ବୌଦ୍ଧ : ସରକାରକା ମାଲ ଦରିଆମେ ଡାଲ ଏହି ନ୍ୟାୟରେ ଚାଲିଛି ବୌଦ୍ଧରେ ପ୍ରଶାସନ । ମୌସୁମୀର ଆଗମନ ପୂର୍ବରୁ ସାମାନ୍ୟ ବର୍ଷାରେ ଢଳି ଯାଇଛି ବୌଦ୍ଧ ଖେଳପଡିଆରେ ୨୦୦ ଫୁଟ ପାଚେରୀ । ବୌଦ୍ଧର ଏକମାତ୍ର କଚେରୀ ଖେଳପଡିଆ ଭିତରକୁ ଗାଈଗୋରୁ ପଶି ନଷ୍ଟ କରୁଥିବାରୁ କ୍ରୀଡାବିତମାନଙ୍କ ଦାବିକ୍ରମେ ଚାରିପଟେ ପାଚେରୀ ନିର୍ମାଣ ହୋଇଥିଲା । ନିର୍ମାଣାଧିନ ସଟା ଷ୍ଟାଡିଅମ କାର୍ଯ୍ୟ ଦୀର୍ଘବର୍ଷ ହେଲା ସରୁନଥିବାବେଳେ ତାର ପାଚେରୀ ମଧ୍ୟ ଅନେକଥର ଢଳି ସାରିଲାଣି । ଶେଷରେ ପାଚେରୀର ସୁରକ୍ଷା ପାଇଁ ସିମେ ଢେରା ଦେଇ ବୌଦ୍ଧ ପୂର୍ତ୍ତ ବିଭାଗ ଷ୍ଟାଡିଅମ କାନ୍ଥରେ ଅଦଭୁତ ଇଂଜିନିିୟରିଂ କଳାର ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ ବୌଦ୍ଧର ବୁଦ୍ଧିଜିବୀ ମହଲରେ ସବୁବେଳେ ଆଲୋଚନା ହୋଇଥାଏ । ବର୍ତମାନ କଚେରୀ ଖେଳପଡିଆର ପାଚେରୀ ଢଳି ପଡିବା ଜିଲ୍ଲାର କ୍ରିଡାବିତ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି । ପାଚେରୀ ନିର୍ମାଣବେଳେ ଅତି ନିମ୍ନମାନର କାର୍ଯ୍ୟ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଥିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଗୋଟିଏ ଖେଳପଡିଆରେ ଜିଲ୍ଲା ମହୋତ୍ସବ,ସ୍ୱାଧୀନତା ଦିବସ,ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ ଠାରୁ ଆରମ୍ଭ କରି ବିଦ୍ୟାଳୟ ଓ କ୍ରୀଡା ଅନୁଷ୍ଠାନ ଗୁଡିକ ସେମାନଙ୍କ କ୍ରୀଡା ଉତ୍ସବ ଆୟୋଜନ ଓ ରାଜନୈତିକ ଦଳର ସଭାସମିତି ମଧ୍ୟ ହୋଇଥାଏ । ତେଣୁ ବର୍ଷ ତମାମ ଏହି ପଡିଆରେ କିଛି ନା କିଛି କାର୍ଯ୍ୟକ୍ରମ ଲାଗି ରହିଥାଏ । ଏବେ ଏହି ଖେଳପଡିଆର ପାଚେରୀ ଢଳିପଡିବା ଯୋଗୁଁ ପଡିଆ ମଧ୍ୟରେ ବୁଲାଗୋରୁଙ୍କ ଦୌରାତ୍ମ୍ୟ ସହିତ ସାହିବାସିନ୍ଦାଙ୍କ ପାଇଁ ଏହା ଖୋଲା ପାଇଖାନା ଭାବରେ ବ୍ୟବହୃତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ପୂୁର୍ବରୁ ପାଚେରୀ ଉପରେ ଦିଆଯାଇଥିବା ଲୁହା ବାଡ ସବୁ ଚୋରୀ ହୋଇସାରିଥିବାବେଳେ ଏବେ ପାଚେରୀ ଭାଙ୍ଗିଯିବା ଖେଳପଡିଆ ପ୍ରତି ପ୍ରଶାସନିକ ଅବହେଳାକୁ ସ୍ପଷ୍ଟ କରୁଛି । ତେଣୁ ଭାଙ୍ଗି ଯାଇଥିବା ପାଚେରୀ ତୁରନ୍ତ ନିର୍ମାଣ କରିବାକୁ ବରିଷ୍ଠ କ୍ରିଡାବିତମାନେ ଦାବି କରିବା ସହିତ ବିଭାଗୀୟ ଅଧିକାରୀମାନେ ନିର୍ମାଣ କାର୍ଯ୍ୟର ଠିକ୍ରେ ତଦାରଖ କରିବାକୁ ସାଧାରଣରେ ମତପ୍ରକାଶ ପାଉଅଛି ।
ଅଘଟଣ
କି ମଜଭୁତିଆ କାମ ବା, ସାମାନ୍ୟ ବର୍ଷାରେ ଶୋଇପଡିଲା ପାଚେରୀ
- Hits: 479