ହେଡଲାଇନସ୍:

"ଅଭାବୀ ପରିସ୍ଥିତି ବାଧ୍ୟ କରିଥିଲା ଲୁଟ ନାଟକ ରଚିବା ପାଇଁ"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

1 ଲକ୍ଷ 90 ହଜାର ଟଙ୍କା ଚୋରି ଘଟଣାରେ ଜଣେ ଗିରଫ

ରାୟଗଡ଼ାରୁ ସରୋଜ ସାହୁ : କିଛି ଦିନ ତଳେ ରାୟଗଡାରେ ହୋଇଥିବା ଲୂଟ ଘଟଣାର ତଦନ୍ତ କରି ସତ୍ୟ ଉନ୍ମୋଚନ କରିଛି   ରାୟଗଡା ପୋଲିସ | ଏହି ଚୋରି ଘଟଣାରେ ସମ୍ପୃକ୍ତଥିବା ଅଭିଯୋଗରେ ରାୟଗଡା ଥାନା ପୋଲିସ  ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ  ନୟାଗଡ ଜିଲ୍ଲାର ଶରଣକୁଳ ହରିହରପୁର ଗ୍ରାମର ନିରଂଜନ ସାହୁ ।  ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଅଭିଯୋଗକାରୀ ନିରଂଜନ  ହିଁ  ଅଭିଯୁକ୍ତ ଅଟେ । ସେ ଭାରତ ଫାଇନାନ୍ସିଆଲ୍ ଇନକ୍ଲୁଜନ୍ ଲିମିଟେଡ କମ୍ପାନୀରେ କଲେକ୍ସନ ମ୍ୟାନେଜର ଭାବେ ରାୟଗଡାରେ କାର୍ଯ୍ୟ କରି ଆସୁଥିଲେ । ତେବେ  କିଛିଦିନ ତଳେ ସେ ବିବାହ କରିଥିବା ବେଳେ ଅର୍ଥାଭାବ ହେତୁ ନିଜ ପାଖେ ଥିବା ଗ୍ରାହକଙ୍କ ୧ଲକ୍ଷ ୯୦ ହଜାର ୨୪୬ ଅସୁଲ ଟଙ୍କା କମ୍ପାନୀରେ ଜମା ନ ଦେଇ ଦୁର୍ବୃତ୍ତମାନଙ୍କ ଠାରୁ ଲୁଟ୍ ର ଶୀକାର ହୋଇଥିବା ଯୋଜନା କରି ରାୟଗଡା ଥାନାରେ ଗତ ୨୦ତାରିଖରେ ଅଭିଯୋଗ କରିଥିଲେ  । ସେହିପରି ତାଙ୍କ ଠାରୁ ୨ଟି ଟେବ୍,ଗୋଟିଏ  ମାେବାଇଲ ଓ ଗୋଟିଏ ବାଇଓମେଟ୍ରିକ ମେସିନ ମଧ୍ୟ ଲୁଟ ହୋଇଥିବା ସେ ଅଭିଯୋଗ କରିଥିଲେ । ତେବେ ତାଙ୍କୁ ମେଡିକାଲ ପରୀକ୍ଷା ପାଇଁ ନିଆଯିବାକୁ ସେ ଏହା ମନା କରିବାରୁ ପୋଲିସ ସନ୍ଦେହ କରି ଅଧିକ ଜେରା କରିବାରୁ ନିରଂଜନ ନିଜ ଦୋଷ ସ୍ୱୀକାର କରିଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ନିରଂଜନ ରହୁଥିବା  ରୟତ କଲୋନୀର ଭଡାଘରୁ ୧ଲକ୍ଷ ୯୦ ହଜାର ୨୬୪ ଟଙ୍କା ଜବତ କରାଯାଇଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀଗୁଡିକ ସବୁ ଜବତ କରାଯାଇଛି |

0
0
0
s2sdefault