ପଦ୍ମପୁର(ନୀଲାମ୍ବର ଦୀପ):- ପଦ୍ମପୁର ଉପଖଣ୍ଡ ତାଲପାଲି ପଂଚାୟତ ଚାଙ୍ଗରିଆ ଗାଁ ର ସପ୍ତଶିଳା ଭୋଇ ନାମକ ଜଣେ ମହିଳା ଙ୍କୁ ରାତି ରେ ଘରେ ସୋଇ ଥିବା ବେଳେ ଗୋଟେ ସାପ କାମୁଡି ଦେଇ ଥିବା ବେଲେ ଘର ଲୋକ ତାଙ୍କୁ ପଦ୍ମପୁର ମୁଖ୍ୟ ଚିକିତ୍ସାଲୟ କୁ ଆଣି ଥିଲେ । ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷିତ କରି ଶବ କୁ ବ୍ୟବଛେଦ୍ଦ୍ୟ ପାଇଁ ପଠେଇ ଥିବା ବେଳେ , ମୃତ୍ୟୁ ପରେ ମଧ୍ୟ ୩ ଦିନ ଯାଏ ଜୀବନ ଫେରି ପାରିବ ବୋଲି ବିଶ୍ୱାସ କରି ତନ୍ତ୍ର ମନ୍ତ୍ର ର ସହାରା ନେଇ ଥିଲେ ଘର ଲୋକ। କିଛି ସମୟ ତନ୍ତ୍ର ମନ୍ତ୍ର କଲା ପରେ ଆଗରୁ ଆଣି ଥିଲେ ବଂଚି ପରି ଥାନ୍ତେ ବୋଲି କହି ଥିଲା ତାନ୍ତ୍ରିକ। ଅନ୍ଧ ବିଶ୍ୱାସ ଏବଂ ତନ୍ତ୍ର ମନ୍ତ୍ର କବଲ ରେ ପଡି ଆଜି ମଧ୍ୟ ଲୋକେ ଜୀବନ ହରୁଛନ୍ତି। ଲୋକ ସଚେତନ ନିତ୍ୟାନ୍ତ ଜରୁରୀ।
ଅଘଟଣ
ଇଏ କି ଅନ୍ଧ ବିଶ୍ୱାସ : ମର ଶରୀରକୁ ଜୀବିତ କରିବାକୁ ପ୍ରୟାସ।
- Hits: 979