ଆଲଚନାର ବିଷୟ । ତେବେ ବିଭିନ୍ନ ସମୟରେ ବିଭିନ୍ନ ଜେଲମାନଙ୍କର ଅବହେଳା ସହିତ CC TV କ୍ୟାମେରା ସବୁବେଳେ ନଜର ରଖିବା ପାଇଁ ଜେଲମାନଙ୍କୁ ସତନ୍ତ୍ର ଚିଠି କରାଯାଇ ଥିବା ବେଳେ କରଞ୍ଜିଆ ସବ୍ ଜେଲରେ ବ୍ୟତୀକ୍ରମ
ପରିଲକ୍ଷିତ ହୋଇଛି । ଜେଲରେ ସିସି ଟିଭି କ୍ୟାମେରା କାର୍ଯ୍ୟ କରୁନଥିବାର ଅଭିଯୋଗ ହେଉଛି ।  ସେହିପରି ଜେଲ କର୍ମଚାରୀ ଜଣକ  ନିଖୋଜ ହେବା ପରେ ତରବରିଆ ଭାବେ ଥାନାରେ ରିପୋର୍ଟ କରିବା ପଛରେ କଣ ଉଦେଶ୍ୟ ଥିଲା ।ଏହାର ବିଧିବଦ୍ଧ ତଦନ୍ତ କରିବା ସହିତ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ପାଇଁ ସାଧାରଣରେ ଦାବି କରାଯାଇଛି ।

0
0
0
s2sdefault