କଳାହାଣ୍ଡି/ତୁଳମଣି ନାଗ: ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଜ କର୍ତ୍ତବ୍ୟରେ ଅବହେଳା କରିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଏକ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅଧିନସ୍ତ ପାଡ଼େପଦର ଉନ୍ନିତ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀଧର ନାଏକ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲର କିଛି କାଗଜପତ୍ର ଦେଖିବା ପାଇଁ ଚାହଁ ଥିଲେ ମଧ୍ୟ କୌଣସି ଶିକ୍ଷକ କାଗଜପତ୍ର ଦେଖାଇ ପାରି ନ ଥିଲେ ।ଏହାକୁ କେନ୍ଦ୍ରକରି ଜିଲ୍ଲା ଶିକ୍ଷା ଅଧିକାରୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଏବେ ବର୍ତ୍ତମାନର ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ଶିକ୍ଷକ ଶଶୀଧର ନାଏକଙ୍କୁ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହ ମହୁଲ ପାଟଣା ଉନିତ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ ଦାୟିତ୍ୱ ସମ୍ପାଦନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ନଂ - ୪୬୦୭ ତା - ୦୧.୦୬.୧୯ ରିଖ ରେ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶ ମୁତାବକ ଖରାଛୁଟି ପରେ ସ୍କୁଲ ଖୋଳାଯିବାରୁ ନିଜ ଦାଇତ୍ୱ ସମ୍ପାଦନ ପାଇଁ ଶଶୀଧର ନାଏକ ବିଦ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂବାରୁ ମୁଦୁଲିଙ୍କ ନେତୃତ୍ବରେ ଶତାଧିକ ମହିଳା, ଗ୍ରାମବାସୀ ଓ ପରିଚାଳନା କମିଟିର ସଦସ୍ୟ ଶିକ୍ଷକ ଶଶୀଧର ନାଏକଙ୍କ ବିଦ୍ୟାଳୟରେ ଯୋଗଦାନକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଶିକ୍ଷକ ଭଲ ଶିକ୍ଷକ ନୁହେଁ , ଚରିତ୍ର ଭଲ ନୁହେଁ, ଏହି ଶିକ୍ଷକ ବିଦ୍ୟାଳୟରେ ଯୋଗଦେଲେ ସେମାନେ ନିଜ ସନ୍ତାନ ସନ୍ତତିଙ୍କୁ ବିଦ୍ୟାଳୟ ଛାଡିବେ ନାହିଁ । କାହିଁକି ସେମାନେ ଶିରିମସ୍କା ଉନ୍ନିତ ବିଦ୍ୟାଳୟ ଭଳି ଘଟଣା ଘଟାଇବା ପାଇଁ ଦେବୁନାହିଁ ବୋଲି ନିଷ୍ପତ୍ତି ନେଇଥିଲେ | ପୂର୍ବରୁ ନିୟୋଜିତ ଥିବା ନିକଟସ୍ଥ ବିଦ୍ୟାଳୟରେ ଶିକ୍ଷକ ଶ୍ରୀ ନାଏକ ଛାତ୍ର ଛାତ୍ରୀଙ୍କ ପାଠ ପଢା ପ୍ରତି ଗୁରୁତ୍ୱ ନଦେଇ ଅନ୍ୟ କାର୍ଯ୍ୟରେ ନିୟୋଜିତ ହେବା ସହ ବିଦ୍ୟାଳୟରେ ଅନେକ ଅନିୟମିତତା କରୁଥିଲେ , ତେଣୁ ସେଭଳି ଜଣେ ସନ୍ଦିଗ୍ଧ ଚରିତ୍ରଯୁକ୍ତ ଶିକ୍ଷକଙ୍କୁ ଗ୍ରାମବାସୀ ବିରୋଧ କରୁଛୁ ବୋଲି ଆନ୍ଦୋଲନ କାରୀ ମାନେ ସୂଚନା ଦେଇଛନ୍ତି ।
ଅଘଟଣ
ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
- Hits: 545