ହେଡଲାଇନସ୍:

ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ସହରବାସୀଙ୍କୁ କରୁଛି ଅଶାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନର୍ଦ୍ଦମା  ପାଣି ରାସ୍ତା ଉପରେ , ପ୍ରତିବାଦରେ ରାସ୍ତା ରୋକ

ବାରିପଦା(ଦିଲ୍ଲୀପ ମହାନ୍ତି )- ଅମୃତ ସହର ବାରିପଦାରେ ହଳାହଳ ବିଷ । ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗର ଖାମଖିଆଲି ନୀତି କାରଣରୁ ଡ୍ରେନ ପାଣି ନିଷ୍କାସିତ ହୋଇନପାରି ରାସ୍ତା ଉପରେ ପୋଖରୀର ବ୍ରମ ସୃଷ୍ଟି କରାଇଛି । ଫଳରେ ଗାଡ଼ି ମୋଟର ସହ ଜନସାଧାରଣଙ୍କ ଯାତାୟତରେ ବାଧା ସୃଷ୍ଟି ହେବାରୁ ଏହାର ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବାର ଦେଖିବାକୁ ମିଳିଛି ।
           ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗ ପକ୍ଷରୁ(ପିଡ଼ବ୍ଲୁ୍ୟଡ଼ି) ବାରିପଦା ସହରର ସତ୍ୟସାଈ ଛକ ନିକଟରୁ ଦାରୋଗାଡ଼ାହି ଗୋଲେଇ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ନିର୍ମାଣ ୨୦୧୭ରୁ ଆରମ୍ଭ ହୋଇଥିଲା । ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ପାଣି ନିଷ୍କାସନ ନିମନ୍ତେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥି ସହିତ ଉଭୟ ପାଶ୍ୱ୍ରରେ ଜବରଦଖଲ ଉଚ୍ଛେଦ ଅଭିଯାନ ମଧ୍ୟ ହୋଇଥିଲା । କିନ୍ତୁ ବିଭାଗର ଖାମଖିଆଲୀ ମନୋଭାବ କାରଣରୁ ଡ୍ରେନ ଜଗଦ୍ଧାତ୍ରୀ ସିନେମା ହଲ ନିକଟରେ ଅସମ୍ପୂର୍ଣ୍ଣ ଭାବେ ରହିଗଲା । ଫଳରେ ଡ୍ରେନରେ ଆସୁଥିବା ପରିତ୍ୟକ୍ତ ଅପରିଷ୍କାର ପାଣି ନିଷ୍କାସିତ ହୋଇନପାରି ଓଭର ଫ୍ଲୋ  ହୋଇ ଜଗଦ୍ଧାତ୍ରୀ ସିନେମା ହଲ ସମ୍ମୁଖ ଲେବଲ କ୍ରସିଂ  ନିକଟ ମୁଖ୍ୟ ରାସ୍ତା ଉପରେ ଜମି ପୋଖରୀର ବ୍ରମ ସୃଷ୍ଟି କରାଉଥିଲା । ଜନସାଧାରଣ ବାରମ୍ବାର ଅଭିଯୋଗ ଜଣାଉଥିଲେ ମଧ୍ୟ ବିଭାଗ ଏଦିଗରେ ନିଘା ନାହିଁ କି ପଘା ନାହିଁ ନ୍ୟାୟକୁ ଆପଣେଇ ନେଇଥିଲା । ତେଣୁ ସିଧା ଅଙ୍ଗୁଳିରେ ଘିଆ ନ ଉଠିବାରୁ ଜନସାଧାରଣ ଅଙ୍ଗୁଳିକୁ ବଙ୍କେଇବାକୁ ବାଧ୍ୟ ହୋଇଥିଲେ ଏବଂ ଆଜି ଅପରାହ୍ନ ୫ଟାରେ ୧୫ ନମ୍ବର ୱାଡର଼୍ର ପୂର୍ବତନ କାଉନସିଲର ଦେବାଶିଷ ଦାସ, ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ଆଇନଜୀବୀ ପ୍ରଦୀପ ରଥ, ବିଜୟ ମିଶ୍ର, ସୁଜିତ ମହାନ୍ତି, ଲିଟନ ମହାପାତ୍ର, ରଶ୍ମୀ ରଞ୍ଜନ ପଣ୍ଡା ଓ ମନୋରଞ୍ଜନ କୁଁଅର ପ୍ରମୁଖ ଶତାଧିକ ଜନସାଧାରଣ ଏକତ୍ରୀତ ହୋଇ ରାସ୍ତା ଉପରେ ଟାୟାର ଆଦି ଜାଳି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ସହ ପୂର୍ତ୍ତ ଓ ନିର୍ମାଣ ବିଭାଗ ଅଧିକାରୀଙ୍କୁ ତୁରନ୍ତ ପହଁଞ୍ଚିବାକୁ ପରାମର୍ଶ ଦେଇଥିଲେ ଏବଂ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ବିକାଶ ପାଣି ପହଁଞ୍ଚି ଆସନ୍ତା ରବିବାର କାର୍ଯ୍ୟ ଆରମ୍ଭ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ  ପ୍ରତ୍ୟାହୃତ ହୋଇଥିଲା ।

0
0
0
s2sdefault